୨୭ରେ ଶତାବ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ; ବିନାଶର ଭବିଷ୍ୟବାଣୀ ଦେଲା ଧର୍ମଗ୍ରନ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

୨୭ରେ ଶତାବ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ; ବିନାଶର ଭବିଷ୍ୟବାଣୀ ଦେଲା ଧର୍ମଗ୍ରନ୍ଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୮ ମସିହା ଜୁଲାଇ ୨୭ ତାରିଖରେ ହେବ ଚନ୍ଦ୍ରଗ୍ରହଣ। ଏହା ହେବ ଏକବିଂଶ ଶତାବ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ। ଏହାକୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ବୋଲି କୁହାଯାଉଛି। ଭାରତରେ ଏହା ଦୃଶ୍ୟମାନ ହେବ। ଖାଲି ଆଖିରେ ଅତି ସହଜରେ ଏହାକୁ ଦେଖିହେବ। ଭାରତୀୟ ସମୟ ରାତି ୧୧ ଘଣ୍ଟା ୫୪ ମିନିଟ୍‌ ୦୨ ସେକେଣ୍ଡରେ ଦେଖାଦେବ। ତା’ପର ଦିନ ଅର୍ଥାତ ୨୮ ତାରିଖ ସକାଳ ୩.୪୯ ମିନିଟ୍‌ରେ ଚନ୍ଦ୍ରଗ୍ରହଣ ସମାପ୍ତ ହେବ। ଏହି ସମୟରେ ଚନ୍ଦ୍ର ଲାଲ୍‌ ଦେଖାଯିବ। ପଢ଼ନ୍ତୁ ଏହି ଚନ୍ଦ୍ରଗ୍ରହଣ ସଂପର୍କରେ ଆଉକିଛି ତଥ୍ୟ।

  • ଏହି ଚନ୍ଦ୍ରଗ୍ରହଣ ୨୦୦୧ରୁ ନେଇ ୨୧୦୦ ମସିହା ପର୍ଯ୍ୟନ୍ତ ସବୁଠାରୁ ଲମ୍ବା ଚନ୍ଦ୍ର ଗ୍ରହଣ ଭାବେ ବିବେଚିତ ହେବ। ଏହାର ଅବଧି ରହିବ ୧ ଘଣ୍ଟା ୪୩ ମିନିଟ୍‌।
  • ଏହା ପୂର୍ବରୁ ସବୁଠୁ ଲମ୍ବା ଚନ୍ଦ୍ର ଗ୍ରହଣ ୨୦୧୪ ଅକ୍ଟୋବର ୮ ତାରିଖ ଓ ୨୦୧୫ ମସିହା ଡିସେମ୍ବର ୨୮ ତାରିଖରେ ପଡ଼ିଥିଲା।
  • ଏକ ଧାର୍ମିକ ପୁସ୍ତକରେ ଏହାକୁ ନେଇ ଭବିଷ୍ୟବାଣୀ କରାଯାଇଛି। ଏହା ବିନାଶର ସୂଚନା ବୋଲି ଏଥିରେ ଦର୍ଶାଯାଇଛି।
  • ‘ବୁକ୍‌ ଅଫ୍‌ ଜୟ’ର ଅଧ୍ୟାୟ ୨.୩୦ରୁ ୩୧ରେ କୁହାଯାଇଛି ଯେ- ‘‘ମୁଁ ସ୍ୱର୍ଗରେ ଓ ପୃଥିବୀରେ ଚମତ୍କାର ଦେଖେଇବି। ରକ୍ତ ନିଆ ଓ ଧୂଆଁ ପିଣ୍ଡୁଳା ହେବି। ସୂର୍ଯ୍ୟ ଉପରେ ଅନ୍ଧାର ମାଡ଼ିଯିବ। ଜହ୍ନ ପୂରା ଗାଢ଼ ଲାଲ୍ ରଙ୍ଗ ହୋଇଯିବ।”
  • କିନ୍ତୁ ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଚନ୍ଦ୍ର ଲାଲ୍ ହେବା ପଛରେ ସୂର୍ଯ୍ୟ କିରଣ ହିଁ ଦାୟୀ। ଯାହାକୁ ‘ରେଲ୍‌ସ ସ୍କେଷ୍ଟ୍ରିଙ୍ଗ୍‌’ କୁହାଯାଏ।
  • ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ସମୟରେ ଆକାଶ ନୀଳ ଦେଖାଯିବାର କାରଣ ବି ‘ରେଲ୍‌ସ୍‌ ସ୍କେଷ୍ଟ୍ରିଙ୍ଗ୍‌’’ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ କହିଛନ୍ତି।


from OdishaReporter https://ift.tt/2A6Qneo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages