ଏମିତି ହୋଇଥିଲା ସିବିଏସ୍‌ଇ ଖାତାଦେଖା: ଠିକ୍ ଉତ୍ତର ପାଇଁ ମିଳିଛି ଜିରୋ, ଟୋଟାଲ୍ ମାର୍କିଂରେ ବିଭ୍ରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ଏମିତି ହୋଇଥିଲା ସିବିଏସ୍‌ଇ ଖାତାଦେଖା: ଠିକ୍ ଉତ୍ତର ପାଇଁ ମିଳିଛି ଜିରୋ, ଟୋଟାଲ୍ ମାର୍କିଂରେ ବିଭ୍ରାଟ

cbse

ନୂଆଦିଲ୍ଲୀ: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଦେଖାରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ପଷ୍ଟ ହୋଇଯାଇଛି। ପୁନଃ ମୂଲ୍ୟାୟନ ପରେ ଏପରି ତଥ୍ୟ ପଦାକୁ ଆସିଛି। ମିଳିଥିବା ରିପୋର୍ଟ ଅନୁସାରେ, ପୁନଃ ମୂଲ୍ୟାୟନ ପାଇଁ ଆସିଥିବା ପରେ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ନମ୍ବର ବୃଦ୍ଧି ପାଇଛି। ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ଖାତା ଠିକ୍‌ରେ ଦେଖାଯାଇ ନଥିଲା।

ସୂଚନାଯୋଗ୍ୟ ଯେ, ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମୋଟ୍‌ ୯୧୧୧ ଜଣ ଛାତ୍ରଛାତ୍ରୀ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଥିଲେ। ଏଥିରେ ୪୬୩୨ ଜଣ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନରେ ତ୍ରୁଟି ଥିବା ଜଣାପଡ଼ିଥିଲା। କେତେକ କ୍ଷେତ୍ରରେ ଠିକ୍‌ ଉତ୍ତର ଲେଖିଥିଲେ ବି ଏଥିପାଇଁ ପରୀକ୍ଷାର୍ଥୀଙ୍କୁ ଶୂନ୍ୟ ମାର୍କ ଦିଆଯାଇଛି। ସେହିପରି କେତେକ ସ୍ଥାନରେ ମୋଟ୍‌ ନମ୍ବର ଭୁଲ୍‌ ଲେଖାଯାଇଥିବା ପୁନଃ ମୂଲ୍ୟାୟନରୁ ଜଣାପଡ଼ିଛି।

ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସିବିଏସ୍‌ଇ ଦ୍ୱାଦଶ ଟପ୍ପର ଇଶ୍ରୀତା ଗୁପ୍ତା ରାଜନୀତି ବିଜ୍ଞାନରେ କମ୍‌ ମାର୍କ ରଖିଥିବାରୁ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଥିଲେ। ସେ ଅନ୍ୟ ସବୁ ବିଷୟରେ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାରୁ ରାଜନୀତି ବିଜ୍ଞାନ ମାର୍କକୁ ନେଇ ଖୁସି ନଥିଲେ। ପୁନଃ ମୂଲ୍ୟାୟନ ପରେ ଜଣାପଡ଼ିଲା ଯେ, ତାଙ୍କର ୧୭ଟି ଠିକ୍‌ ଉତ୍ତରକୁ ଭୁଲ୍ ବୋଲି ଦର୍ଶାଯାଇଛି। ପୁନଃ ମୂଲ୍ୟାୟନ ପରେ ଏହି ବିଷୟରେ ସେ ଅଧିକ ୨୨ ନମ୍ବର ପାଇଛନ୍ତି।

ମୂଲ୍ୟାୟନରେ ତ୍ରୁଟି ରହୁଥିବା ଜଣାପଡ଼ିବା ପରେ, ସିବିଏସ୍‌ଇ କର୍ତ୍ତୃପକ୍ଷ ଏପରି ଭୁଲ୍‌ ପାଇଁ ୨୧୪ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏମାନଙ୍କ ମଧ୍ୟରୁ ୮୧ ଜଣ ଡେରାଡୁନ୍‌ ରିଜିଓନାଲ୍‌ ଅଫିସ୍‌ ଅଧୀନରେ ଆସୁଥିବା ବେଳେ ବାକି ୫୫ ଜଣ ଆଲ୍ଲାହାବାଦ୍‌ ଅଫିସ୍‌ ଅଧୀନରେ ଆସୁଛନ୍ତି।

ସିବିଏସ୍‌ଇ ସେକ୍ରେଟାରୀ ଅନୁରାଗ ତ୍ରିପାଠୀ କହିଛନ୍ତି- “ଏହି ପ୍ରକାର ଭୁଲ୍ ଏଡ଼େଇବା ପାଇଁ, ସିବିଏସ୍‌ଇ କର୍ତ୍ତୃପକ୍ଷ ପ୍ରତି ଖାତା ଦୁଇଜଣ ଶିକ୍ଷକଙ୍କ ଦ୍ୱାରା ଦେଖିବାର ବନ୍ଦୋବସ୍ତ କରିଥିଲେ। ଏଥିପାଇଁ ୯୯.୬ ପ୍ରତିଶତ ଖାତା ଠିକ୍‌ରେ ମୂଲ୍ୟାୟନ ହୋଇଥିଲା। ଶିକ୍ଷକମାନେ ଚାପରେ ରହିବା କାରଣରୁ ୦.୪ ପ୍ରତିଶତ ଖାତା ଠିକ୍‌ରେ ଦେଖାଯାଇ ପାରିନି। କାରଣ ୬୧.୩୪ ଲକ୍ଷ ଖାତାକୁ ୫୦,୦୦୦ ଶିକ୍ଷକ ମୂଲ୍ୟାୟନ କରିଥିଲେ। ଚଳିତବର୍ଷ ମଧ୍ୟ ପୁନଃ ମୂଲ୍ୟାୟନ ପାଇଁ ବୋର୍ଡ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ତ୍ରୁଟିଜନିତ ସମସ୍ୟାରେ ଛାତ୍ରଛାତ୍ରୀ ପଡ଼ିବେ ନାହିଁ। ତ୍ରୁଟି କେମିତି କମ୍‌ ହେବ ସେନେଇ ଆମେ ଯଥାସମ୍ଭବ ଚେଷ୍ଟା କରୁଛୁ।”



from OdishaReporter https://ift.tt/2v4dgt4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages