ନିଜର ୯୦ ପ୍ରତିଶତ ଆୟ ଦାନ କରିଦେଇ ଛୋଟିଆ ଘରେ ରହନ୍ତି ଏହି ବଡ଼ ବଲିଉଡ୍‌ ଷ୍ଟାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ନିଜର ୯୦ ପ୍ରତିଶତ ଆୟ ଦାନ କରିଦେଇ ଛୋଟିଆ ଘରେ ରହନ୍ତି ଏହି ବଡ଼ ବଲିଉଡ୍‌ ଷ୍ଟାର୍‌

ମୁମ୍ବାଇ: ରଙ୍ଗ ବେରଙ୍ଗର ଆଲୁଅ ସାଙ୍ଗକୁ ନାନା ଠାଣିବାଣୀରେ ଚମକୁ ଥାଏ ମାୟା ନଗରୀ ମୁମ୍ବାଇ। ଏଇଠି ରହନ୍ତି ଭାରତର ବହୁ ବଡ଼ ବଡ଼ ସେଲିବ୍ରିଟି ଦାମୀ ଗାଡ଼ି, ବିଳାସମୟ ବଙ୍ଗଳା ସହ ରାଜକୀୟ ଠାଣିରେ ବାହାରକୁ ବାହାରନ୍ତି ବଲିଉଡ୍‌ ଷ୍ଟାର୍‌। ମୁମ୍ବାଇରେ ଷ୍ଟାର୍‌ମାନଙ୍କ ବିଳାସମୟ ଜୀବନଶୈଳୀ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। କିନ୍ତୁ ଏଇଠି ରହନ୍ତି ଆଉ ଜଣେ ନିଆରା ବଲିଉଡ୍‌ ଷ୍ଟାର୍‌। ବଲିଉଡ୍‌ର ଅନ୍ୟ କଳାକାରଙ୍କ ପରି ସେ ବି ବେଶ୍ ଚର୍ଚ୍ଚିତ। ପରଦା ଉପରେ ତାଙ୍କ ସଂଳାପ ଦର୍ଶକଙ୍କୁ ପ୍ରେକ୍ଷାଳୟରେ ବାନ୍ଧି ରଖେ। ତାଙ୍କ ଅଭିନୟରେ ପ୍ରତିଟି ଚରିତ୍ର ଖୁବ୍‌ ଜୀବନ୍ତ ଲାଗେ ଓ ବାସ୍ତବ ପରି ମନେ ହୁଏ। ସେ ଯେମିତି ଜଣେ ଭଲ କଳାକାର ସେମିତି ଜଣେ ଭଲ ମଣିଷ ମଧ୍ୟ। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି, ବଲିଉଡ୍‌ର ଖ୍ୟାତନାମା ଅଭିନେତା ନାନା ପାଟେକର। ନାନାଙ୍କ ବିଷୟରେ ଅନେକ ଲୋକ ଅନେକ କଥା ଜାଣିଥିବେ। କିନ୍ତୁ ଆମେ ଆଜି ଆପଣଙ୍କୁ ତାଙ୍କ ବିଷୟରେ ଯେଉଁ କଥା ଜଣାଇବୁ, ତାହା ବୋଧହୁଏ ସମସ୍ତଙ୍କୁ ଜଣା ନଥିବ।

 

ଦରଦୀ ନାନା: ଆପଣ ଜାଣନ୍ତି କି ବଲିଉଡ୍‌ର ଏହି ନିଆରା ଅଭିନେତା ଅନ୍ୟ ବଲିଉଡ୍‌ କଳାକାରଙ୍କ ପରି ଆୟ ତ କରନ୍ତି, କିନ୍ତୁ ତାଙ୍କ ଜୀବନଶୈଳୀ ଅନ୍ୟ ଷ୍ଟାର୍‌ଙ୍କ ପରି ବିଳାସପୂର୍ଣ୍ଣ ନୁହେଁ। ସେ ଖୁବ୍‌ ସାଧାରଣ ଜୀବନ ଜିଅଁନ୍ତି। ସାଧାରଣ ଜୀବନଶୈଳୀରେ ସେ ବିଶ୍ୱାସ ରଖନ୍ତି। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ନାନା ଲୋକଙ୍କ ସେବା ପାଇଁ ତାଙ୍କ ଜୀବନର ସମସ୍ତ ଆୟର ୯୦ ପ୍ରତିଶତ ଚ୍ୟାରିଟିକୁ ଦାନ କରି ଦେଇଛନ୍ତି। ଆଉ ନିଜେ ବୁଢ଼ୀ ମା‘ଙ୍କ ସହିତ ଏକ 1BHK ଘରେ ରହୁଛନ୍ତି।

