ଉଦ୍‌ଘାଟନ ପୂର୍ବରୁ ଭାସିଲା ମେଟ୍ରୋ ଷ୍ଟେସନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ଉଦ୍‌ଘାଟନ ପୂର୍ବରୁ ଭାସିଲା ମେଟ୍ରୋ ଷ୍ଟେସନ୍‌

 

ନୂଆଦିଲ୍ଲୀ: ଭିକାଜୀ କାମା ମେଟ୍ରୋ ଷ୍ଟେସନ୍‌କୁ ଉଦ୍‌ଘାଟନ୍‌ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ସରିଥିଲା।  ଖୁବ୍‌ଶୀଘ୍ର ଏହାକୁ ସର୍ବସାଧାରଣ ପାଇଁ ‌ଖୋଲା ଯାଇଥାଆନ୍ତା।

କିନ୍ତୁ ବର୍ଷା ସବୁ କିଛି ବିଗାଡ଼ି ଦେଇଛି। ମେଟ୍ରୋ ଷ୍ଟେସନ୍‌ ନିର୍ମାଣ ବେଳେ ଡ୍ରେନେଜ୍‌ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇ ନଥିବାରୁ ଏହା ମଧ୍ୟରେ ବର୍ଷା ଜଳ ପ୍ରବେଶ କରି ନାହାଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି।

ଅବିଶ୍ରାନ୍ତ ବର୍ଷା ଯୋଗୁ ରାସ୍ତାରେ ପାଣି ଜମିବା ପରେ ଏହା ମେଟ୍ରୋ ଷ୍ଟେସନ୍‌ ମଧ୍ୟକୁ ପ୍ରବେଶ କରିଥିଲା। ଫଳରେ ମେଟ୍ରୋ ଷ୍ଟେସନ୍‌ ପରିସରରେ ଆଣ୍ଠୁଏ ଉଚ୍ଚର ପାଣି ଲହରୀ ମାରିଥିଲା।

ମେଟ୍ରୋ ଷ୍ଟେସନ୍‌ରେ ପାଣି ଜମି ରହିବାରୁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଆରମ୍ଭ କରାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ଶେଷ ହେବ ବୋଲି କୁହାଯାଇଛି। ଜୁଲାଇ ୨୯ ମଧ୍ୟରାତ୍ରରୁ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା।

ରାସ୍ତାରେ ବର୍ଷା ପାଣି ସହ ନାଳ ପାଣି ମିଶିବାରୁ ସେଠାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏବେ ମେଟ୍ରୋ ଷ୍ଟେସନ୍‌ର କିଛି ଭାଗରେ କାମ ଚାଲିଥିବାରୁ ସେଠାରେ ପରିସ୍ଥିତି ସଙ୍ଗିନ ହୋଇଛି।



from OdishaReporter https://ift.tt/2mXr58X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages