ନିର୍ବାଚନ ମୁଡ୍‌ରେ ନବୀନ, ଜିଲ୍ଲାକୁ ଆରମ୍ଭ କଲେ ତୋଫାନୀ ଗସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ନିର୍ବାଚନ ମୁଡ୍‌ରେ ନବୀନ, ଜିଲ୍ଲାକୁ ଆରମ୍ଭ କଲେ ତୋଫାନୀ ଗସ୍ତ

ଭୁବନେଶ୍ୱର (ପ୍ରକାଶ ସେଠୀ): ଆଗୁଆ ନିର୍ବାଚନ ପାଇଁ ସରକାରୀସ୍ତରରେ ଜୋରଦାର ପ୍ରସ୍ତୁତି ଯୋଗୁ ଏବେ ବିଜେଡି ନିଜର ନିର୍ବାଚନୀ ରଣନୀତିରେ ପରିବର୍ତ୍ତନ କରିଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜିଲ୍ଲାଗୁଡ଼ିକୁ ଏଭଳି ତୋଫାନୀ ଗସ୍ତ ହିଁ ବିଜେଡିର ନିର୍ବାଚନୀ ରଣନୀତିର ଅଂଶବିଶେଷ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ସପ୍ତାହରେ କ୍ରମାଗତ ୪ଟି ଜିଲ୍ଲା ବୌଦ୍ଧ, ସୋନପୁର, ସୁନ୍ଦରଗଡ଼ ଓ ମାଲକାନଗିରି ଜିଲ୍ଲାକୁ ସରକାରୀ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ଓ ଶିଳାନ୍ୟାସ ଆଳରେ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାକୁ ଗସ୍ତ କରି ନିଜର ଦଳୀୟ କର୍ମୀମାନଙ୍କ ମନୋବଳ ବୃଦ୍ଧି କରିବାର ରଣନୀତି ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଯାଇଥିବା ୪ଟି ଜିଲ୍ଲା ଗସ୍ତବେଳେ ବିଜେଡି ସରକାରର ୫୦୦କୋଟି ଟଙ୍କାର ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ‘ସବୁଜ ମହାନଦୀ ମିଶନ’ର ଶୁଭାରମ୍ଭ, ସୁନ୍ଦରଗଡ଼ରେ ରୁକୁଡ଼ା ଜଳସେଚନ ପ୍ରକଳ୍ପ ଓ ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ଉଦଘାଟନ କରି ସ୍ଥାନୀୟ ଲୋକଙ୍କ ମନ ଜିଣିବା ପାଇଁ ଉଦ୍ୟମ କରିଛନ୍ତି। ବିଜେଡିର ସଂଗଠନ ଦୁର୍ବଳ ଥିବା ଜିଲ୍ଲାଗୁଡ଼ିକୁ ବିଜେଡି ଅଧିକ ପ୍ରାଥମିକତା ଦେଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ କରୁଥିବା ଜଣାପଡ଼ିଛି।
ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅତି କମରେ ୧୬ରୁ ୨୦ଟି ଜିଲ୍ଲା ଗସ୍ତରେ ଯିବା ପାଇଁ ସରକାରୀସ୍ତରରେ କାର୍ଯ୍ୟକ୍ରମ ପ୍ରସ୍ତୁତି ଚାଲିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ବିଶେଷକରି ପଞ୍ଚାୟତ ନିର୍ବାଚନରେ ଦଳର ସ୍ଥିତି ଭଲ ନଥିବା ଜିଲ୍ଲାଗୁଡ଼ିକ ଉପରେ ଅଧିକ ଫୋକସ ଦିଆଯାଉଛି। ମାଲକାନଗିରିରେ ଗୁରୁପ୍ରିୟା ସେତୁ ସହ ୧୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ହେବା ଭଳି ଆଗାମୀ ଦିନରେ ମଧ୍ୟ ଦଳୀୟ ଭୋଟ୍ ବ୍ୟାଙ୍କ  ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୂପ ଯୋଜନା ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ଘୋଷଣା କରିବାର ସମ୍ଭାବନା ରହିଛି। ବିଶେଷକରି କଳାହାଣ୍ଡି, ବଲାଙ୍ଗିର, ମୟୂରଭଞ୍ଜ, ଗଜପତି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନିମନ୍ତେ ଏବେ ସରକାରୀସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏସବୁ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରମୁଖ ସରକାରୀ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପାଦନ କରି ତାକୁ ଉଦଘାଟନ ନିମନ୍ତେ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଏହାସହିତ ଏସବୁ ଜିଲ୍ଲାଗୁଡ଼ିକର ପ୍ରମୁଖ ସମସ୍ୟାର ସମାଧାନ ପାଇଁ ଜିଲ୍ଲାସ୍ତରରେ ପ୍ରୋଜେକ୍ଟ ପ୍ରସ୍ତୁତ କରି ତୁରନ୍ତ ଏହାକୁ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଇବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରାଯାଇଛି। ଯାହାଫଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେହି ଜିଲ୍ଲାଗୁଡ଼ିକ ଗସ୍ତ କରିବା ବେଳେ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ସମ୍ଭବପର ହୋଇପାରିବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତବେଳେ ଦଳୀୟ କର୍ମୀଙ୍କୁ ଆଣିବାର ଦାୟିତ୍ୱ ମଧ୍ୟ ଜିଲ୍ଲାସ୍ତରର ନେତାମାନଙ୍କୁ ନ୍ୟସ୍ତ କରାଯାଉଥିବା ଜଣାପଡ଼ିଛି। ବିଜେଡିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ଗତ ସାଧାରଣ ନିର୍ବାଚନରେ ଦଳ ପାଇଥିବା ନିଜର ୪୩.୪୫ ପ୍ରତିଶତ ଭୋଟ୍କୁ ଅକ୍ଷୂଣ୍ଣ ରଖିବା ପାଇଁ ପ୍ରୟାସ ଚାଲିଛି। ଅତ୍ୟନ୍ତପକ୍ଷେ ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯେଭଳି ପ୍ରତ୍ୟେକ ଜିଲ୍ଲାକୁ ୨ପର୍ଯ୍ୟାୟ ଗସ୍ତ କରିବେ ତାହା ଏବେଠୁ ଚୂଡ଼ାନ୍ତ ହେଉଛି। ବିଜେଡିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ଗତ ସାଧାରଣ ନିର୍ବାଚନରେ ଦଳ ପାଇଥିବା ନିଜର ୪୩.୪୫ ପ୍ରତିଶତ ଭୋଟକୁ  ଅକ୍ଷୂଣ୍ଣ ରଖିବା ପାଇଁ ପ୍ରୟାସ ଚାଲିଛି। ଅନ୍ତତଃପକ୍ଷେ ସାଧାରଣ ନିର୍ବାଚନ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯେଭଳି ପ୍ରତ୍ୟେକ ଜିଲ୍ଲାକୁ ୨ପର୍ଯ୍ୟାୟ ଗସ୍ତ କରିବେ, ତା ‘ର ଖସଡ଼ା ଏବେଠୁ ଚୂଡ଼ାନ୍ତ ହେଉଛି।


from OdishaReporter https://ift.tt/2JYs3ee

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages