ଆସୁଛି ହୀନା ଖାନ୍‌ଙ୍କ ନୂଆ ମ୍ୟୁଜିକ୍‌ ଭିଡିଓ ‘ଭସୁଡ଼ି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ଆସୁଛି ହୀନା ଖାନ୍‌ଙ୍କ ନୂଆ ମ୍ୟୁଜିକ୍‌ ଭିଡିଓ ‘ଭସୁଡ଼ି’

ମୁମ୍ବାଇ: ହୀନା ଖାନ୍‌ ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ହିନ୍ଦି ମେଗା ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ଜରିଆରେ ଭାରତର ପ୍ରତି ଘରେ ହୀନା ପହଞ୍ଚିଥିଲେ ଓ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ। ସେ ବିବାଦୀୟ ଟେଲିଭିଜନ୍‌ ଶୋ’‘ବିଗ୍‌ ବସ୍‌ ସିଜିନ୍‌-୧୧’ରେ ପ୍ରତିଯୋଗୀ ଭାବେ ଯୋଗ ଦେଇ ଚର୍ଚ୍ଚିତ ହୋଇଥିଲେ। ନିଜର ଅଦା ଓ ଖେଳର ଅନ୍ଦାଜରେ ସେ ଫାଇନାଲ୍ ରାଉଣ୍ଡରେ ପହଞ୍ଚିଥିଲେ ଓ ରନର୍‌ଅପ୍‌ ହୋଇଥିଲେ।

ନିଜ ସିରିଏଲରେ ଜଣେ ସଂସ୍କାରୀ ବୋହୂ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଥିବା ଅକ୍ଷରାଙ୍କର ଏବେ ଏକ ନୂଆ ମ୍ୟୁଜିକ ଭିଡିଓ ‘ଭସୁଡ଼ି’ ଲଞ୍ଚ୍‌ ହେବାକୁ ଯାଉଛି। ଏହି ଭିଡିଓ ସଙ୍ଗ୍‌ଟି ଆସନ୍ତା କାଲି ମଙ୍ଗଳବାର ସନ୍ଧ୍ୟା ୬ଟାରେ ରିଲିଜ୍ ହେବ। ହେଲେ ଏହା ପୂର୍ବରୁ ଏହାର ଟିଜର୍ ରିଲିଜ୍ ହୋଇଛି। ଏହି ଟିଜର୍‌ଟିକୁ ଦେଖି ଲୋକମାନଙ୍କ ଭିତରେ ଏହି ଗୀତକୁ ନେଇ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଛି। ଗୀତଟିରେ ହୀନା ଟିଭିର ସଂସ୍କାରୀ ବୋହୂରୁ ପୂରା ଭିନ୍ନ ଅନ୍ଦାଜ୍‌ରେ ନଜର ଆସିଛନ୍ତି। ବାସ୍ ଦେଖିବାକୁ ବାକି ରହିଲା ଯେ ରିଲିଜ୍ ପରେ ହୀନାଙ୍କ ଯାଦୁ ଫ୍ୟାନମାନଙ୍କ ଉପରେ କାମ କରୁଛି କି ନାହିଁ।

ଗୀତଟିକୁ ପଞ୍ଜାବୀ ଗାୟକ ଠୁକ୍‌ରାଲ୍‌ ଗାଇଥିବା ବେଳେ ପରଧାନ୍‌ ରାପ୍ କରିଛନ୍ତି।



from OdishaReporter https://ift.tt/2LlbVoE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages