ଖାଲି ମାଛ ନୁହେଁ ପନିପରିବାରେ ବି ମିଶୁଛି କ୍ୟାନ୍‌ସର କାରକ ଫର୍ମାଲିନ୍‌, ଜାଣନ୍ତୁ କେମିତି କରିବେ ବିଷମୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ଖାଲି ମାଛ ନୁହେଁ ପନିପରିବାରେ ବି ମିଶୁଛି କ୍ୟାନ୍‌ସର କାରକ ଫର୍ମାଲିନ୍‌, ଜାଣନ୍ତୁ କେମିତି କରିବେ ବିଷମୁକ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ର ମାଛରେ ବିଷାକ୍ତ ଫର୍ମାଲିନ ବ୍ୟବହାର ନେଇ ଖବର ଆସିବା ପରେ ଖାଉଟିଙ୍କ ମହଲରେ ଆତଙ୍କ ଖେଳିଯାଇଛି। ଏହି ମାଛରେ କ୍ୟାନସର ସୃଷ୍ଟିକାରୀ ରାସାୟନିକ ଦ୍ରବ୍ୟ ‘ଫର୍ମାଲିନ୍‌’ ମିଶା ଯାଉଥିବା ଅଭିଯୋଗ ଆସିବା ପରେ ପୂରା ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଏହି ମାଛ ଉପରେ ଆସାମ ସରକାର କଟକଣା ଲାଗାଇବା ପରେ ଓଡ଼ିଶା ସରକାରଙ୍କ ଚେତା ପଶିଛି। ଆନ୍ଧ୍ରରୁ ଆସୁଥିବା ମାଛ ଯାଞ୍ଚ କରାଯିବ ବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି । ତେବେ ଫର୍ମାଲିନ୍‌ ଯେ, କେବଳ ମାଛରେ ମିଶାଯାଉଛି, ସେ କଥା ନୁହଁ ପନିପରିବା ଓ ଫଳକୁ  ତାଜା ରଖିବା ପାଇଁ ମଧ୍ୟ ଏହାକୁ  ମିଶାଯାଉଛି। ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ତେବେ ପନିପରିବା ଏବଂ ମାଛରୁ  ଏହି ବିଷାକ୍ତ ଦ୍ରବ୍ୟ ଫର୍ମାଲିନ୍‌କୁ କେମିତି ବାହାର କରିବେ ଜାଣନ୍ତୁ କିଛି ଉପାୟ।

୧-ମୁଖ୍ୟତଃ ପନିପରିବା  ଏବଂ ମାଛକୁ  ଅଧିକ ଦିନ ତାଜା ରଖିବା ପାଇଁ  ରାସାୟନିକ ଦ୍ରବ୍ୟ ଫର୍ମାଲିନ୍ ବ୍ୟବହାର କରାଯାଏ। ଯାହା ପରିବା ଓ ମାଛ ଉପରେ ଏକ ପତଳା ଆସ୍ତରଣ ଭଳି ରହିଥାଏ । ସେଥିରେ ମାଟି କିମ୍ବା ଧୂଳି ଲାଗିଲେ ବି ଶୁଦ୍ଧା ଖରାପ ହୁଏ ନାହିଁ।

୨-ତେବେ ଫର୍ମାଲିନକୁ ଖାଦ୍ୟପଦାର୍ଥରୁ ବାହାର କରିବା ପାଇଁ ସରଳ ଉପାୟ ହେଉଛି ଜଳ। ବ୍ୟବହାରର ଘଣ୍ଟାଏ ପୂର୍ବରୁ ଆପଣ ଶୁଦ୍ଧ ଜଳରେ ପନିପରିବା ଏବଂ ମାଛକୁ ଭଲ କରି ଧୋଇପାରିବେ।

୩- ତେବେ ମାଛ କିମ୍ବା ପନିପରିବା ଓ ଫଳକୁ ଧୋଇବା ପୂର୍ବରୁ ଆପଣ ପାଣିରେ କିଛି ଲୁଣ ମିଶାଇବା ଉଚିତ୍‌। କାରଣ ଫର୍ମାଲିନ୍‌କୁ ନିର୍ଗତ କରିବାରେ ଲୁଣ ଅଧିକ ସହାୟତା କରିଥାଏ।

୪-ସେହିପରି  ପନିପରିବାକୁ ଧୋଇ ବିଶୁଦ୍ଧ କରିବାର ଆଉ ଏକ ପ୍ରକ୍ରିୟା ହେଲା ଭିନେଗାର। ଆପଣ ୯୫ ପ୍ରତିଶତ ଜଳରେ ୫ ପ୍ରତିଶତ ଭିନେଗାର ମିଶାଇ ଭଲ କରି ଧୋଇପାରିବେ। ପାଖାପାଖି ଘଣ୍ଟାଏ ଧରି ଏହାକୁ ଧୋଇଲେ ଆପଣଙ୍କ ଖାଦ୍ୟ ବିପଦମୁକ୍ତ ହୋଇପାରିବ।

୫-ଆପଣ କ୍ଷୀରକୁ କେବେ ବି ଫର୍ମାଲିନ୍ ମୁକ୍ତ କରାଯାଇପାରିବେ ନାହିଁ। ତେବେ ଏଥିରେ ଫର୍ମାଲିନ୍‌ ମିଶାଯାଇଛି ବୋଲି ଆପଣ କେମିତି ଜାଣିବେ? ପରୀକ୍ଷା ପାଇଁ ବଜାରରୁ କିଣୁଥିବା କ୍ଷୀରକୁ ଗୋଟିଏ ରାତି ପାଇଁ ଫ୍ରିଜ୍‌ରେ ରଖନ୍ତୁ ନାହିଁ। ସକାଳେ ଦେଖନ୍ତୁ ଏହି କ୍ଷୀରରେ ଛେନା ଛିଡ଼ି ଯାଉଛି କିମ୍ବା ଖରାପ ହୋଇ ଯାଉଛି । ଏହାକୁ ବ୍ୟବହାର ନ କରି ବରଂ ନଷ୍ଟ କରିବା ଉଚିତ୍‌।



from OdishaReporter https://ift.tt/2zErupY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages