ପାୱାର୍ କରିଡର୍‌ରେ ପାୱାର୍ କସରତ: କନିଷ୍ଠଙ୍କୁ ଗୁରୁତ୍ୱ, ବରିଷ୍ଠ ଭକୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ପାୱାର୍ କରିଡର୍‌ରେ ପାୱାର୍ କସରତ: କନିଷ୍ଠଙ୍କୁ ଗୁରୁତ୍ୱ, ବରିଷ୍ଠ ଭକୁଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ପ୍ରଶାସନର ‘ଅକ୍ସିଜେନ୍’ ପାଲଟିଥିବା ପାୱାର୍ କରିଡର୍‌ରେ କାର୍ଯ୍ୟରତ ଅଫିସର୍‌ଙ୍କ ମଧ୍ୟରେ ଏବେ ପାୱାର୍‌ କସରତ୍‌ ଚାଲିଛି ବୋଲି ଚର୍ଚ୍ଚା ହେଉଛି। କିଏ କେତେ ପାୱାରଫୁଲ୍‌ ତାହା ଦେଖାଇବାକୁ କୁଆଡ଼େ ରୀତିମତ ପ୍ରତିଯୋଗିତା ଲାଗିଛି। ଶୁଣିବାକୁ ମିଳୁଛି, ଏହି ପାୱାର୍ କରିଡରର୍‌ରେ ପ୍ରାୟ ଅଢ଼େଇ ବର୍ଷ ଧରି କାର୍ଯ୍ୟରତ ଜଣେ ଅତିରିକ୍ତ ସଚିବ ପାହ୍ୟାର ଅଫିସର୍‌ (ଓଏଏସ୍‌ରୁ ଆଇଏଏସ୍‌ ହୋଇଛନ୍ତି)ଙ୍କ କ୍ଷମତାକୁ ସଙ୍କୁଚିତ କରାଯିବା ପରେ ସେ ଏବେ ବେଶ୍‌ ଅସନ୍ତୁଷ୍ଟ ହୋଇ ପଡ଼ିଛନ୍ତି। ଗତ ବର୍ଷକ ପୂର୍ବରୁ ଏଠାରେ ଯୁଗ୍ମସଚିବ ଭାବେ ନିଯୁକ୍ତି ପାଇଥିବା ଜଣେ କନିଷ୍ଠ ଆଇଏଏସ୍‌ କୁଆଡ଼େ ଏବେ ଅପେକ୍ଷାକୃତ ପାୱାରଫୁଲ୍‌ ହୋଇଛନ୍ତି। ଅତିରିକ୍ତ ସଚିବ ପାହ୍ୟାର ସେହି ଅଫିସର୍‌ଙ୍କ ପାଖରେ ରହିଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ କୁଆଡ଼େ କାଢ଼ି ନିଆଯାଇ ଏହି କନିଷ୍ଠ ଆଇଏଏସ୍ (ଯୁଗ୍ମସଚିବ)ଙ୍କୁ ନ୍ୟସ୍ତ କରାଯାଇଛି। ସେହିପରି ସେଠାରେ କାର୍ଯ୍ୟ କରୁଥିବା ଅନ୍ୟଜଣେ ଆଇପିଏସ୍‌ ଅଫିସର୍‌ ମଧ୍ୟ ୧୦ରୁ ଊର୍ଦ୍ଧ୍ୱ ବିଭାଗର ସର୍ବୋଚ୍ଚକର୍ତା ପାଲଟିଛନ୍ତି। ସେଠାରେ ଥିବା ଅନ୍ୟଜଣେ ଅବସରପ୍ରାପ୍ତ ଅଫିସର୍‌ ଓ ଜଣେ ଓଏଏସ୍ ଅଫିସର୍‌ କୁଆଡ଼େ ସେହି ଅତିରିକ୍ତ ସଚିବଙ୍କ ସହ ଭିତରି ସମ୍ପର୍କ ରଖି ନିଜ ନିଜ ହିସାବରେ ଚାଲିଛନ୍ତି। ଅବଶ୍ୟ ଏହି ଅଫିସର୍‌ମାନେ କୁଆଡ଼େ ରାଜ୍ୟର ମନ୍ତ୍ରୀମାନଙ୍କଠୁ ବି ପାୱାରଫୁଲ୍‌ ଓ ସେମାନଙ୍କର ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେଉଥିବା ଚର୍ଚ୍ଚା ହେଉଛି। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ପାୱାର୍ କରିଡର୍‌ରେ ତଥାକଥିତ ସର୍ବେସର୍ବାଙ୍କ ଇଙ୍ଗିତରେ କୁଆଡ଼େ ଅଫିସର୍‌ଙ୍କ ମଧ୍ୟରେ ପାୱାର୍‌ର ଏହି ଛକାପପ୍ତା ଖେଳ ଚାଲିଛି। ଚର୍ଚ୍ଚା ହେଉଛି ଏହି କନିଷ୍ଠ ଆଇଏଏସ୍ ଉପରେ କୁଆଡ଼େ ଏବେ ତୃତୀୟ ମହଲାର ସମ୍ପୃକ୍ତ ତଥାକଥିତ ସର୍ବେସର୍ବାଙ୍କ ଅଭୟ ହସ୍ତ ରହିଛି। ଯେଉଁଥି ପାଇଁ ସିଏ ଏବେ ନେତାଙ୍କଠୁ ଆରମ୍ଭ କରି ଅଫିସର୍‌ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜର ସ୍ୱଭାବ ବିପରୀତ ଆଚରଣ କରୁଛନ୍ତି। ନେତା ଓ ଅଫିସର୍‌ଙ୍କୁ ଚଢ଼ାଗଳାରେ କଥା କହି ଅନେକ ବେଆଇନ୍‌ କାର୍ଯ୍ୟ ମଧ୍ୟ କରିବାକୁ କୁଆଡ଼େ ବାଧ୍ୟ କରୁଛନ୍ତି। ଚର୍ଚ୍ଚା ହେଉଛି, ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଓ ଅନ୍ୟ କେତେକ କାର୍ଯ୍ୟ ପାଇଁ କୁଆଡ଼େ ଏହି କନିଷ୍ଠ ଆଇଏଏସ୍‌ ଜଣକ ପ୍ରଚଳିତ ଆଇନ୍‌କୁ ମଧ୍ୟ ମୋଡ଼ିମକଚି ଦେବାକୁ ପଛାଉ ନାହାନ୍ତି। ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟକ ଲୋକ ନହେଲେ ସମ୍ପୃକ୍ତ ଅଂଚଳର ବିଜେଡି ବିଧାୟକ ଓ ନେତାଙ୍କୁ କୁଆଡ଼େ ଏହି ଅଫିସର୍‌ଙ୍କ ରୋଷର ଶିକାର ହେବାକୁ ପଡ଼ୁଛି। ଚର୍ଚ୍ଚା ହେଉଛି, ମାତ୍ର ବର୍ଷକ ମଧ୍ୟରେ ଏହି କନିଷ୍ଠ ଆଇଏଏସ୍‌ଙ୍କ ପ୍ରଭାବ ବୃଦ୍ଧିକୁ ନେଇ ସେଠାରେ ବହୁବର୍ଷ ଧରି ଅଫିସର୍‌ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କିନ୍ତୁ ତଥାକଥିତ ସର୍ବେସର୍ବାଙ୍କ ଭୟରେ ସମସ୍ତେ ଚୁପ୍ ରହୁଥିବା ଶୁଣିବାକୁ ମିଳୁଛି।



from OdishaReporter https://ift.tt/2NoFVAo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages