ମବ୍‌ ଲିନ୍‌ଚିଂକୁ ରୋକିବାକୁ ଗଠନ ହେଲା କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ମବ୍‌ ଲିନ୍‌ଚିଂକୁ ରୋକିବାକୁ ଗଠନ ହେଲା କମିଟି

ନୂଆଦିଲ୍ଲୀ: ଗୁଜବ ଓ ଗୋ-ସୁରକ୍ଷା ନାଁରେ ବଢ଼ି ଚାଲିଥିବା ପିଟିପିଟି ହତ୍ୟା ବା ମବ୍‌ ଲିନ୍‌ଚିଂକୁ ରୋକିବା ପାଇଁ ଶେଷରେ ଆଜି କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ ରାଜୀବ ଗାଉବାଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି। ଏହି କମିଟି ମବ୍‌ ଲିନ୍‌ଚିଂ ଘଟଣାକୁ ରୋକିବା ପାଇଁ ବିଭିନ୍ନ ନିର୍ଦ୍ଦେଶାବଳୀ ପ୍ରଣୟନ କରିବା ସହ ଏହାର ତର୍ଜମା କରିବ। ଏହି କମିଟିରେ ନ୍ୟାୟ ବିଭାଗର ସଚିବ, ଆଇନ୍‌ ବ୍ୟାପାର ସଚିବ, ଲେଜିସ୍‌ଲେଟିଭ୍‌ ବିଭାଗର ସଚିବ ଏବଂ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ସଚିବ ରହିବେ। ଏହା ସହିତ କେନ୍ଦ୍ର ସରକାର ଗ୍ରୁପ୍‌ ଅଫ୍‌ ମିନିଷ୍ଟରସ୍‌(ଜିଏମ୍‌ଓ) ଗଠନ କରିଛନ୍ତି। ଏହାର ନେତୃତ୍ୱ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ନେବେ। ଏହି କମିଟି ମବ୍‌ ଲିନ୍‌ଚିଂକୁ ପୂରୁଣା ଆଇନ୍‌ ରୋକିପାରିବ ନା ଏଥିପାଇଁ ନୂଆ ଆଇନ୍‌ ପ୍ରଣୟନ କରାଯିବା ଦରକାର ତା’ର ତର୍ଜମା କରିବ। ରାଜ୍ୟମାନେ କାହିଁକି ମବ୍‌ ଲିନ୍‌ଚିଂକୁ କାହିଁକି ରୋକି ପାରୁନାହାନ୍ତି, ତା’ର ମଧ୍ୟ ସମୀକ୍ଷା କରିବ ବୋଲି ଜଣାପଡ଼ିଛି। ଏହି କମିଟି ଜିଏମ୍‌ଓକୁ ତା’ର ରିପୋର୍ଟ ଦେବ। ଜିଏମ୍‌ଓରେ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରଜା, ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ସଡ଼କ ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ନୀତୀନ ଗଡ଼କରୀ ଏବଂ ସାମାଜିକ ନ୍ୟାୟ ଥାୱର ଚାନ୍ଦ ଗେହଲଟ୍‌ ରହିବେ। ଏମାନେ ଘଟଣାର ତଦନ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଭାରତୀୟ ସମ୍ୱିଧାନର ନିୟମ ଅନୁଯାୟୀ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ରାଜ୍ୟ ସରକାରଙ୍କର ଦାୟିତ୍ୱ। ରାଜ୍ୟ ସରକାରମାନେ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବ୍ୟବସ୍ଥା କରିବା ଦରକାର। ଗୁଜବ ଓ ଗୋ-ସୁରକ୍ଷାକୁ ନେଇ ସୃଷ୍ଟି ହେଉତିବା ଲିନ୍‌ଚିଂ ଘଟଣାକୁ ନେଇ ରାଜ୍ୟ ସରକାରମାନଙ୍କୁ ବାରମ୍ୱାର ସତର୍କ କରାଯାଇଛି। ତଥାପି ଏଭଳି ଘଟଣା ଘଟୁଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।



from OdishaReporter https://ift.tt/2Oc9pCP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages