ରାଜ୍ୟର ତିନି ଜଣଙ୍କୁ ପ୍ଲାନ୍‌‌ ଇଣ୍ଡିଆ ଇମ୍ପାକ୍ଟ ପୁରସ୍କାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ରାଜ୍ୟର ତିନି ଜଣଙ୍କୁ ପ୍ଲାନ୍‌‌ ଇଣ୍ଡିଆ ଇମ୍ପାକ୍ଟ ପୁରସ୍କାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ଲାନ୍‌ ଇଣ୍ଡିଆ ଇମ୍ପାକ୍ଟ-୨୦୧୮ ପୁରସ୍କାର ପାଇଛନ୍ତି ଓଡ଼ିଶାରୁ ୩ ଜଣ। ଦେଶର ୪୦୦ରୁ ଅଧିକ ଜିଲ୍ଲାରେ ୧୯୦ଟି ସାମାଜିକ ଅନୁଷ୍ଠାନ ମଧ୍ୟରୁ ଚଳିତ ବର୍ଷ ୭ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ୍‌ର ସିୱାଇଏସ୍‌ଡି ପ୍ରକଳ୍ପ ଅଞ୍ଚଳ ଅଧିବାସୀ ପୀତବାସ ମାଝି ସର୍ବଶ୍ରେଷ୍ଠ ସ୍ୱେଚ୍ଛାଗ୍ରହୀ, ଭାଗିରଥି ମହାନ୍ତ ସର୍ବଶ୍ରେଷ୍ଠ ଗୋଷ୍ଠୀ ସ୍ୱେଚ୍ଛାସେବୀ ଏବଂ କାପ୍ତିପଦା ବ୍ଲକ୍‌ର କନକଲତା ରାଉଳ ସର୍ବଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ଭାବେ ପୁରସ୍କୃତ ହୋଇଛନ୍ତି।

ଦେଶର ୨୨ଟି ରାଜ୍ୟର ୧୯୦ଟି ସାମାଜିକ ଅନୁଷ୍ଠାନର ପ୍ରକଳ୍ପ ଅଞ୍ଚଳରୁ ସମସ୍ତ ୭ଟି ବର୍ଗ ପାଇଁ ମନୋନୀତ ହୋଇଥିବା ୨୮୯ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୭ଟି ବର୍ଗ ପାଇଁ ୭ ଜଣଙ୍କୁ ବଛାଯାଇଥିଲା। ସେଥିମଧ୍ୟରୁ ଆମ ରାଜ୍ୟର ତିନି ଜଣ ମନୋନୀତ ହୋଇ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ୍ କାନ୍ତ ଏବଂ ଅଭିନେତ୍ରୀ ସବାନା ଆଜ୍‌ମୀଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି।

 

ଦିଲ୍ଲୀ ଆଇନ୍‌ ସେବା ପ୍ରଧିକରଣର ଅତିରିକ୍ତ ଜଲ୍ଲା ଏବଂ ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଗୀତାଞ୍ଜଳୀ ଗୋଏଲ୍‌, ସିଏପି ଅଧ୍ୟକ୍ଷା ଡ. ନଳିନୀ ଗଙ୍ଗାଧରନ୍‌, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରାଳୟର ପୂର୍ବତନ କେନ୍ଦ୍ର ସଚିବ ଲୋଭ୍ ବର୍ମା, ଜାତୀୟ ଶିଶୁ ସୁରକ୍ଷା କମିଶନର ଅଧ୍ୟକ୍ଷା ଶ୍ରୀମତୀ ସ୍ତୁତି କାକର୍‌, ଦୈନିକ ଭାସ୍କର ସମ୍ପାଦକ ଜ୍ଞାନେନ୍ଦ୍ର ପାଣ୍ଡେ ପ୍ରମୁଖଙ୍କୁ ନେଇ ବିଚାରକ ମଣ୍ଡଳୀ ଗଠିତ ହୋଇଥିଲା।



from OdishaReporter https://ift.tt/2voO2Wr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages