ରିଲିଜ୍‌ ହେଲା ଶର୍ଟ ଫିଲ୍ମ ‘ଅଧା ଲେଖା ଚିଠି’ର ଗୀତ ‘ତତେ ଭଲପାଏ ବୋଲି କହି ପାରେନା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ରିଲିଜ୍‌ ହେଲା ଶର୍ଟ ଫିଲ୍ମ ‘ଅଧା ଲେଖା ଚିଠି’ର ଗୀତ ‘ତତେ ଭଲପାଏ ବୋଲି କହି ପାରେନା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରିଲିଜ୍‌ ହେବାକୁ ଯାଉଛି ଓଡ଼ିଆ ଶର୍ଟ ଫିଲ୍ମ ‘ଅଧା ଲେଖା ଚିଠି’। ଏବେ ଏହି ଶର୍ଟ ଫିଲ୍ମର ଏକ ଗୀତ ରିଲିଜ୍‌ ହୋଇଛି। ଯାହାର ନାଁ ରହିଛି ‘ତତେ ଭଲପାଏ ବୋଲି କହି ପାରେନା’। ଏହି ଗୀତଟିକୁ ଗାଇଛନ୍ତି ଲୋକପ୍ରିୟ ଗାୟକ ରତିକାନ୍ତ ଶତପଥୀ। ଗୀତଟିକୁ ମାନସ ପଢ଼ିଆରୀ ଲେଖିଥିବା ବେଳେ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀକାନ୍ତ ପଣ୍ଡା।

Phoenix Film Labs Pvt. Ltde Vtunes Pro  ଏବଂ Padhiary Creatives ମିଳିତ ଭାବରେ ଏହି ଶର୍ଟ ଫିଲ୍ମର ନିର୍ମାଣ କରୁଛନ୍ତି। ଫିଲ୍ମଟି ୨୨ ମିନିଟ୍‌ର ରହିଛି। ଫିଲ୍ମର ନିଦ୍ଦେର୍ଶନା ଦେଇଛନ୍ତି ଅଜୟ ପାଢ଼ୀ। ଏହି ଶର୍ଟ ଫିଲ୍ମର ଗୀତ Vtunes Pro Youtube channelରେ ରିଲିଜ୍‌ ହୋଇଛି। ଶିବାନନ୍ଦ ଜେନା ଏହାର ଏଡିଟିଂ କରିଥିବା ବେଳେ, ସତ୍ୟମ ଶିବମ ସୁନ୍ଦରମ କ୍ୟାମେରା ନିଦ୍ଦେଶକ ଅଛନ୍ତି। ଏହି ଶର୍ଟ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଡ଼ିଆ ଟେଲି ଜଗତର ଲୋକପ୍ରିୟ କଳାକାର ଚିନ୍ମୟ, ଶ୍ରଦ୍ଧା ଓ ସୋନାଲି। ଫିଲ୍ମଟି ଜୁଲାଇ ୨୦ ତାରିଖରେ ରିଲିଜ୍‌ ହେବାକୁ ଯାଉଛି।

https://www.youtube.com/watch?v=ruuQfZ-J8Nk



from OdishaReporter https://ift.tt/2NogajI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages