
ମାଲକାନଗିରି (ଜିତେନ୍ଦ୍ର ବେଉରା): ବଣ୍ଡାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସରକାର ବହୁତ ଯୋଜନା କରିଛନ୍ତି। ତେବେ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ାରେ ବଣ୍ଡା ପିଲାଙ୍କ ପାଇଁ ଥିବା ସ୍କୁଲ୍ର ଅବସ୍ଥା ଦେଖିଲେ ଏହା ସ୍ପଷ୍ଟ ଭାବେ ଜାଣି ହେଉଛି ଯେ ଏମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର ପ୍ରକୃତରେ କେତେ ତତ୍ପର।


ନରେଶ କିର୍ସାନୀ ନାମକ ଜଣେ ଛାତ୍ର କହିଛନ୍ତି,“ବର୍ଷା ହେଲେ ହଷ୍ଟେଲ୍ ଘରେ ପାଣି ପଶିଯାଉଛି। ତେଣୁ ପାଠ ପଢ଼ା ଠିକ୍ରେ ହୋଇପାରୁନି।”
ଅନ୍ୟ ଜଣେ ଛାତ୍ର ସୋମନାଥ ମୁଦୁଲି କହିଛନ୍ତି, “ଶ୍ରେଣୀଗୃହର ଅବସ୍ଥା ଭଲ ନାହିଁ। ହଷ୍ଟେଲ୍ରେ ବି ରହିବାକୁ ବହୁ ସମସ୍ୟା ହେଉଛି। ଜାଗା ହେଉ ନଥିବାରୁ ବହୁତ କଷ୍ଟରେ ରହୁଛୁ।”

ମାଲକାନଗିରି ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି, “ମୁଦୁଲିପଡ଼ା ସ୍କୁଲର ମରାମତି ପାଇଁ ବିଜୁ କେବିକେ ଯୋଜନାରେ ଅର୍ଥ ବରାଦ ହୋଇଛି। ଖୁବ୍ଶୀଘ୍ର ଏହାର ମରାମତି କରାଯିବ।”
from OdishaReporter https://ift.tt/2LiqRa5
No comments:
Post a Comment