
ଭୁବନେଶ୍ୱର : ଗତ ୩ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଜିଲ୍ଲାରେ ଆରମ୍ଭ କରିଥିବା ୫୦୦ କୋଟି ଟଙ୍କାର ‘ସବୁଜ ମହାନଦୀ ମିଶନ’କୁ ଦଳୀୟ କାର୍ଯ୍ୟକ୍ରମ ଭାବେ ହାଇଜ୍ୟାକ୍ କରିବା ପାଇଁ ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କଳିଙ୍ଗ ଷ୍ଟାଡ଼ିୟମରେ ‘ବୃହତ ବୃକ୍ଷରୋପଣ ଅଭିଯାନ’କୁ ଆରମ୍ଭ କରିବାକୁ ଯାଉଛନ୍ତି। ଭୁବନେଶ୍ୱରରେ ହେବାକୁ ଥିବା ପ୍ରସ୍ତାବିତ ‘ବିଶ୍ୱ କପ୍ ହକି’କୁ ‘ସବୁଜ ବିଶ୍ୱକପ୍ ହକି’ ଭାବେ ପ୍ରଚାର ପ୍ରସାର କରାଇ ଗୋଟିଏ ଗୁଳିରେ ଦୁଇଟି ଶିକାର ପାଇଁ ବିଜେଡି ରଣନୀତିକାରମାନେ ଏଭଳି ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳିଛି । ବିଜୁ ଯୁବ ବାହିନୀର ପ୍ରାୟ ୧୦ ହଜାର ସ୍ୱେଚ୍ଛାସେବୀ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସେମାନଙ୍କୁ ବୃକ୍ଷରୋପଣ ପାଇଁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ‘ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିବେ। ‘ ସବୁଜ ମହାନଦୀ ମିଶନ’ ଅନ୍ତର୍ଗତ ରାଜ୍ୟର ସବୁ ନଦୀର ଉଭୟ ପାଶ୍ୱର୍ରେ ୪୧ହଜାର ହେକ୍ଟର ଜମିରେ ବନୀକରଣ ଓ ୫ ହଜାର କିମି ପଥପାଶ୍ୱର୍ରେ ବୃକ୍ଷରୋପଣ ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ଏବେପୁଣିଥରେ ‘ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ’ ଭେଳିକି କାହା ପାଇଁ ବୋଲି ପ୍ରଶ୍ନ ଉଠିଛି। ୪୫୦ କୋଟି ଟଙ୍କାର ସରକାରୀ କାର୍ଯ୍ୟକ୍ରମ ‘ବିଜୁ ଯୁବ ବାହିନୀ’କୁ ପ୍ରଥମରୁ ଦଳୀୟ କାର୍ଯ୍ୟକ୍ରମ ଭାବେ ବିଜେଡି ହାଇଜ୍ୟାକ୍ କରିସାରିଛି। ବିଜେଡି ନେତା ଓ ବିଧାୟକମାନଙ୍କ ପ୍ରଚେଷ୍ଟାରେ ତୃଣମୂଳସ୍ତରରେ ‘ ବିଜୁ ଯୁବ ବାହିନୀ’ରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ପ୍ରାୟ ୯୯ପ୍ରତିଶତ ହେଉଛନ୍ତି ବିଜେଡି କର୍ମୀ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି। ଏବେ ସେହି ସ୍ୱେଚ୍ଛାସେବୀମାନଙ୍କ ହାତରେ ‘ସବୁଜ ମହାନଦୀ ମିଶନ’କୁ ପରୋକ୍ଷରେ ଟେକି ଦେବାକୁ ସମାନ୍ତରାଳ ଭାବେ ‘ବୃହତ୍ ବୃକ୍ଷରୋପଣ ଅଭିଯାନ’କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଯାହାଫଳରେ ସରକାରଙ୍କ ସ୍ୱେଚ୍ଛାସେବୀମାନେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବେ ଓ ନିର୍ବାଚନୀ ବର୍ଷରେ ତା’ର ଫାଇଦା ବିଜେଡି ନିଜର ପ୍ରଚାରପ୍ରସାର ପାଇଁ ଉପଯୋଗ କରିବ ବୋଲି ଜଣାପଡ଼ିଛି। ଏହାସହିତ ବିଶ୍ୱକପ୍ ହକିକୁ ଓଡ଼ିଶା ‘ସବୁଜ ବିଶ୍ୱକପ୍ ହକି’ ଭାବେ ଘୋଷଣା କରି ମଧ୍ୟ ଆନ୍ତର୍ଜାତିକସ୍ତରରେ ବାହାବା ସାଉଁଟିବାକୁ ଲକ୍ଷ୍ୟ ରଖିଛି ବୋଲି ଚର୍ଚ୍ଚା।
ପ୍ରତାପ ହୋଇପାରନ୍ତି ବିଜେପି ରାଜ୍ୟ ସଭାପତି !
from OdishaReporter https://ift.tt/2JWhVCP
No comments:
Post a Comment