ପୁଣି ଏକାଠି ହେଲେ ଅରିନ୍ଦମ୍‌-ଏଲିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ପୁଣି ଏକାଠି ହେଲେ ଅରିନ୍ଦମ୍‌-ଏଲିନା

ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅରିନ୍ଦମ୍‌ ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟ। ପୁଣିଥରେ ଆପଣ ତାଙ୍କୁ ଏକାଠି ବଡ ପରଦାରେ ଦେଖିପାରିବେ। ତରଙ୍ଗ ସିନେ ପ୍ରଡକ୍ସନ୍ସ ଏବଂ ରତ୍ନା ବ୍ୟାନର୍ସ ଦ୍ୱାରା ନିର୍ମାଣ ହେବାକୁଥିବା ଆଗାମୀ ଫିଲ୍ମରେ ଏହି ଯୋଡିଙ୍କୁ ଦେଖିବାକୁ ମିଳିବ। ଫିଲ୍ମଟିର ଟାଇଟଲ୍‌ ଏପର୍ଯ୍ୟନ୍ତି ଘୋଷଣା କରାଯାଇନଥିବା ବେଳେ ଫିଲ୍ମଟି ଗଣେଷ ପୂଜାରେ ରିଲିଜ୍‌ ହେବାର ଶୁଣିବାକୁ ମିଳୁଛି। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳୁଛନ୍ତି ଜ୍ୟୋତି ଦାସ। ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ପ୍ରେମ୍ ଆନନ୍ଦ।

ଡେବ୍ୟୁ ଫିଲ୍ମ ଥିଲା ଅରିନ୍ଦମଙ୍କ ସହ

ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରଣ କରାଯାଉଥିବା ରିଆଲିଟି ଶୋ’ ‘କିଏ ହେବ ମୋ ହିରୋଇନ୍‌ ସିଜନ୍‌-୧’ର ବିଜୟିନୀ ହେଉଛନ୍ତି ଏଲିନା ସାମନ୍ତରାୟ। ଶୋ’ ଜିତିବା ପରେ ସେ ପ୍ରଥମ ଫିଲ୍ମ କରିଥିଲେ ‘ଇସ୍କ ତୁହି ତୁ’ । ଏଥିରେ ତାଙ୍କ ବିପକ୍ଷରେ ଥିଲେ ଅରିନ୍ଦମ୍‌। ଅରିନ୍ଦମ୍‌ଙ୍କ ପାଇଁ ହିଁ ହିରୋଇନ୍ ଖୋଜା ଚାଲିଥିଲା ଏହି ଶୋ’ ମାଧ୍ୟମରେ। ଫିଲ୍ମରେ ଏଲିନା ଏକ ମୁସଲ୍‌ମାନ୍‌ ଝିଅ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ଜଣେ ହିନ୍ଦୁ ପୁଅ ଏବଂ ମୁସଲ୍‌ମନ୍‌ ଝିଅ ମଧ୍ୟରେ ଥିବା ଭଲ ପାଇବା ଏବଂ ସେହି ଭଲ ପାଇବାକୁ ସଫଳ କରିବା ପାଇଁ ଚାଲିଥିବା ସଂଘର୍ଷକୁ ଦେଖିବାକୁ ମିଳିଥିଲା।

ଯୋଡିକୁ ମିଳିଲା ଭଲ ରେସ୍‌ପନ୍ସ

ଏହି ଫିଲ୍ମରେ ଅରିନ୍ଦମ-ଏଲିନାଙ୍କ ଯୋଡିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ସେଥିପାଇଁ ଫିଲ୍ମଟି ସଫଳ ହେଲା ଏବଂ ଆଗକୁ ଭଲ ଭଲ ପ୍ରୋଡେକ୍ଟ ଏଲିନାଙ୍କ ହାତକୁ ଆସିଲା। ନିଜର ଦକ୍ଷତାକୁ ପ୍ରଥମ ଫିଲ୍ମରୁ ଏଲିନା ଦର୍ଶକଙ୍କ ସାମ୍ନାକୁ ଆଣିବାରେ ସଫଳ ହୋଇଥିଲେ। ତେବେ ପ୍ରଥମ ଫିଲ୍ମ ୨୦୧୫ରେ ରିଲିଜ୍‌ ହେବାପରେ ଆଉ ଏକାଠି କାମ କରିନଥିବା ଏହି ଯୋଡି ପୁଣି ଥରେ ଏକ ରୋମାଣ୍ଟିକ୍‌ ଲଭ୍‌ ଷ୍ଟୋରୀ ନେଇ ଆସୁଛନ୍ତି।

 



from OdishaReporter https://ift.tt/2AliWor

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages