ସୁପ୍ରିମକୋର୍ଟ ଯିବେ ଜଷ୍ଟିସ୍‌ ବିନୀତ ସରନ୍‌: କେନ୍ଦ୍ରକୁ ସୁପାରିସ୍‌ କଲେ କଲେଜିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ସୁପ୍ରିମକୋର୍ଟ ଯିବେ ଜଷ୍ଟିସ୍‌ ବିନୀତ ସରନ୍‌: କେନ୍ଦ୍ରକୁ ସୁପାରିସ୍‌ କଲେ କଲେଜିୟମ

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ୍ ବିନୀତ ସରନ୍‌ ସୁପ୍ରିମକୋର୍ଟ ବିଚାରପତି ହେବେ। ଆଜି ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ୍ ସରନ୍‌ଙ୍କୁ ଏଭଳି ପଦୋନ୍ନତି ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛନ୍ତି। ଖୁବ୍‌ଶୀଘ୍ର କେନ୍ଦ୍ର ସରକାର ଏହା ଉପରେ ମୋହର ମାରିବେ ବୋଲି ଜଣାପଡ଼ିଛି। ସେହିପରି ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେଏମ୍‌ ଯୋଜେଫ୍‌ଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ ଆଜି କଲେଜିୟମ ପୁଣିଥରେ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ୍‌ ଯୋଜେଫ୍‌ଙ୍କ ନାଁକୁ ପଦୋନ୍ନତି ପାଇଁ ପଠାଥିଲେ ହେଁ ଏହାକୁ କେନ୍ଦ୍ର ସରକାର ପୁନଃବିଚାର ପାଇଁ ଫେରାଇ ଦେଇଥିଲେ। ଯାହାକୁ ନେଇ କଲେଜିୟମ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ବ୍ୟତୀତ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦିରା ବାନାର୍ଜୀଙ୍କ ନାଁକୁ ମଧ୍ୟ କଲେଜିୟମ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରିଛନ୍ତି।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ କଲେଜିୟମ କ୍ୟାଲକାଟା ହାଇକୋର୍ଟର ବିଚାରପତି ଅନିରୁଦ୍ଧ ବୋଷଙ୍କୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଁ କରିଥିବା ସୁପାରିସ୍‌କୁ କେନ୍ଦ୍ର ସରକାର ଫେରାଇ ଦେଇଛନ୍ତି। ୫ ମାସ ତଳେ କଲେଜିୟମ ଏଭଳି ସୁପାରିସ୍‌ କରିଥିବା ବେଳେ ଆଜି କେନ୍ଦ୍ର ସରକାର ଏହାର ପୁନଃବିଚାର କରିବାକୁ କହିଛନ୍ତି।



from OdishaReporter https://ift.tt/2O5gBAM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages