
ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ଭଟ୍ଲି ଗୁଳିକାଣ୍ଡ ମାମଲାରେ ଗତକାଲି ପୁଲିସ୍ ବିଜେପିର ଯୁବ ନେତା ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରିଛି। ଏହାର ପ୍ରତିବାଦରେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭଟ୍ଲି ବନ୍ଦ ଡାକରା ଦିଆଯାଇଛି। ଫଳରେ ଭଟ୍ଲିରେ ସବୁ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ିଚଳାଚଳ ବି ବନ୍ଦ ରହିଛି। ଏଥିସହ ସ୍କୁଲ୍ ଓ କଲେଜ ମଧ୍ୟ ବନ୍ଦ ରହିଛି। ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ସକାଳେ ପିକେଟିଂ କରି ଭଟ୍ଲି ମୁଖ୍ୟ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସୂଚନଯୋଗ୍ୟ, ଇରାଶିଷଙ୍କ ଘରେ ଭଟ୍ଲି ବିଜେପି କାର୍ଯ୍ୟାଳୟ ଚାଲିଛି। ଗତ ଜୁନ୍ ୧ ତାରିଖରେ ସେଠାରେ ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଇରାଶିଷଙ୍କୁ ଗିରଫ କରାଯାଇଛି।
from OdishaReporter https://ift.tt/2v8mrbS
No comments:
Post a Comment