କାହା ବଳରେ ବଳୀୟାନ୍ ଏହି କରିତ୍‌କର୍ମା ବିଜେଡି ଯୁବନେତା ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

କାହା ବଳରେ ବଳୀୟାନ୍ ଏହି କରିତ୍‌କର୍ମା ବିଜେଡି ଯୁବନେତା ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଜଣେ ଯୁବନେତା କୁଆଡ଼େ ଖଣି ଲବି ବଳରେ ବଳୀୟାନ ହୋଇ ଏବେ ନିଜର ପତିଆରା ଦେଖାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ଖଣି ବ୍ୟବସାୟରେ ସମ୍ପୃକ୍ତ ଥିବା ଏହି ଯୁବନେତା କୁଆଡ଼େ ଖଣି ଲବି ପ୍ରଭାବରେ ବିଜେଡିରେ ସାମିଲ ହୋଇଥିଲେ।

ପରେ ତାଙ୍କୁ ଦଳ ପକ୍ଷରୁ କୁଆଡ଼େ ଏକାଧିକ ଦାୟିତ୍ୱ ନ୍ୟସ୍ତ ହୋଇଛି। ତୃତୀୟ ମହଲା କୁଆଡ଼େ ଖଣି ଲବି ଆଗରେ ମୁଣ୍ଡ ନୁଆଁଇ ଏହି ଯୁବନେତାଙ୍କୁ କ୍ଷମତାଶାଳୀ କରିଦେଇଛି। ଏବେ ସାମ୍ବାଦିକମାନଙ୍କୁୁ ମ୍ୟାନେଜ୍ କରିବାର ଦାୟିତ୍ୱ ତାଙ୍କୁ ଦିଆଯାଇଛି।

ଏହି ଯୁବନେତାଙ୍କୁ ପ୍ରଥମେ ଦଳର ସହପର୍ଯ୍ୟବେକ୍ଷକ ଓ ପରେ ମିଡିଆ ପ୍ୟାନେଲିଷ୍ଟ ଓ ମିଡିଆ କୋ-ଅର୍ଡିନେଟର ଦାୟିତ୍ୱ ମଧ୍ୟ ନ୍ୟସ୍ତ ହୋଇଛି।

ଚର୍ଚ୍ଚା ହେଉଛି, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଖଣି କାରବାରରେ ସମ୍ପୃକ୍ତ ଥିବା ଏହି ଯୁବନେତା କୁଆଡ଼େ ଖଣି ଲବିରେ ବିଜେଡିର ଜଣେ ଅତି ପ୍ରଭାବଶାଳୀ ପୂର୍ବତନ ମନ୍ତ୍ରୀଙ୍କ ମାଧ୍ୟମରେ ତୃତୀୟ ମହଲା ସହ ଯୋଗସୂତ୍ର ସ୍ଥାପନ କରିଥିଲେ।

ସମ୍ପୃକ୍ତ ପୂର୍ବତନ ମନ୍ତ୍ରୀଙ୍କ ତୃତୀୟ ମହଲାରେ ଅବାଧ ପ୍ରବେଶ ଓ ଅଖଣ୍ଡ ପ୍ରଭାବ ଥିବାରୁ ତାଙ୍କ ସୁପାରିସରେ ଏହି ଯୁବନେତାଙ୍କୁ କୁଆଡ଼େ ଖୁବ କମ୍ ଦିନ ମଧ୍ୟରେ ଦଳର ବିଭିନ୍ନ ଦାୟିତ୍ୱ ମିଳିଯାଇଛି।

ନିର୍ବାଚନୀ ବର୍ଷରେ ଖଣି ଅଞ୍ଚଳରୁ ପାଣ୍ଠି ଯୋଗାଡ଼ରେ ଭିଡ଼ି ଯାଇଥିବା ଏହି ପୂର୍ବତନ ମନ୍ତ୍ରୀ କୁଆଡ଼େ ଏହି ଯୁବନେତାଙ୍କ ସହଯୋଗରେ ଏବେ ଚାନ୍ଦା ସଂଗ୍ରହ ପ୍ରକ୍ରିୟାକୁ ଜୋରଦାର କରିଦେଇଛନ୍ତି।

ଶୁଣିବାକୁ ମିଳୁଛି, ଏହି ଯୁବନେତାଙ୍କୁ ମଧ୍ୟ କୁଆଡ଼େ ସାମ୍ବାଦିକମାନଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ମ୍ୟାନେଜ୍ କରିବା ପାଇଁ ତୃତୀୟ ମହଲା ଖୁଲା ଛୁଟ୍ ଦେଇଛି। ଖଣି ମାଲିକମାନଙ୍କଠୁ ପାଣ୍ଠି ସଂଗ୍ରହ କରି ଏହି ଯୁବନେତା ସେହି ଅର୍ଥରୁ କୁଆଡ଼େ କିଛି ଖର୍ଚ୍ଚ କରି ରାଜ୍ୟର ତଥାକଥିତ ବଡ଼ବଡ଼ ସାମ୍ବାଦିକମାନଙ୍କୁ ମ୍ୟାନେଜ୍ କରିବେ।

ତେବେ ସାମ୍ବାଦିକଙ୍କୁ ପଟାଇବା କାମରେ ସେ କେତେ ସଫଳ ହୋଇଛନ୍ତି ତାହା ତ ଜଣାପଡିନି, କିନ୍ତୁ ତୃତୀୟ ମହଲାର ନାଲିଆଖି ଓ ସମ୍ପୃକ୍ତ ପ୍ରଭାବଶାଳୀ ପୂର୍ବତନ ମନ୍ତ୍ରୀଙ୍କ ଚାପରେ କୁଆଡ଼େ ଏହି ଯୁବନେତା ଏବେ ଖଣି ମାଲିକମାନଙ୍କ ପ୍ରତିନିଧି ଭାବେ ସବୁ ଆଇନ-ବେଆଇନ କାର୍ଯ୍ୟକୁ ସହଜରେ ହାସଲ କରିପାରୁଛନ୍ତି ବୋଲି ଚର୍ଚ୍ଚା।



from OdishaReporter https://ift.tt/2LPtGA0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages