
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେୟର ବୁନୁ ଭାଇନାଙ୍କ ପାଇଁ ତିଆରି ହେଲା ସୋନୁ ସଙ୍ଗ୍। ଏହି ଭିଡିଓ ତିଆରି କରିଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ। ଯାହା ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏଥିରେ ଲଗାଣ ବର୍ଷାରେ ବେହାଲ ହୋଇଥିବା ସ୍ମାର୍ଟ ସିଟି ଭୁବନେଶ୍ୱରର ଦୟନୀୟ ଚିତ୍ର ରହିଛି। ଏହି ସୋନୁ ସଙ୍ଗ୍ ମାଧ୍ୟମରେ ସରକାରଙ୍କୁ ଚେତାଇବାକୁ ଉଦ୍ୟମ କରିଛି କଂଗ୍ରେସ।
ଗୀତରେ ରହିଛି-“ସୋନୁ ଥରେ ଭୁବନେଶ୍ୱର ସବୁଆଡ଼େ ବୁଲି ଦେଖିଆ, …. ସତ ତୁମ ଦଳ ମୁଖିଆ। ଅସରାଏ ବର୍ଷା ଯଦି ବର୍ଷିଲା, ଘରେ ଘରେ ଆଣ୍ଠୁଏ ପାଣି ପଶିଲା…। ରାଧେ ରାଧେ ଅଧେ ଅଧେ ଖାଉଛ, ଅନନ୍ତ ଶୟନରେ ଶୋଉଛ….।”
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ କୁମାର ଚୌଧୁରୀ କହିଛନ୍ତି-“ପାୱାର୍ ବଳରେ ସେମାନେ ଅନ୍ଧ ହୋଇଯାଇଛନ୍ତି। ସେମାନଙ୍କ ଆଖିରେ ପଟି ବନ୍ଧା ଯାଇଛି। ଓଡ଼ିଶାବାସୀଙ୍କ ଦୁଃଖ ସେମାନେ ଦେଖିପାରୁ ନାହାନ୍ତି। ସେଥିପାଇଁ ଏହି ସୋନୁ ସଙ୍ଗ୍ ପ୍ରସ୍ତୁତ କରିଛୁ। କମ୍ସେ କମ୍ ଏହି ଗୀତ ଶୁଣି ସେମାନଙ୍କ ଚୈତନ୍ୟ ଉଦୟ ହେବ ବୋଲି ଭାବୁଛି।”
କିଛିଦିନ ତଳେ ଏଭଳି ଅଭିନବ ପ୍ରତିବାଦ କରିଥିଲା ଭୁବନେଶ୍ୱର ଜିଲ୍ଲା କଂଗ୍ରେସ। ଇସ୍କନ ମନ୍ଦିର ସାମ୍ନାରେ ପାଣି ସମସ୍ୟା ପ୍ରତିବାଦରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ପାଣି ମାଡ଼ କରିଥିଲା। ବିଜେଡିର ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ ମଧ୍ୟ ରାଜଧାନୀରେ ଏଭଳି ସମସ୍ୟା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଗୀତର ଗାୟିକା ମଧ୍ୟ ମଧ୍ୟ ସମସ୍ୟାର ସମାଧାନ କରାଯିବା ଉପରେ ଜୋର ଦେଇଛନ୍ତି।
ବରିଷ୍ଠ ବିଜେଡି ବିଧାୟକ ଡାକ୍ତର ରାଉତ କହିଛନ୍ତି-“ଆଜି ଭୁବନେଶ୍ୱରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ପୂର୍ବରୁ କେବେ ଏମିତି ହୋଇନଥିଲା। ଏଥିପାଇଁ କିଏ ଦାୟୀ, ତାହାର ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।”
from OdishaReporter https://ift.tt/2v3Pdu8
No comments:
Post a Comment