
ବେଙ୍ଗାଲୁରୁ: ପଦାକୁ ଆସିଲା ପୁଲିସ ବାବୁଙ୍କ ପରକୀୟା ପ୍ରୀତି। ଜଣେ ଆଇପିଏସ୍ ଅଫିସର୍ଙ୍କ ପର ସ୍ତ୍ରୀ ସହ ଅବୈଧ ପ୍ରେମ କାହାଣୀ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଜଣେ ବିବାହିତ ମହିଳାଙ୍କୁ ବଳପୂର୍ବକ କିସ୍ ନେଇ ଆସିଲା ଅଭିଯୋଗ। ଏହି ଅନୈତିକ ସମ୍ପର୍କର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ। ବେଙ୍ଗାଲୁରୁର ଜଣେ ଆଇପିଏସ୍ ଅଫିସରଙ୍କ ନାମରେ ଆସିଥିବା ଏହି ଅଭିଯୋଗ ଏବେ ଚର୍ଚ୍ଚାରେ।
ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଉକ୍ତ ଆଇପିଏସ୍ ଅଫିସରଙ୍କ ନାମରେ ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ ଆଇପିଏସ୍ ଅଫିସର ଜଣକ ତାଙ୍କ ସ୍ତ୍ରୀ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଅନ୍ୟପକ୍ଷରେ ଏହି ଅଭିଯୋଗକୁ ସମ୍ପୃକ୍ତ ଆଇପିଏସ୍ ଅଧିକାରୀ ଅସ୍ୱୀକାର କରିଛନ୍ତି। ରିପୋର୍ଟ ଅନୁସାରେ ଏହି ଆଇପିଏସ୍ ଅଫିସର୍ ଜଣକ ହେଉଛନ୍ତି ଭୀମଶଙ୍କର ଗୁଲେଡ୍। ଭୀମଶଙ୍କର ହେଉଛନ୍ତି କର୍ଣ୍ଣାଟକ କ୍ୟାଡର୍ ୨୦୧୨ ବ୍ୟାଚ୍ର ଆଇପିଏସ୍ ଅଫିସର୍। ସୁରେଶ ନାମକ ଜଣେ ବ୍ୟକ୍ତି ଏହି ଆଇପିଏସ୍ ଅଫିସର୍ଙ୍କ ନାମରେ ଉପରୋକ୍ତ ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ, ତାଙ୍କ ପତ୍ନୀ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଆଇପିଏସ୍ ଅଫିସର ଭୀମଶଙ୍କର ବାଧ୍ୟ କରିଥିଲେ। ଆଉ ତାଙ୍କ ସ୍ତ୍ରୀଙ୍କୁ ଅଫିସର ଜଣକ କୌଣସି ଏକ ସ୍ଥାନରେ କିସ୍ କରୁଥିବା ବେଳେ ଏହାର ଭିଡିଓ ନିଜେ ସୁରେଶ ଉଠାଇ ଭାଇରାଲ କରିଥିବା ସ୍ୱୀକାର କରିଛନ୍ତି।
ଭିଡିଓରେ ସମ୍ପୃକ୍ତ ଆଇପିଏସ୍ ଅଫିସର୍ ପୁଲିସ ପୋଷାକରେ ଥିବା ନଜରକୁ ଆସିଛି। ଏନେଇ ସୁରେଶ ସମ୍ପୃକ୍ତ ଆଇପିଏସ୍ ଅଫିସରଙ୍କ ନାମରେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ସେହିପରି ଆଇପିଏସ ଅଫିସର୍ ଭୀମଶଙ୍କର ସୁରେଶଙ୍କୁ ଧମକାଇଥିବା ଥାନାରେ ଅଭିଯୋଗ ଆଣିଛନ୍ତି। ସେପଟେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି। କହିଛନ୍ତି ତାଙ୍କ ସ୍ୱାମୀଙ୍କ ସହ ସେ ସୁଖରେ ନାହାନ୍ତି। ଏହି ଘଟଣାରେ କର୍ଣାଟକର ଗୃହବିଭାଗ ପୁଲିସକୁ ଏକ ରିପୋର୍ଟ ମାଗିଥିବା ଜଣାପଡ଼ିଛି।
from OdishaReporter https://ift.tt/2Nv7sQK
No comments:
Post a Comment