ଚାଲିଗଲେ ମହାକବି ପଦ୍ମଭୂଷଣ ଗୋପାଲଦାସ ନୀରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଚାଲିଗଲେ ମହାକବି ପଦ୍ମଭୂଷଣ ଗୋପାଲଦାସ ନୀରଜ

ନୂଆଦିଲ୍ଲୀ:  ପଦ୍ମଭୂଷଣ ତଥା ମହାକବି ଗୋପାଲଦାସ ନୀରଜ ଆଜି ୯୪ ବର୍ଷ ବୟସରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସନ୍ଧ୍ୟାରେ ଏମ୍‌ସର ଟ୍ରମା ସେଣ୍ଟର୍‌ରେ ତାଙ୍କର ଦେହାନ୍ତ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ସେ ତାଙ୍କ ଝିଅଙ୍କୁ ସାକ୍ଷାତ କରିବା ପାଇଁ ଆଗ୍ରା ଯାଇଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ମଙ୍ଗଳବାରଠାରୁ ଦିଲ୍ଲୀର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାତିରେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ଟ୍ରମା କେୟାର ସେଣ୍ଟର୍‌କୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସନ୍ଧ୍ୟା ୭.୩୦ରେ ସେ ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ୧୯୨୫ ଜାନୁଆରୀ ୪ରେ ଉତ୍ତରପ୍ରଦେଶର ଏଟାୱା ଜିଲ୍ଲାରେ ରାମଗୋପାଲ ଦାସ ନୀରଜ ଜନ୍ମ ଗ୍ରହଣ କରିଥିଲେ। ପିଲାଟି ବେଳୁ ହିଁ ଲେଖାଲେଖା ପ୍ରତି ଶ୍ରୀ ନୀରଜଙ୍କ ଆଗ୍ରହ ରହିଥିଲା। ସେ ଅନେକ ବଲିଉଡ୍‌ ଫିଲ୍ମ ପାଇଁ ଗୀତ ଲେଖିଥିଲେ। ତାଙ୍କୁ ୧୯୯୧ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ୨୦୦୭ରେ ପଦ୍ମଭୂଷଣ ସମ୍ମାନରେ ଶ୍ରୀ ନୀରଜଙ୍କୁ ଭାରତ ସରକାର ସମ୍ମାନିତ କରିଥିଲେ। ତାଙ୍କ ମୃତ୍ୟୁରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।



from OdishaReporter https://ift.tt/2NtoEWR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages