ଠିକାସଂସ୍ଥା ପାଇଁ ଅଡୁଆରେ ଉପକୂଳିଆ ନେତା, ପିସି ନଦେବାରୁ ତୃତୀୟ ମହଲା ବ୍ୟାନ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ଠିକାସଂସ୍ଥା ପାଇଁ ଅଡୁଆରେ ଉପକୂଳିଆ ନେତା, ପିସି ନଦେବାରୁ ତୃତୀୟ ମହଲା ବ୍ୟାନ୍ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିର ଜଣେ ଉପକୂଳିଆ ନେତାଙ୍କ ଠିକାସଂସ୍ଥା ଏବେ ତାଙ୍କୁ ପାୱାର୍ କରିଡର୍‌ଠୁ ଦୂରେଇ ଦେଇଛି ବୋଲି ଚର୍ଚ୍ଚା ହେଉଛି।। ଶୁଣିବାକୁ ମିଳୁଛି, ଏହି ନେତାଙ୍କ ମାଲିକାନାରେ ଥିବା ଏକ ଠିକା କମ୍ପାନୀ, କୁଆଡ଼େ ଗତ କିଛିବର୍ଷ ଧରି ଶହ ଶହ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକୁ, ବିନା ଟେଣ୍ଡର୍‌ରେ ହାତେଇବାରେ ସକ୍ଷମ ହୋଇଛି। ଯେଉଁ କିଛି ପ୍ରକଳ୍ପର ଟେଣ୍ଡର୍ ଏହି ଠିକାସଂସ୍ଥାକୁ ମିଳିଛି, ତା ପଛରେ ବି କୁଆଡ଼େ ବଡ଼ଧରଣର ଚକ୍ରାନ୍ତ ହେଉଥିଲା। କିଛି ନିର୍ଦ୍ଦିଷ୍ଟ ସରକାରୀ ବାବୁ ସେହି ଠିକା କମ୍ପାନୀକୁ ପ୍ରୋଜେକ୍ଟ ଦେବା ପାଇଁ ସବୁକିଛି ଚୂଡ଼ାନ୍ତ କରିଦେଉଥିଲେ। ଏଭଳି କାର୍ଯ୍ୟ ବେଶ୍ କିଛିବର୍ଷ ଧରି ଚାଲିଥିଲା। କିନ୍ତୁ ଗତ ୫-୬ ମାସ ହେବ କୁଆଡ଼େ ଏହି ଠିକା ସଂସ୍ଥା ଯୋଗୁ, ସମ୍ପୃକ୍ତ ନେତାଙ୍କ ପାଇଁ ସମସ୍ୟା ଉପୁଜିଛି। ଚର୍ଚ୍ଚା ହେଉଛି, ତୃତୀୟ ମହଲାର ଖାସ୍ ଲୋକ ଭାବେ ବିଜେଡିର ଏହି ରାଜ୍ୟସ୍ତରୀୟ ପଦାଧିକାରୀ କୁଆଡ଼େ ବର୍ଷକୁ ପ୍ରାୟ ୫୦ରୁ ୧୦୦ କୋଟି ଟଙ୍କା ଉପାର୍ଜନ କରୁଥିଲେ। ୨୦୧୬-୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ନେତାଙ୍କ ସଂସ୍ଥାକୁ କୁଆଡ଼େ କିଛି ସରକାରୀ ଓ କମ୍ପାନୀର ପ୍ରୋଜେକ୍ଟ ଦିଆଯାଇଥିଲା। ଏହି ଠିକାସଂସ୍ଥା ମାଧ୍ୟମରେ କିଛି ପାଣ୍ଠି ସଂଗ୍ରହ କରିବାକୁ ବି ଜଣେ ପ୍ରଭାବଶାଳୀ ଅଫିସର୍ ଯୋଜନା କରିଥିଲେ। କିନ୍ତୁ ସମ୍ପୃକ୍ତ ନେତା ଜଣକ କୁଆଡ଼େ ଏହି ଅଫିସରଙ୍କୁ ‘ପିସି’ ଦେବାରେ ସମସ୍ୟା ସୃଷ୍ଟି କରିଥିଲେ। ଠିକା କାର୍ଯ୍ୟରେ ବିଶେଷ ଫାଇଦା ହୋଇନି ବୋଲି କହି ଚୁକ୍ତି ମୁତାବକ ‘ପିସି’ ଦେଇନଥିଲେ। ଏହା ହିଁ ଏବେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ଓ ତୃତୀୟ ମହଲାର ଦୁଆର କୁଆଡ଼େ ତାଙ୍କ ପାଇଁ ବନ୍ଦ ହୋଇଯାଇଛି। ଆଗରୁ ଦୈନିକ ତୃତୀୟ ମହଲାକୁ ଦୌଡୁଥିବା ଏହି ନେତାଙ୍କୁ, ଏବେ କାଁ ଭାଁ ବି ଦେଖିବାକୁ ମିଳୁନି। ଶୁଣିବାକୁ ମିଳୁଛି, ଏହି ବରିଷ୍ଠ ବିଧାୟକଙ୍କଠୁ ଆବଶ୍ୟକ ପରିମାଣର ‘ପାଣ୍ଠି’ ପାଇବାରେ ବିଫଳ ହୋଇଥିବାରୁ ସମ୍ପୃକ୍ତ ଅଫିସର ଜଣକ କୁଆଡ଼େ ଏବେ ତାଙ୍କର ଏକ ‘ବିଲ୍’କୁ ଅଟକାଇ ଦେଇଛନ୍ତି। ତଥାପି ତୃତୀୟ ମହଲାର ଏହି ବାବୁଙ୍କ ପାୱାର କାଳେ ତାଙ୍କର ରାଜନୀତିକ କ୍ୟାରିୟରକୁ ସମାପ୍ତ କରିଦେବ, ସେହି ଆଶଙ୍କାରେ କୁଆଡ଼େ ଏହି ପ୍ରଭାବଶାଳୀ ନେତା ଚୁପ୍ ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି।



from OdishaReporter https://ift.tt/2v9TlsA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages