ଫୁଲବାଣୀ (ତ୍ରିନାଥ ସାହୁ): ବର୍ଷାକୁ ଦେଖି ତରତର ନଈ ପାର୍ ହେଉଥିଲେ ମାଆ ଓ ଝିଅ। ଏହିସମୟରେ ନଈରେ ମାଡ଼ିଆସିଲା ବଢ଼ି ପାଣି। ସୁଅକୁ ସାମ୍ନା କରିନପାରି ଭାସି ଯାଉଥିଲେ। ସାହା ହେଲା ନଈ କୂଳରେ ଥିବା ଏକ ଗଛ। ମୃତ୍ୟୁ ମୁଖରେ ପଡ଼ିଥିବା ମାଆ ଓ ଝିଅ ସେହି ଗଛକୁ ଜାବୁଡ଼ି ଧରି ଚିତ୍କାର କରିଥିଲେ। କେତେକ ଯୁବକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସେମାନଙ୍କ ଜୀବନ ବର୍ତ୍ତି ଯାଇଥିଲା। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ।
ଗତକାଲି ମାର୍ଦେଜୁ ଗାଁର ସୁଲୋଚନା କହଁର(୫୫) ଓ ଝିଅ ପଦ୍ମିନୀ କହଁର(୨୪) ଫୁଲବାଣୀ ଆସିଥିଲେ। ବର୍ଷାକୁ ଦେଖି ତରତର ହୋଇ ଘରକୁ ଫେରୁଥିଲେ। ସେମାନେ ଆଲାମି ରାସ୍ତାରେ ସାଲୁଙ୍କି ନଈ ପାର ହେଉଥିବା ବେଳେ ବନ୍ୟା ପାଣି ଯମଦୂତ ପରି ମାଡ଼ି ଆସିଲା। ମାଆ ଓ ଝିଅ ପାଣି ଭାସି ଯାଉଥିଲେ। କିନ୍ତୁ କୂଳରେ ଥିବା ଗଛକୁ ଜାବୁଡ଼ି ଧରି ପ୍ରାଣ ବିକଳରେ ଚିତ୍କାର କରିଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ମାତ୍ର ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିବାରେ ବିଳମ୍ୱ ହେଉଥିବା ଦେଖି କେଶବ କହଁର, ସମୀର କହଁର ଓ ଶିବାନନ୍ଦ କହଁର ନାମକ ୩ ଜଣ ସ୍ଥାନୀୟ ଯୁବକ ପାଣିକୁ ଲମ୍ଫ ମାରି ନଈର ପ୍ରଖର ସ୍ରୋତରୁ ୫୫ ବର୍ଷୀୟ ସୁଲୋଚନାଙ୍କୁ ଉଦ୍ଧାର କରିଥିଲେ। ମାତ୍ର ପଦ୍ମିନୀଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା। ପରେ ଅଗ୍ନିଶମ କର୍ମଚାରୀମାନେ ରଶି ସାହାଯ୍ୟରେ ଝିଅ ପଦ୍ମିନୀଙ୍କୁ ଉଦ୍ଧାର କରିଥିଲେ। ଏଥିପାଇଁ ସେମାନଙ୍କୁ ୩ରୁ ୪ ଘଣ୍ଟା ସମୟ ଲାଗିଥିଲା।
from OdishaReporter https://ift.tt/2LnwbJB
No comments:
Post a Comment