ସମାଜସେବା ସହିତ ନାନା ଅନେକ ଦିନ ହେବ ଜଡ଼ିତ ରହିଛନ୍ତି। ନାନା ଏକ ଫାଉଣ୍ଡେସନ୍‌ ଗଢ଼ି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ନାନା ଫାଉଣ୍ଡେସନ୍‌ ମରୁଡ଼ି ଯୋଗୁ ଦେଶର କୃଷି ପ୍ରଭାବିତ ୭୦୦ ଅଞ୍ଚଳକୁ ଯାଇ ଲୋକଙ୍କୁ ସାହାଯ୍ୟ କରୁଛି।

ମରାଠାୱାଡ଼ାରେ ଅକାଳ ପଡ଼ିଥିବା ସମୟରେ ନାନା ପାଟେକର୍‌ ନିଜେ ସେଠାକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ୬୦ଟି ଗରିବ କୃଷକଙ୍କ ପରିବାରକୁ ୧୫ ହଜାର ଟଙ୍କା ଲେଖାଏ ସାହାଯ୍ୟ ରାଶି ଦେଇଥିଲେ। ଏଥିରେ ୬୨ ଜଣ କୃଷି ପରିବାର ସାମିଲ୍‌ ଥିଲେ। ଖାଲି ସେତିକି ନୁହେଁ, ନାନା ଆହୁରି ଅନେକ ଲୋକମଙ୍ଗଳକାରୀ ସମ୍ପୃକ୍ତ ରହିଛନ୍ତି।

ଜଣେ ଭଲ କଳାକାର: ଜଣେ କଳାକାର ଭାବରେ ନାନା ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ଖୁବ୍‌ ପ୍ରିୟ। ତିରଙ୍ଗା, କ୍ରାନ୍ତିବୀର ଓ ୟଶବନ୍ତ ଭଳି ଫିଲ୍ମ ତାଙ୍କୁ ବଲିଉଡ୍‌ରେ ଏକ ଭିନ୍ନ ପରିଚୟ ଦେଇଥିଲା।

ତେବେ ନାନା କେବେଳ ହିନ୍ଦୀ ଫିଲ୍ମ ନୁହେଁ, ଏକାଧିକ ଆଞ୍ଚଳିକ ଭାଷାର ଫିଲ୍ମରେ ଅଭିନୟ କରିଛନ୍ତି।

ତାଙ୍କର ଜୀବନ୍ତ ଅଭିନୟ ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି। ସେଥିରେ ଫିଲ୍ମ ଫେୟାର୍ ପୁରସ୍କାର, ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର୍ ସମେତ ଅନେକ ଛୋଟବଡ଼ ପୁରସ୍କାର ସାମିଲ୍‌ ରହିଛି। ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସାମ୍ମାନିତ କରାଯାଇଛି।

କୁହାଯାଏ, ଜଣେ ଭଲ ମଣିଷ ହିଁ ଜଣେ ଭଲ କଳାକାର ହୋଇପାରେ। କାରଣ ଯଦି ଜଣେ କଳାକାର ଅନ୍ୟର ଦୁଃଖକୁ ଅନୁଭବ କରିପାରିଲା ନାହିଁ ତେବେ ସେ ଚରିତ୍ରକୁ କେବେ ବି ଭଲଭାବରେ ଫୁଟାଇ ପାରିବନାହିଁ। ପ୍ରକୃତରେ ନାନା ହେଉଛନ୍ତି ତା‘ର ଏକ ସୁନ୍ଦର ଉଦାହରଣ। ନାନା ଯେତିକି ଭଲ କଳାକାର, ସେତିକି ଦରଦୀ ମଣିଷ। ସେ କେବଳ ରିଲ୍‌ ଲାଇଫ୍‌ ନୁହେଁ ରିୟଲ୍‌ ଲାଇଫ୍‌ର ହିରୋ।  



from OdishaReporter https://ift.tt/2LrAN1o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages