
ନୂଆଦିଲ୍ଲୀ: ଆସାମ ଏନ୍ଆର୍ସି ଡ୍ରାଫ୍ଟ ତାଲିକାରୁ ୪୦ ଲକ୍ଷ ଲୋକ ବାଦ୍ ପଡ଼ିବା ଘଟଣାରକୁ ନେଇ ଆଜି ବିରୋଧୀ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି। ଏନ୍ଆର୍ସି ଡ୍ରାଫ୍ଟ୍କୁ ନେଇ ପ୍ରଥମେ ବିରୋଧୀ ରାଜ୍ୟସଭାରେ ହୋ-ହାଲ୍ଲା କରିଥିଲେ।
ଫଳରେ ରାଜ୍ୟସଭା ଅଧ୍ୟକ୍ଷ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ସେହିପରି ଲୋକସଭାରେ ମଧ୍ୟ ଏନ୍ଆରସି ଡ୍ରାଫ୍ଟ ତାତି ଦେଖିବାକୁ ମିଳିଛି।
କଂଗ୍ରେସ ଓ ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ ଏକ ନୋଟିସ୍ ଦେଇ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ। ଏଭଳି ରିପୋର୍ଟ କେବଳ ଭାରତୀୟଙ୍କୁ ନୁହେଁ ପଡ଼ୋଶୀ ବାଂଲାଦେଶ ସହ ଭାରରତର ସମ୍ପର୍କକୁ ପ୍ରଭାବିତ କରିବ ବୋଲି କଂଗ୍ରେସ ଅଭିଯୋଗ କରିଛି।
ରାଜ୍ୟସଭାରେ ଟିଏମସ୍ ସାଂସଦ ମାନେ ଆଲୋଚନା ପାଇଁ ପାଟିତୁଣ୍ଡ କରିବାରୁ ପ୍ରଥମେ ଗୃହକୁ ୧ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା।
ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଅମିତ ଶାହଙ୍କୁ ମତ ରଖିବାକୁ କହିଥିଲେ। ଶ୍ରୀ ଶାହା ତାଙ୍କର ସଂକ୍ଷିପ୍ତ ଉଦ୍ବୋଧନରେ କହିଥିଲେ, ୟୁପିଏ ସରକାର ଯାହା କରିପାରି ନଥିଲେ ଏନ୍ଡିଏ ତାହା କରି ଦେଖାଇଛି। ୧୯୮୫ ଚୁକ୍ତି ଅନୁସାରେ ନ୍ୟାଶନାଲ୍ ରେଜିଷ୍ଟର ଅଫ୍ ସିଟିଜେନସ୍ ପ୍ରସ୍ତୁତ କରାଯାଇଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଏହି ଚୁକ୍ତି କରିଥିଲେ। କିନ୍ତୁ ଚୁକ୍ତି ସତ୍ତ୍ୱେ କାର୍ଯ୍ୟକାରୀ କରିବାକୁ ରାଜୀବ ଗାନ୍ଧିଙ୍କ ସାହସ ନଥିଲା। କିନ୍ତୁ ଏନ୍ଡିଏ ସରକାର, ତାହାକୁ କାର୍ଯ୍ୟକାରୀ କରିଛି ବୋଲି ସେ କହିଛନ୍ତି।
ତୃଣମୂଳ କଂଗ୍ରେସ ସାଂସଦ ସୁଖେନ୍ଦୁ ରୟ କହିଛନ୍ତି ’୬ ମାସ ତଳେ ସରକାର ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଥିଲା ଯେ, ୨.୪ ଲକ୍ଷ ଲୋକ ହେଉଛନ୍ତି, ସନ୍ଦେହଜନକ ଭୋଟ୍ର। ଏବେ ୪୦ ଲକ୍ଷ ଆସିଲେ କୁଆଡ଼ୁ? ତେଣୁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କେନ୍ଦ୍ର ସରକାର ଏସବୁ କରିଛନ୍ତି ବୋଲି କହିବା ଭୁଲ୍। ଆମେ ତାଲିକା ପ୍ରସ୍ତୁତ କରିବା ବେଳେ ମାନବାଧିକାର କଥା ଚିନ୍ତା କରିବା ଦରକାର।’
କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡଗେ କହିଛନ୍ତି, ଏନ୍ଆରସି ପ୍ରସଙ୍ଗ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାପାର। ଆମେ ଏହାକୁ ଗୁରୁତ୍ୱର ସହ ବିଚାର କରିବା ଦରକାର। ପ୍ରକୃତ ଭାରତୀୟଙ୍କ କ୍ଷେତ୍ରରେ ଯେଉଁଭଳି ଅନ୍ୟାୟ ନ ହେବ ସେକଥା ସୁନିଶ୍ଚିତ କରିବା ଦରକାର ବୋଲି ସେ କହିଛନ୍ତି।
ଏହାକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଙ୍ଗାମା ଦେଖିବାକୁ ମିଳିଥିଲା। ସେହିପରି କଂଗ୍ରେସ ପକ୍ଷରୁ ସଂସଦ ବାହାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
from OdishaReporter https://ift.tt/2AsFbc7
No comments:
Post a Comment