‘ପୁଷ୍ପକ ବିମାନ’ରେ ପ୍ରବେଶ କଲେ ବର କନ୍ୟା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

‘ପୁଷ୍ପକ ବିମାନ’ରେ ପ୍ରବେଶ କଲେ ବର କନ୍ୟା!

ନିଜ ବିବାହକୁ ସ୍ୱତନ୍ତ୍ର ଏବଂ ଅନନ୍ୟ ଢଙ୍ଗରେ କରିବା ପାଇଁ ସମସ୍ତେ ଚାହାଁନ୍ତି। ତେଣୁ ଲୋକମାନ ଏଥିପାଇଁ ନାନା ଉପାୟ ଚିନ୍ତା କରନ୍ତି। କିଏ ବାଜା ବାଣ ଏବଂ ଆତସବାଜିରେ ଚତୁର୍ଦ୍ଦିଗ କମ୍ପାଇବାକୁ ଚେଷ୍ଟାକରେ ତ କିଏ ଫୁଲର ମହକରେ ଚାରିଦିଗ ମହକାଇବାକୁ ଚେଷ୍ଟା କରେ। କିନ୍ତୁ ବିବାହରେ କିଏ କେବେ ପୁଷ୍ପକ ବିମାନରେ ପ୍ରବେଶ କରିବା କଥା ଶୁଣିଛନ୍ତି?, ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ଜଣେ ବର ଏବଂ କନ୍ୟା ବିବାହ କୁ ଉଡି ଉଡି ଆସୁଛନ୍ତି। ‘ପୁଷ୍ପକ ବିମାନ’ରେ ଆସି ସେମାନେ ବିବାହସ୍ଥଳରେ ପ୍ରବେଶ କରୁଛନ୍ତି ବୋଲି କୁହାଯାଉଛି। ଆପଣ ରାମାୟଣରେ ପୁଷ୍ପକ ବିମାନ କଥା ଶୁଣିଥିବେ। ରାବଣ ମା’ ସୀତାଙ୍କୁ ଅପହରଣ କରିବା ସମୟରେ ପୁଷ୍ପକ ବିମାନର ସାହାଯ୍ୟ ନେଇଥିଲେ। ତେବେ ଏବେ ଏହି ଦମ୍ପତିଙ୍କୁ ପୁଷ୍କକ ବିମାନରେ ବସିକି ଆସୁଥିବା କଥା କୁହାଯାଉଛି।

ଏହାକୁ ପୁଷ୍ପକ ବିମାନ କହିବାର ତାତ୍ପର୍ଯ୍ୟ କ

ଏହାକୁ ପୁଷ୍ପକ ବିମାନ କହିବା ଅର୍ଥ ଏଥିରେ ଏକ ବିଶାଳ ପକ୍ଷୀ ରହିଛି। ପକ୍ଷୀଟି ଏକ କ୍ରେନ୍‌ ସହ ଯୋଡାଯାଇଛି। ଏହି କ୍ରେନ୍‌ରେ ଠିଆ ହୋଇ ବର କନ୍ୟା ଉଡ଼ି ଉଡ଼ି ଆସୁଛନ୍ତି। ଏମିତି ଏଣ୍ଟ୍ରି ବୋଧହୁଏ ପ୍ରଥମ ଥର ହୋଇଛି। ପୂର୍ବରୁ ଏମିତି ଆଡ଼ମ୍ବରରେ କେହି ଏଣ୍ଟ୍ରି କରିବାର ଦୃଶ୍ୟ ଆପଣ ବୋଧହୁଏ ଦେଖିନଥିବେ।

ଏମିତି ପ୍ରବେଶ କରିବା ବର କନ୍ୟାଙ୍କ ପାଇଁ ବିପଦସଙ୍କୁଳ ହୋଇପାରେ। ତଥାପି ବିବାହକୁ ନିଆରା ରୂପଦେବା ପାଇଁ ଏମାନେ ଏପରି ଏକ ବିପଜ୍ଜନକ ପଦକ୍ଷେପ ନେଇଛନ୍ତି। ଏମାନଙ୍କ ପ୍ରବେଶ ସମୟରେ ହିନ୍ଦୀ ଗୀତ ‘ବାହାରୋ ଫୁଲ୍‌ ବରଷାଓ’ ଗୀତ ବାଜିବାର ଶୁଣିବାକୁ ମିଳିଥିଲା। ବର କନ୍ୟା ତଳକୁ ଓହ୍ଲାଇବା ପରେ ତାଙ୍କୁ ବଡ ଆଡମ୍ବର ସହ ସ୍ୱାଗତ କରାଯାଇଥିଲା।



from OdishaReporter https://ift.tt/2mmnxN2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages