
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ବିଜୁ ପକ୍କା ଘର’ ଯୋଜନାରେ ରାଜ୍ୟ ସରକାର ଯେତିକି ଘର ତିଆରି କରିଛନ୍ତି, ତା’ଠାରୁ ଅଧିକ ଦେଖାଉଛନ୍ତି। ବିରୋଧୀ ଦଳ ସବୁବେଳେ ଏମିତି ଅଭିଯୋଗ କରି ଆସିଛନ୍ତି। ଏବେ କିନ୍ତୁ ଶାସକ ଦଳର ବରିଷ୍ଠ ବିଧାୟକ, ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ସରକାରଙ୍କୁ ଅଡୁଆରେ ପକାଇଛନ୍ତି। ସେ କହିଛନ୍ତି, ୪ ବର୍ଷରେ ୧୭ ଲକ୍ଷ ଘର ନିର୍ମାଣ ପାଇଁ ରାଜ୍ୟ ସରକାର ଅର୍ଥ ଦେଇଛନ୍ତି। ମାତ୍ର ଘର ନିର୍ମାଣ ହୋଇନି। ହେଲେ ସରକାର ଯେଉଁ ହିସାବ ଦେଉଛନ୍ତି, ତାହା ବିଶ୍ୱାସଯୋଗ୍ୟ ନୁହେଁ।
ସେ କହିଛନ୍ତି- “ଦୁଇବର୍ଷ ତଳେ ଆର୍ଡି ବଙ୍ଗଳାରେ ଗୃହ ନିର୍ମାଣ ଉପରେ ଏକ କର୍ମଶାଳା ହୋଇଥିଲା। ସେତେବେଳେ ୧୧ ବିଜୁ ପକ୍କା ଘର ନିର୍ମାଣ ହୋଇଥିବା ଘୋଷଣା କରାଯାଇଥିଲା। ସେଥିରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଗୃହ ନିର୍ମାଣରେ ପ୍ରଥମ ହୋଇଥିଲା। ଏକଥା ମୁଁ ଜାଣି କେଉଁଠି କେଉଁଠି ଘର ନିର୍ମାଣ ହୋଇଛି, ତାହା ହିସାବ ବିଡିଓଙ୍କୁ ମାଗିଥିଲି। ମାତ୍ର ସେ ଆଜିପର୍ଯ୍ୟନ୍ତ ତଥ୍ୟ ଦେଇପାରିଲେ ନାହିଁ। ସେହିପରି ବିଜୟଶ୍ରୀ ରାଉତରାୟ ମୋ ପାଖକୁ ଏକ ବ୍ୟକ୍ତିଗତ ଚିଠି ଲେଖିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ, ତାଙ୍କ ନିର୍ବାଚନମଣ୍ଡଳୀରେ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ଉଦ୍ଘାଟନ କରିବା ପାଇଁ। ମାତ୍ର କେଉଁଠି ବାତ୍ୟା ଆଶ୍ରୟସ୍ଥଳୀ ଉଦ୍ଘାଟନ ହେବ ସେ ଜାଣିନଥିଲେ। ଏ ସମ୍ପର୍କରେ ଜାଣିବା ପାଇଁ ସେ (ବିଜୟଶ୍ରୀ) ବିଡିଓଙ୍କୁ ପଚାରିଥିଲେ। ପ୍ରଥମେ ବିଡ଼ିଓ ଜାଣିନଥିବା କହିଥିଲେ। ତା’ପର ବିଡିଓ ବୁଝି କହିଲେ ବାତ୍ୟା ଆଶ୍ରୟସ୍ଥଳୀ ନିଅଁ ଦିଆଯାଇଛି, ଘର ତିଆରି ସରିନି।”
ଦାମ ଆହୁରି କହିଛନ୍ତି- “ରାଜ୍ୟ ଘର ନିର୍ମାଣ ପାଇଁ ରାଜ୍ୟ ସରକାର ଅର୍ଥ ଦେଉଛନ୍ତି। ଘର ମଧ୍ୟ ନିର୍ମାଣ ହେଉଛି। ମାତ୍ର ସରକାର ଯେଉଁ ହିସାବ ଦେଉଛନ୍ତି, ତାହା ବିଶ୍ୱାସଯୋଗ୍ୟ ହେଉନି। ବିଜୁ ପକ୍କା ଘର ଗୋଟିଏ କିମ୍ୱା ଦୁଇ ଦିନରେ ତିଆରି କରାଯାଇ ପାରିବ ନାହିଁ। ଏହାଛଡ଼ା ବିଡିଓମାନେ ଏକସଙ୍ଗେ ଅର୍ଥ ପ୍ରଦାନ କରୁନଥିବାରୁ ଘର ତିଆରି କରିବା ସମ୍ଭବପର ହେଉନାହିଁ।”
from OdishaReporter https://ift.tt/2L6f1ks
No comments:
Post a Comment