ଆଲୋଚନା ବିଫଳ, ଲୋୟର ସୁକତେଲ କାମ ବ୍ୟାହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଆଲୋଚନା ବିଫଳ, ଲୋୟର ସୁକତେଲ କାମ ବ୍ୟାହତ

ବଲାଙ୍ଗିର(ସସ୍ମିତା ସାହୁ): ଗତ ୫ ଦିନ ଧରି ବନ୍ଦ ଅଛି ଲୋୟର ସୁକତେଲ ପ୍ରକଳ୍ପ କାମ। ବିଭିନ୍ନ ଦାବିରେ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଥିବା ବେଳେ ଏ ଯାଏଁ କିଛି ନିଷ୍କର୍ସ ବାହାରି ପାରିନାହିଁ। ବଲାଙ୍ଗିର ଜିଲ୍ଳାପାଳ ଅରିନ୍ଦମ ଡାକୁଆଙ୍କ ଉପସ୍ଥିତିରେ ଆଲୋଚନା ବିଫଳ ହେବା ପରେ ଏବେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଅନିଶ୍ଚିତତା ଦେଖା ଦେଇଛି।

ବର୍ଷା ଦିନେ ବି ସ୍ପିଲ ୱେ କାମ ଚାଲିଥିବା ବେଳେ, ମାଟି ବନ୍ଧକାମ ବନ୍ଦ ଥିଲା । କିନ୍ତୁ ହଠାତ୍ ପରଧିଆପାଲିବାସୀଙ୍କ ଆନ୍ଦୋଳନ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ପୁରାପୁରି ବନ୍ଦ ହୋଇଯାଇଛି। ଏପଟେ ଲୋକଙ୍କ ସମସ୍ୟାର ସମଧାନ ପାଇଁ ପ୍ରତି ମାସରେ ହେଉଛି ଜନଶୁଣାଣି। କିନ୍ତୁ ଏସବୁ ସତ୍ୱେ ଆନ୍ଦୋଳନ କରି  କାମ ବନ୍ଦ କରିଦେଇଛନ୍ତି ଗ୍ରାମବାସୀ। ଆଲୋଚନା ପାଇଁ ଗାଁ ଦାଣ୍ଡରେ ଖୋଦ୍‌ ଜିଲାପାଳ ଉପସ୍ଥିତ ରହି ଆଲୋଚନା କରିଥିଲେ ବି କୌଣସି ସୁଫଳ ମିଳିପାରି ନାହିଁ। ସୋମବାର ସୁଦ୍ଧା କାମ ଆରମ୍ଭ ହେବ ବୋଲି, ଜିଲ୍ଲାପାଳ ଆଶା କରିଥିଲେ ବି କାମ ଆରମ୍ଭ ହୋଇପାରିନି ।

ସୂଚନାଯୋଗ୍ୟ, ପାଖାପାଖି ତିନି ଘଣ୍ଟା ଧରି, ଗାଁ ଲୋକଙ୍କ ସହିତ ଆଲୋଚନା ହୋଇଥିଲା ବି  ନିଜ ଜିଦ୍‌ରେ ଅଟଳ ଅଛନ୍ତି ଗ୍ରାମବାସୀ। ପ୍ରକଳ୍ପ ସପକ୍ଷବାଦୀ ପରଧିଆପାଲି ଗାଁ ଲୋକଙ୍କ ଏକା ଜିଦ୍‌, ଏକକାଳୀନ କ୍ଷତିପୂରଣ ସହିତ ଉଚିତ୍‌ ଥଇଥାନ ଦରକାର।  ତାହା ପୁଣି ୨୦୧୩ ପଲିସି ଅନୁଯାୟୀ। ପ୍ରତି ପରିବାରର ୧୮ ବର୍ଷରୁ ଅଧିକ ଲୋକଙ୍କ ମୁଣ୍ଡ ଗଣତି ସହ ତୁରନ୍ତ କ୍ଷତିପୂରଣ ଓ ଘର ଭଙ୍ଗାଯାଇଥିବା ଲୋକଙ୍କୁ କ୍ଷତିପୂରଣ ସହ ଥଇଥାନ ତୁରନ୍ତ ଦିଆଯାଉ ବୋଲି ଦାବି ହେଉଛି। ୧୧ ଦଫା ଦାବିରୁ କିଛି ଦାବିକୁ ଜିଲ୍ଳାପ୍ରଶାସନ ମାନି ନେଇଥିଲା ବେଳେ, ଆଉ କିଛି ଦାବି ସରକାରଙ୍କ ପାଖକୁ ପଠାଯାଇଛି ।

ଲୋୟର ସୁକତେଲ ଡ୍ୟାମ କାର୍ଯ୍ୟକ୍ଷମ ହେଲେ, ୨୯ଟି ଗାଁ ମଧ୍ୟରୁ ପ୍ରଥମେ ପରଧିଆପାଲି ଗାଁକୁ ପାଣି ମାଡିବ।  ତେଣୁ ଏହି ଗାଁର ସମସ୍ୟା ତୁରନ୍ତ ସମାଧାନ କରିବା ନିହାତି ଜରୁରୀ।

ବିଭାଗୀୟ ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ସ୍ପିଲ ୱେ କାମ ୭୦ ପ୍ରତିଶତ ସରିଯାଇଥିବା ବେଳେ, ମାଟିବନ୍ଧ କାମ ୫୦ ପ୍ରତିଶତ ସରିଯାଇଛି । ତେଣୁ ଶେଷ ଆର୍.ପି.ଡି.ଏ.ସି ମିଟିଂ ପରେ ପ୍ରତି ମାସରେ ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ହେଉଛି ଜନଶୁଣାଣି । ଏପରିକି  ପରଧିଆପାଲି ଗାଁର ସବୁ ସମସ୍ୟାର ସମାଧାନ କରିବା ପାଇଁ ଜିଲ୍ଳା ପ୍ରଶାସନ ତତ୍ପର। ଦାବି ଭିତରେ ଥିବା ଦୁଇ ତିନୋଟି ମୌଳିକ ସମସ୍ୟାର ସମାଧାନ ଜିଲ୍ଳା ପ୍ରଶାସନ କରିଥିବା ବେଳେ ଏବେ ବି କ୍ଷତିପୂରଣ ଓ ଥଇଥାନ ନେଇ, କୌଣସି ସମାଧାନ ବାହାରିପାରନାହିଁ ।



from OdishaReporter https://ift.tt/2LkN08Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages