ବାହୁଡ଼ିଲେ ଚତୁର୍ଦ୍ଧାମୂରତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ବାହୁଡ଼ିଲେ ଚତୁର୍ଦ୍ଧାମୂରତି

puri

ପୁରୀ (ଓଡ଼ିଶା ରିପୋର୍ଟର): ନବଦିନାତ୍ମକ ଯାତ୍ରା ସାରି ବାହୁଡ଼ିଛନ୍ତି ଶ୍ରୀଜିଉ। ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଚତୁର୍ଦ୍ଧାମୂରତି। ଶୃଙ୍ଖଳିତ ନୀତିକାନ୍ତି ଯୋଗୁ ସନ୍ଧ୍ୟା ୬ଟା ପୂର୍ବରୁ ସିଂହଦ୍ୱାର ଆଗରେ ଲାଗିଯାଇଛି ତିନି ରଥ।

ଆଜି ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଆଗରୁ ଆରମ୍ଭ ହୋଇଥିଲା। ଗତକାଲିର ଲଗାଣ ବର୍ଷା ସତ୍ତ୍ୱେ ଆଜି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଦେଖିବାକୁ ପହଞ୍ଚିଥିଲେ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପରେ ଠାକୁରମାନଙ୍କ ନୀତିକାନ୍ତି ସରିବା ପରେ ସଅଳ ଆରମ୍ଭ ହୋଇଥିଲା ପହଣ୍ଡି। ସକାଳ ୯ଟା ବେଳେ, ଧାର୍ଯ୍ୟ ସମୟଠାରୁ ପ୍ରାୟ ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି ନୀତି। ନାକଚଣା ଦ୍ୱାର ଦେଇ ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ ଝୁଲି ଝୁଲି ଆସି ରଥରେ ବିଜେ କରିଥିଲେ କାଳିଆ ଠାକୁର। ଦିନ ୧୨ଟା ୨୦ରେ ଛେରା ପହଁରା କରିଥିଲେ ଗଜପତି ମହାରାଜ। ଚାରମାଳ ଫିଟା ଓ ଘୋଡ଼ା ଯୋଚା ସରିବା ମାତ୍ରେ ନିର୍ଦ୍ଧାରିତ ସମୟର ପ୍ରାୟ ଅଢେଇ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା। ଏବେ ସିଂହଦ୍ୱାର ଆଗରେ ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆସନ୍ତାକାଲି ସୁନାବେଶରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେବେ।



from OdishaReporter https://ift.tt/2uGuQnz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages