ଦୁଇ ପ୍ରେମପକ୍ଷୀଙ୍କୁ କଲେଜରୁ ବହିଷ୍କାର ନିଷ୍ପତ୍ତି ଉପରେ ଲାଗିଲା ରୋକ୍‌: କୋର୍ଟ କହିଲେ ପ୍ରେମ ‘ଅନ୍ଧ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଦୁଇ ପ୍ରେମପକ୍ଷୀଙ୍କୁ କଲେଜରୁ ବହିଷ୍କାର ନିଷ୍ପତ୍ତି ଉପରେ ଲାଗିଲା ରୋକ୍‌: କୋର୍ଟ କହିଲେ ପ୍ରେମ ‘ଅନ୍ଧ’

କୋଚି: ପ୍ରେମ । ଦୁଇଟି ହୃଦୟକୁ ଏକାଠି କରିପାରୁଥିବା ଶକ୍ତି ହେଉଛି ପ୍ରେମ। ଜାତି, ଧର୍ମ ଏବଂ ବର୍ଣ୍ଣର ସାମାଜିକ ଶିକୁଳିକୁ ଛିଡ଼େଇ ଦେଇପାରେ ପ୍ରେମ। ସମ୍ପର୍କର ସୀମା ସରହଦକୁ ଡେଇଁପାରେ ଏହି ପ୍ରେମ। ଏହି ଭଲପାଇବା କେତେ ବେଳେ କାହା ସହ ହୋଇଯିବ ତାହା କହିବା ମୁସକିଲ୍‌। ଆଉ ପ୍ରେମ ହିଁ ଅନ୍ଧ ବୋଲି କେରଳ ହାଇକୋର୍ଟ ହୃଦୟଙ୍ଗମ କରିଛନ୍ତି।  ପ୍ରେମ ମାମଲାକୁ ନେଇ କେରଳର ଏକ ପ୍ରଫେସନାଲ୍‌ କଲେଜ ଦୁଇଜଣଙ୍କୁ ବହିଷ୍କାର କରିବା ପାଇଁ ନେଇଥିବା ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଛନ୍ତି କେରଳ ହାଇକୋର୍ଟ।  କହିଛନ୍ତି ପ୍ରେମ ‘ଅନ୍ଧ’ । ତେଣୁ ସମ୍ପୃକ୍ତ ପୁଅଝିଅଙ୍କୁ କଲେଜରୁ ବିଦାକରାଯାଇପାରିବ ନାହିଁ ।   ବ୍ୟକ୍ତି ବିଶେଷଙ୍କ ସ୍ୱାଧୀନତା ଏବଂ ଗୋପନୀୟତାକୁ ସମ୍ମାନ ଦିଆଯିବା ଉଚିତ। ନୈତିକ ଅଭିଭାବକତ୍ୱ ଜାହିର କରି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପିଲାଙ୍କ ଉପରେ ଅଧିକାର ଜାହିର କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,  କେରଳର ସିଏଚ୍‌ଏମ୍ଏମ୍‌ କଲେଜର ବିବିଏ ଛାତ୍ରୀ ମାଳବିକା (୨୦)ଙ୍କ ସହ  ତାଙ୍କ ସିନିଅର ବୈଶାଖ୍‌ଙ୍କ(୨୧) ପ୍ରେମ ସମ୍ପର୍କ ଗଢିଉଠିଥିଲା।  ତେବେ ଏହି ଭଲପାଇବାକୁ ପରିବାର ଲୋକେ ଓ କଲେଜ୍ ପକ୍ଷରୁ ବିରୋଧ କରାଯାଇଥିଲା। ପରିବାର ପକ୍ଷରୁ ସ୍ୱୀକୃତୀ ନ ମିଳିବାରୁ ଉଭୟେ ଘର ଛାଡ଼ି ଫେରାର ହୋଇଯାଇଥିଲେ। ପରେ ଉଭୟଙ୍କୁ କଲେଜ ପକ୍ଷରୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ଛାତ୍ରୀ ମାଳବିକା କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ବିଚାର କରି କୋର୍ଟ କହିଥିଲେ ଯେ, ପ୍ରେମ ଅନ୍ଧ ଏବଂ ଏହା ମଣିଷର ସହଜାତ ପ୍ରବୃତ୍ତି। ଏହା ବ୍ୟକ୍ତିବିଶେଷଙ୍କ ଗୋପନୀୟତା  ଓ ବ୍ୟକ୍ତିଗତ ପରିସରଭୁକ୍ତ ଅଧିକାର ବୋଲି କୋର୍ଟ କହିଛନ୍ତି।

ଏହି ପ୍ରେମ ବ୍ୟାପାର କଲେଜର ପାଠପଢା ପରିବେଶକୁ ପ୍ରଭାବିତ କରୁଥିଲେ ମଧ୍ୟ ପ୍ରମାଣ ଅଭାବରୁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହେବ ନାହିଁ ବୋଲି ଅଦାଲତ କହିଛନ୍ତି। ତେବେ କୋର୍ଟଙ୍କ ରାୟ ପରେ ମାଳବିକାଙ୍କ ପିତାମାତା ଅଭିଯୋଗ ପ୍ରତ୍ୟାହାର କରି ଉଭୟଙ୍କ ମଧ୍ୟରେ ବାହାଘର ପାଇଁ ସମ୍ମତି ଜଣାଇଛନ୍ତି।



from OdishaReporter https://ift.tt/2O9TyEP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages