ଡାକ୍ତରଖାନାରେ ପାଣି, ଆଇସିୟୁରେ ପହଁରିଲେ ମାଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ଡାକ୍ତରଖାନାରେ ପାଣି, ଆଇସିୟୁରେ ପହଁରିଲେ ମାଛ

ପାଟନା: ଲଗାଣ ବର୍ଷା ଯୋଗୁ ବିହାରର ଏକାଧିକ ସରକାରୀ ଡାକ୍ତରଖାନାରେ ପାଣି ପଶିଯାଇଛି।

ତେବେ ନାଳନ୍ଦା ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ମଧ୍ୟରେ ଆଣ୍ଟୁଏ ପାଣି ଲହରୀ ମାରୁଥିବା ଦେଖିବାକୁ ମିଳିଛି।

ଏଠାରେ ଆଇସିୟୁରେ ପଶିଛି ନାଳ ଓ କାଦୁଅ ମିଶା ବର୍ଷା ଜଳ।

ହସ୍ପିଟାଲ୍‌ର କରିଡର୍‌ ଓ ବିଭିନ୍ନ ୱାର୍ଡରେ ମଧ୍ୟ ମଇଳା ମିଶା ବର୍ଷା ପାଣି ଜମି ରହିଛି।

ଫଳରେ ଡାକ୍ତର ଓ କର୍ମଚାରୀମାନେ ସେହି ଅପରିସ୍କାର ପାଣିରେ ପଶି ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ବାଧ୍ୟ ହେଉଛନ୍ତି।

ସବୁଠାରୁ ରୋଚକ କଥା ହେଉଚି, ଆଇସିୟୁରେ ଜମିଥିବା ପାଣିରେ ମାଛ ପହଁରୁଥିବା ଦେଖିବାକୁ ମିଳିଛି।

ହସ୍ପିଟାଲ୍‌ ବାହାରେ ମଧ୍ୟ ଆଣ୍ଠୁଏ ପାଣି  ରହିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ୱାର୍ଡରେ ବର୍ଷା ପାଣି ଜମି ରହିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ରାତି ସାରା ଏହା ମଧ୍ୟରେ ଛିଡ଼ା ହୋଇଥିଲେ।

ନାଳନ୍ଦା ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ହେଉଛି, ରାଜ୍ୟର ଦ୍ୱିତୀୟ ସର୍ବବୃହତ ସ୍ୱାସ୍ଥ୍ୟସେବା କେନ୍ଦ୍ର।

ଏହା ୧୦୦ ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା ବେଳେ ଏଠାରେ ୭୫୦ଟି ବେଡ୍‌ ରହିଛି।



from OdishaReporter https://ift.tt/2vgfxRZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages