
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଓ ବିଏସ୍ପି ମଧ୍ୟରେ ସିଟ୍ ବୁଝାମଣା ଉପରେ ମେଣ୍ଟର ସ୍ଥିତି ନିର୍ଭର କରିବ। ଏନେଇ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ରୋକ୍ଠୋକ୍ ଶୁଣାଇଦେଇଛନ୍ତି। ବିଏସ୍ପିକୁ ଯଦି ମନ ମୁତାବକ ସିଟ୍ ଦିଆଯାଏ ତେବେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ଦଳ ମେଣ୍ଟ କରିବ। ନହେଲେ ମେଣ୍ଟ ସମ୍ପର୍କରେ ଦଳ ପୁନର୍ବିଚାର କରିବ ବୋଲି ମାୟାବତୀ କହିଛନ୍ତି। ମାୟାବତୀଙ୍କ ଦଳ ସହ ମେଣ୍ଟକୁ କିଛି କଂଗ୍ରେସ ନେତା ବିରୋଧ କରି ଆସୁଛନ୍ତି। ତେଣୁ ଏଭଳି ରୋକ୍ଠୋକ୍ କଥା କହି ସେମାନଙ୍କ ମୁହଁ ବନ୍ଦ କରିବାକୁ ମାୟାବତୀ ଚେଷ୍ଟା କରିଛନ୍ତି। କିଛିଦିନ ତଳେ କଂଗ୍ରେସ ସଭାପତି ରାହୁଲଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବରିଷ୍ଠ ବିଏସପି ନେତାଙ୍କୁ ଦଳ ବହିଷ୍କାର୍ କରିଥିଲା
from OdishaReporter https://ift.tt/2LiKMqy
No comments:
Post a Comment