ସାନିଟାରୀ ନ୍ୟାପକିନ୍‌ରେ ଆଉ ଲାଗିବନି ଜିଏସ୍‌ଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ସାନିଟାରୀ ନ୍ୟାପକିନ୍‌ରେ ଆଉ ଲାଗିବନି ଜିଏସ୍‌ଟି

ନୂଆଦିଲ୍ଲୀ: ବହୁ ବାଦ୍‌ବିବାଦ ପରେ ଜିଏସ୍‌ଟି ପରିସରରୁ ସାନିଟାରୀ ନ୍ୟାପକିନ୍‌କୁ ହଟାଇ ଦିଆଯାଇଛି।  ଆଜି ଜିଏସ୍‌ଟି ପରିଷଦରର ୨୮ ତମ ବୈଠକରେ ସର୍ବସମ୍ମତିକ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି।  ଜିଏସ୍‌ଟି ଆଇନ୍‌ରେ ୪୬ଟି ପରବର୍ତ୍ତନକୁ ଆଜି ପରିଷଦ ଅନୁମତି ଦେଇଛି। ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଅଧ୍ୟକ୍ଷତା କରିଥିଲେ। ବୈଠକ ପରେ ମହାରାଷ୍ଟ୍ର ଅର୍ଥମନ୍ତ୍ରୀ ସୁଧୀର ମୁନଗାଣ୍ଟିୱାର କହିଛନ୍ତି ‘ ପରିଷଦର ସମସ୍ତ ସଦସ୍ୟ ସାନାଟାରୀ ନ୍ୟାପକିନ୍‌କୁ ଜିଏସ୍‌ଟିରୁ ବାଦ୍‌ ଦେବାକୁ ପ୍ରସ୍ତାବ ରଖିଥିଲେ। ପୂର୍ବରୁ ଏହା ଉପରେ ୧୨% ଜିଏସ୍‌ଟି ଲାଗୁ କରାଯାଉଥିଲା। କିନ୍ତୁ ଏବେ ଏହାକୁ ଜିଏସ୍‌ଟି ପରିସରରୁ ବାଦ ଦିଆଯିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ବାଉଁଶ ଉପରେ ଏଣିକି ୧୨% ଜିଏସ୍‌ଟି ଲାଗୁ କରାଯିବ। ପୂର୍ବରୁ ଏହା ୧୮% ରହିଥିଲା। ଜିଏସ୍‌ଟି ପରିଷଦ ଆଜି ୨୮% ଜିଏସ୍‌ଟି ମଧ୍ୟରେ ଥିବା ୩୦ରୁ ଅଧିକ ସାମଗ୍ରୀକୁ ଏଥିରୁ ହଟାଇ ଦିଆଯାଇଛି। ପେଟ୍ରୋଲରେ ବ୍ୟବହାର ହେଉଥିବା ଇଥାନୋଲ୍‌ ଉପରେ ୧୮% ଜିଏସ୍‌ଟି ଲାଗୁ ହେଉଥିବା ବେଳେ ଏବେ ଏହା ୫% ଟିକସ ସୀମାକୁ ଖସି ଆସିଛି।



from OdishaReporter https://ift.tt/2LbBQD3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages