ଏହି ଗାଁରେ ରହିଛି ରହସ୍ୟମୟ ଶୋଇବା ରୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ଏହି ଗାଁରେ ରହିଛି ରହସ୍ୟମୟ ଶୋଇବା ରୋଗ

sleeping

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ରହସ୍ୟମୟ ଘଟଣା ରହିଛି, ଯାହାର କାରଣ ଜାଣିବା ପାଇଁ ବୈଜ୍ଞାନିକ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ଏପରି  ଏକ ରହସ୍ୟମୟ ଘଟଣା ୪ବର୍ଷ ଧରି ଉତ୍ତର କଜାକିସ୍ତାନର କଲାଚୀ ଗାଁରେ ଘଟି ଚାଲିଛି। ଏହି ଗାଁର ଲୋକେ ୪ ବର୍ଷ ଧରି ଶୋଇବା ରୋଗରେ ପୀଡ଼ିତ ହେଉଛନ୍ତି। ଏଠାକାର ଲୋକମାନେ ଯେ କୌଣସି କାମ କରୁଥାନ୍ତୁ ନା କାହିଁକି ଅଚାନକ ଶୋଇ ପଡ଼ନ୍ତି। ଏହି ଶୋଇବାର କିଛି ନିର୍ଦ୍ଦିଷ୍ଟ ଅବଧି ନ ଥାଏ। ଯାହା କିଛି ଘଣ୍ଟାରୁ ଆରମ୍ଭ ହୋଇ ଅନେକ ମାସ ଧରି ମଧ୍ୟ ଜାରି ରହିଥାଏ। ଏପରି ରହସ୍ୟମୟ ଶୋଇବା ରୋଗକୁ ସେଠାରେ ‘ସ୍ଲିପି ହଲୋ'(Sleepy Hollow) କୁହାଯାଇଥାଏ।

ଗାଁରେ କେବେ ଆରମ୍ଭ ହୋଇଥିଲା ଏହି ରୋଗ:-
କଲାଚୀ ଗାଁରେ ୨୦୧୦ରେ ଏହି ରୋଗ ଆରମ୍ଭ ହୋଇଥିଲା। ସେବେଠାରୁ ଏହି ରୋଗ ଲଗାତାର ବଢ଼ିବାରେ ଲାଗିଛି। ଗାଁର ଜନସଂଖ୍ୟା କହିଲେ ୬୦୦ ଲୋକଙ୍କୁ ବୁଝାଏ। ଯେଉଁଥିରେ ୧୪ ପ୍ରତିଶତ ଲୋକ ଏହି ଶୋଇବା ରୋଗରେ ପୀଡ଼ିତ। ଏହି ରୋଗରେ ପୀଡ଼ିତ ବ୍ୟକ୍ତି ଶୋଇବା ଆରମ୍ଭ କଲେ କିଛି ଘଣ୍ଟା କିମ୍ବା ମାସ ମାସ ଧରି ଶୋଇ ରହିଥାଏ। ଏହି ରୋଗ କାରଣରୁ ସେଠାରେ ଏକ ସ୍କୁଲ୍‌ରେ ୮ଜଣ ପିଲା  ସ୍କୁଲ୍‌ର ଅଡିଟୋରିୟମ୍‌ରେ ପଡ଼ି ଯାଇଥିଲେ। ସେବେଠାରୁ ଏହି ପିଲାମାନେ ଶୋଇ ରହିଛନ୍ତି।
ଏହି ରହସ୍ୟମୟ ରୋଗ କେଉଁ କାରଣରୁ ବଢ଼ି ଚାଲିଛି, ଏହାର କାରଣ ବାସ୍ତବରେ  ବୈଜ୍ଞାନିକମାନେ ଜାଣି ପାରିନାହାନ୍ତି। ତେବେ ଏ ପର୍ଯ୍ୟନ୍ତ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ମସ୍ତିଷ୍କରେ ତରଳ ପଦାର୍ଥର ମାତ୍ରା ବଢ଼ି ଯାଇଥାଏ। କିନ୍ତୁ କୌଣସି ବ୍ୟକ୍ତିର ମସ୍ତିଷ୍କରେ ଏପରି ଅଚାନକ ତରଳ ପଦାର୍ଥର ମାତ୍ରା କିପରି ବଢ଼ିଥାଏ, ତାହା ଜାଣି ହେଉନାହିଁ! ଡାକ୍ତର ସେଠାରେ ବ୍ୟବହୃତ ହେଉଥିବା ପ୍ରଦୂଷିତ ପାଣିକୁ ଏହାର ଏକମାତ୍ର କାରଣ ବୋଲି କହୁଛନ୍ତି।
ୟୁରାନିୟମ୍‌ ଖଣି ପାଖରେ ରହିଛି ଏହି ଗାଁ:-
କଜାକିସ୍ତାନର କଲାଚୀ ଗାଁ ବନ୍ଦ ପଡ଼ିଥିବା ଗୋଟିଏ ୟୁରାନିୟମ୍ ଖଣି ପାଖରେ ଅବସ୍ଥିତ। ଯେଉଁଥିରୁ କ୍ଷତିକାରକ ରେଡିଏସନ୍‌ ବାହାରିଥାଏ। କିନ୍ତୁ ଗାଁରେ ରେଡିଏସନ୍‌ର ମାତ୍ରା ବେଶି ନାହିଁ। ଏପରିକି ଡାକ୍ତର ମଧ୍ୟ ରେଡିଏସନ୍‌କୁ ଏହାର କାରଣ ଭାବେ ଗ୍ରହଣ କରୁନାହାନ୍ତି। କଲାଚୀ ଗାଁରେ ଶୋଇବା ରୋଗରେ ପୀଡ଼ିତ ହୋଇଥିବା ପ୍ରଥମ ବ୍ୟକ୍ତି ଏପ୍ରିଲ୍‌ ୨୦୧୦ରୁ ଏ ପର୍ଯ୍ୟନ୍ତ ୭ ଥର ଏହି ରୋଗର ସାମ୍ନା କରିସାରିଛି ଏବଂ କିଛି ଦିନ ନୁହେଁ, ଥରେ ଆକ୍ରାନ୍ତ ହେଲେ ସେହି ବ୍ୟକ୍ତି ଜଣକ ମାସ ମାସ ଧରି ଶୋଇ ରହିଥାଆନ୍ତି।

 



from OdishaReporter https://ift.tt/2mkWrpB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages