ଇସ୍ରୋର ଘରୋଇକରଣ ଚକ୍ରାନ୍ତ! ବିରୋଧ କରିବାରୁ ବରିଷ୍ଠ ଓଡ଼ିଆ ବୈଜ୍ଞାନିକଙ୍କୁ ବିଦା କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଇସ୍ରୋର ଘରୋଇକରଣ ଚକ୍ରାନ୍ତ! ବିରୋଧ କରିବାରୁ ବରିଷ୍ଠ ଓଡ଼ିଆ ବୈଜ୍ଞାନିକଙ୍କୁ ବିଦା କଲେ

ନୂଆଦିଲ୍ଲୀ: ଇସ୍ରୋର ଘରୋଇକରଣ କରିବାକୁ ଏବେ ଚକ୍ରାନ୍ତ ଆରମ୍ଭ ହୋଇଛି।  ୨୭ଟି ସ୍ୟାଟେଲାଇଟ୍‌ ନିର୍ମାଣ ପାଇଁ ଇସ୍ରୋ ଗୋଟିଏ ଦିନ ପୂର୍ବରୁ ଦୁଇଟି ଘରୋଇ କମ୍ପାନୀ ଓ ଗୋଟିଏ ସରକାରୀ କମ୍ପାନୀ ସହ ଚୁକ୍ତି କରିବା ପରେ ଅହମ୍ମଦାବାଦ ସ୍ପେସ୍ ଆପ୍ଲିକେସନ୍‌ କେନ୍ଦ୍ରର ନିର୍ଦ୍ଦେଶକ ତଥା ବିଶିଷ୍ଟ ଓଡ଼ିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି।  ଗୁରୁବାର ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଥିଲା, ଯେଉଁଥିରେ ଶ୍ରୀ ମିଶ୍ରଙ୍କୁ ୧୯ ତାରିଖ ମଧ୍ୟାହ୍ଣରୁ ସମସ୍ତ ଦାୟିତ୍ୱରୁ ହଟାଇ ଦିଆଯାଉଛି ଏବଂ ସେ ତୁରନ୍ତ ବେଙ୍ଗାଲୁରୁରେ ଥିବା ଇସ୍ରୋ ମୁଖ୍ୟାଳୟରେ ଯୋଗଦିଅନ୍ତୁ ବୋଲି ଉଲ୍ଲେଖ କରାଯାଇଥିଲା।

ଶ୍ରୀ ମିଶ୍ରଙ୍କୁ ଏବେ ବରିଷ୍ଠ ପରାମର୍ଶଦାତା ପଦବୀ ମିଳିଛି। ସେ ସିଧାସଳଖ ଇସ୍ରୋ ମୁଖ୍ୟଙ୍କୁ ରିପୋର୍ଟ କରିବେ। ତାଙ୍କ ସ୍ଥାନରେ ଏସ୍‌ଏସିର ଅତିରିକ୍ତ ନିର୍ଦ୍ଦେଶକ ଦୀପକ କୁମାର ଦାସଙ୍କୁ ଅହମ୍ମଦାବାଦ କେନ୍ଦ୍ରର ନିର୍ଦ୍ଦେଶକ କରାଯାଇଛି। ଶ୍ରୀ ମିଶ୍ର ଅନ୍ଧାର ଓ ଘନ ବାଦଲ ମଧ୍ୟରେ ଭାରତ ଓ ଏହାର ପଡ଼ୋଶୀଙ୍କ ଉପରେ ନଜର ରଖିବା ଭଳି ରିସାଟ-୧ ସ୍ୟାଟେଲାଇଟ୍‌ ନିର୍ମାଣ କରି ବେଶ ଖ୍ୟାତି ଅର୍ଜନ କରିଥିଲେ। କାର୍ଟୋସାଟ୍ ଭଳି ଗୁଇନ୍ଦା ସ୍ୟାଟେଲାଇଟ୍‌କୁ ମଧ୍ୟ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ନିର୍ମାଣ କରାଯାଥିଲା। କିନ୍ତୁ ତାଙ୍କ ବିରୋଧରେ ଏବେ ଚକ୍ରାନ୍ତ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି।  ତାଙ୍କୁ ଇସ୍ରୋ ମୁଖ୍ୟ କରାଇ ନେଦବାକୁ ଏଭଳି ଚକ୍ରାନ୍ତ କରାଯାଉଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଦୁଇ ଦିନ ତଳେ ୨୭ଟି ସ୍ୟାଟେଲାଇଟ୍‌ ନିର୍ମାଣ ପାଇଁ ଯେଉଁ ଚୁକ୍ତି ହୋଇଥିଲା, ତାହାକୁ ତପନ ମିଶ୍ର ବିରୋଧ କରିଥିଲେ। ଇସ୍ରୋର ଭାବମୂର୍ତ୍ତିକୁ ନେଇ କୌଣସି ପ୍ରକାରର ସାଲିସ୍‌ କରାଯିବ ନାହିଁ ବୋଲି ସେ କହିଥିଲେ। ଇସ୍ରୋର ଘରୋଇକରଣ କରିବାକୁ ଦିଆଯିବ ନାହିଁ ବୋଲି ସେ କହିବାରୁ ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌ଙ୍କ ସହ ତାଙ୍କର ତିକ୍ତତା ସୃଷ୍ଟି ହୋଇଥିଲା। ଏଥିପାଇଁ ତାଙ୍କୁ ନିର୍ଦ୍ଦେଶକ ପଦରୁ ହଟାଇ ଦିଆଯାଇଥିବା କୁହାଯାଉଛି। ଏଭଳି ବିବାଦ ଉପୁଜିବାରୁ ଇସ୍ରୋ ପକ୍ଷରୁ ସଫେଇ ଦିଆଯାଇଛି। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଶ୍ରୀ ମିଶ୍ରଙ୍କ ଦକ୍ଷତାକୁ କେବଳ ଅହମ୍ମଦାବାଦ ସେଣ୍ଟର୍‌ରେ ସୀମିତ ନରଖି ଇସ୍ରୋର ବିଭିନ୍ନ କେନ୍ଦ୍ରରେ ଉପଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ତାଙ୍କୁ ଏଭଳି ପଦୋନ୍ନତି ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ରାୟଗଡ଼ା ଜିଲ୍ଲାର ବାସିନ୍ଦା ୫୭ ବର୍ଷୀୟ ତପନ ମିଶ୍ର ୧୯୮୪ ମସିହାରେ ଇଲେକଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ୍‌ ଇଂଜିନିୟରିଂରେ କୋଲକାତାରର ଯାଦବପୁର ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିଲେ।  ଏହାପରେ ସେ ସ୍ପେସ୍ ଆପ୍ଲିକେସନ୍‌ ସେଣ୍ଟର୍‌ରେ ଯୋଗ ଦେଇଥିଲେ।  ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶ୍ରୀ ମିଶ୍ର ୧୦ ଦିନ କାଳ କୋମାରେ ରହିବା ପରେ କ୍ୟାନ୍ସର ଭଳି ରୋଗରୁ ମୁକ୍ତି ପାଇଥିଲେ। ଭଲ ହେବା ପରେ ସେ ଦିନକୁ ୧୦ ଘଣ୍ଟାରୁ ଅଧିକ ସମୟ କାର୍ଯ୍ୟ କରୁଥିଲେ।



from OdishaReporter https://ift.tt/2LocRMl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages