କ୍ୟାନ୍‌ସର୍‌ ପୀଡ଼ିତ ଇର୍‌ଫାନ୍‌ ଖାନ୍‌ଙ୍କ ନୂଆ ଫଟୋ ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

କ୍ୟାନ୍‌ସର୍‌ ପୀଡ଼ିତ ଇର୍‌ଫାନ୍‌ ଖାନ୍‌ଙ୍କ ନୂଆ ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଇର୍‌ଫାନ୍‌ ଖାନ୍‌ କିଛି ଦିନ ପୂର୍ବରୁ ଟ୍ୱିଟ୍‌ କରି ଜଣାଇଥିଲେ ଯେ, ତାଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ୍ କ୍ୟାନସର୍‌ ହୋଇଛି। ଏହି ଖବର ମିଳିବା ମାତ୍ରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଦୁଃଖର ଲହରୀ ଖେଳି ଯାଇଥିଲା। ଇର୍‌ଫାନ୍‌ ନିଜ ରୋଗକୁ ନେଇ ଅନେକ ଥର ନିଜ ଟ୍ୱିଟର୍‌ ହ୍ୟାଣ୍ଡଲ୍‌ରେ ସୂଚନା ଦେଇଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ଟ୍ୱିଟ୍ ଜରିଆରେ ଇର୍‌ଫାନ୍‌ଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଥିଲେ। ଏବେ ଇର୍‌ଫାନ୍‌ଙ୍କର ନୂଆ ଫଟୋ ସାମ୍ନାକୁ ଆସିଛି। ଫଟୋରେ ସେ ବେଶ୍‌ ଦୁର୍ବଳ ଦେଖାଯାଉଛନ୍ତି।

ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର୍‌ରେ ପୀଡ଼ିତ ଇର୍‌ଫାନ୍‌ ଏବେ ଲଣ୍ଡନ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ଟ୍ୱିଟର୍‌ରେ ସେ ଏହି  ଫଟୋ ପୋଷ୍ଟ୍ କରିଛନ୍ତି। ଫଟୋଟି ଇଣ୍ଟର୍‌ନେଟ୍‌ରେ ଖୁବ୍‌ ଭାଇରାଲ୍‌ ହୋଇଛି। ନୂଆ ଫଟୋରେ ସେ ଟିକେ ଦୁର୍ବଳ ଦେଖାଯାଉଛନ୍ତି। କିନ୍ତୁ ତାଙ୍କ ଚେହେରାରେ ହସ ପରିଲକ୍ଷିତ ହେଉଛି, ଯେପରି ସେ ଖୁସି ଅଛନ୍ତି।

ଉଲ୍ଲେଖଯୋଗ୍ୟ ଗତ ମାର୍ଚ୍ଚ ମାସରେ ତାଙ୍କୁ ନିଜର ଏହି ରୋଗ ବିଷୟରେ ଜଣାପଡ଼ିଥିଲା। ଏହା ଏକ ଦୁର୍ଲଭ ପ୍ରକାରର କ୍ୟାନସର୍ ଯେଉଁଥିରେ ରୋଗଟି ଶରୀରର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ।



from OdishaReporter https://ift.tt/2uFg13E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages