‘ଗୁରୁପ୍ରିୟା’ ପାଇଁ ଠିକାଦାରଙ୍କୁ ଦିଆଯାଇଛି ଅନୁକମ୍ପା: ଧରିଲା ପିଏଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

‘ଗୁରୁପ୍ରିୟା’ ପାଇଁ ଠିକାଦାରଙ୍କୁ ଦିଆଯାଇଛି ଅନୁକମ୍ପା: ଧରିଲା ପିଏଜି

ଭୁବନେଶ୍ୱର (ଓଡ଼ିଶା ରପୋର୍ଟର): ମାଲକାନଗିରିର ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କଲା ସଂପର୍କ ଓ ବିକାଶର ସେତୁ ‘ଗୁରୁପ୍ରିୟା’। ଏଥିପାଇଁ ଖର୍ଚ୍ଚ ହୋଇଥିଲା ୧୮୭ କୋଟି ଟଙ୍କା। ହେଲେ ଏହି ସେତୁ ନିର୍ମାଣରେ ପ୍ରାୟ ୭୪ କୋଟି ଟଙ୍କାର ଅନିୟମିତତା ହୋଇଥିବା ଧରାପଡ଼ିଛି। ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବାକୁ ଯାଇ ଏହି ବଡ଼ ଧରଣର ଅନିୟମିତତା କରାଯାଇଛି। ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ୍ ଜେନେରାଲ୍ (ପିଏଜି)ର ପୁରୀ ସ୍ଥିତ ଇକୋନମିକ୍ ସେକ୍ଟର-୨ ପକ୍ଷରୁ ଏନେଇ ଗତ ୧୬ ତାରିଖରେ ପୂର୍ତ୍ତ ବିଭାଗକୁ ଦିଆଯାଇଥିବା ଚିଠିରେ ଏହା ଜଣାପଡ଼ିଛି।

ଠିକାଦାରକୁ ଅହେତୁକ ମୁନାଫା ସଂକ୍ରାନ୍ତ ଡ୍ରାଫ୍ଟ ସଂଲଗ୍ନ କରି ଓ୍ୱାର୍କସ ଡିପାର୍ଟମେଣ୍ଟକୁ ଦିଆଯାଇଥିବା ଏହି ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ୨୦୧୪ ଫେବ୍ରୁଆରୀରେ ଗୁରୁପ୍ରିୟା ସେତୁ ପାଇଁ ୧୦୪. ୩୮ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏହାପରେ ଇଞ୍ଜିନିୟରିଂ, ପ୍ରୋକ୍ୱ୍ୟୁରମେଣ୍ଟ ଆଣ୍ଡ କନ୍‌ଷ୍ଟ୍ରକ୍‌ସନ୍‌ (ଇପିସି) ମୋଡ୍‌ରେ କାମ ଦେବାକୁ ବ୍ୟୟ ଅଟକଳରୁ ୧୭୨.୫୮ କୋଟିକୁ ବୃଦ୍ଧି କରାଗଲା। ହେଲେ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି, ପିଏଜି। ସେତୁ ତିଆରି ପାଇଁ ହୋଇଥିବା ଏଷ୍ଟିମେଟ୍‌ରେ ସମସ୍ତ ନିର୍ମାଣ ଖର୍ଚ୍ଚ ମିଶିଥିବା ବେଳେ ଓପିଡିବ୍ଲ୍ୟୁ କୋଡ୍‌କୁ ଉଲ୍ଲଂଘନ କରାଯାଇ ବୋଟ୍ ଓ ତରୀ ଦ୍ୱାରା ନିର୍ମାଣ ସରଞ୍ଜାମ ପରିବହନ ବାବଦକୁ ଅଧିକ ୨୪ କୋଟି ଟଙ୍କା ଦିଆଯାଇଥିବା ସିଏଜି ଧରିଛନ୍ତି। ସେହିପରି ମାଟେରିଆଲ୍, ଲେବର ଓ ମେସିନାରି କଷ୍ଟ ବାବଦକୁ ଦିଆଯିବାକୁ ଥିବା ୭.୫ ପ୍ରତିଶତର ଲାଭ ବଦଳରେ ଏଓଆର୍ ଉଲ୍ଲଂଘନ କରାଯାଇ ୨୫ ପ୍ରତିଶତ ଲାଭ ଦିଆଯାଇଛି, ଯାହାକି ୧୬.୮୭ କୋଟି ଟଙ୍କା ଅଧିକ। ଏଇଭଳି ବିଭିନ୍ନ କ୍ଷେତ୍ରରେ ଠିକାଦାରକୁ ପାଖାପାଖି ୭୪ କୋଟି ଟଙ୍କାର ଅହେତୁକ ମୁନାଫା ଦିଆଯାଇଥିବା ଓ ଏହି ରିପୋର୍ଟକୁ ସିଏଜି ରିପୋର୍ଟରେ ସାମିଲ ପାଇଁ ପ୍ରସ୍ତାବ ଥିବା ଚିଠିରେ ଉଲ୍ଲେଖ ରହିଛି। ତେବେ ଏଭଳି ଅନିୟମିତତା ସଂପର୍କରେ ପୂର୍ତ୍ତମନ୍ତ୍ରୀ କହିଛନ୍ତି ରିପୋର୍ଟ ପଢ଼ିଲା ପରେ ଯାହା କିଛି ପଦକ୍ଷେପ ନିଆଯିବ।

କିଏ କଣ କହୁଛନ୍ତି

ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି-“ଗୁରୁପ୍ରିୟା ଆମ ପାଇଁ ଚ୍ୟାଲେଞ୍ଜ ଥିଲା। ଆଜି ଆମେ ସେହି ଚ୍ୟାଲେଞ୍ଜକୁ ଓଭରକମ୍‌ କରିଛୁ। ଯାହାକୁ ସମଗ୍ର ଭାରତବର୍ଷରେ ପ୍ରଶଂସା କରାଯାଉଛି। କିନ୍ତୁ ପିଏଜି କଣ ରିପୋର୍ଟ ଦେଇଛନ୍ତି, ମୁଁ ଜାଣିନି। ପଢ଼ିଲେ ଉତ୍ତର ଦେବି।”

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ଟେଣ୍ଡରରେ ଥିବା ଡିଜାଇନ୍‌କୁ ବଦଳାଇ ଦେଉଛନ୍ତି। ଠିକାଦାରଙ୍କୁ ଲାଭ ଦେବାକୁ ଯାଇ ଏମାନେ ହଜାରେରୁ ଅଧିକ କୋଟି ଟଙ୍କା ଆତ୍ମସାତ କରୁଛନ୍ତି। ଏହା ପ୍ରମାଣ ହୋଇଯିବ।”



from OdishaReporter https://ift.tt/2LEGuKi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages