
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଘାରିଛି ଫର୍ମାଲିନ୍ ଡର। ମାଛ ମାକେର୍ଟ ଖାଲି ଖାଲି ଲାଗୁଛି। ଆନ୍ଧ୍ର ମାଛରେ ଫର୍ମାଲିନ୍ ମିଶାଯାଉଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର ସଜାଗ ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ମାଛ ଗୋଦାମ ଓ ମାକେର୍ଟରେ ଚଢ଼ଉ କରାଯାଇ ଯାଞ୍ଚ ପାଇଁ ମାଛ ନମୂନା ସଂଗ୍ରହ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି କଟକ, ବ୍ରହ୍ମପୁର ଓ ରାଉରକେଲାରେ ଚଢ଼ାଇ କରାଯାଇ ନମୂନା ସଂଗ୍ରହ କରାଯାଇଛି।
କଟକରେ ବିଭିନ୍ନ ମାଛ ଗୋଦାମ ଉପରେ ଚଢ଼ଉ କରାଯାଇଛି। ପ୍ରେସ୍ ଛକରେ ଥିବା ମାଛ ଗୋଦାମରେ ସିଏମ୍ସି ପକ୍ଷରୁ ଚଢ଼ଉ କରାଯାଇ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରାଯାଇଛି।
ଗତକାଲି ସିଏମ୍ସି ସ୍ୱାସ୍ଥ୍ୟ ବିଭାଗ ସହରର ବିଭିନ୍ନ ସ୍ଥାନରୁ ୮ଟି ନମୂନା ସଂଗ୍ରହ କରି ପରୀକ୍ଷା କରିଥିଲା। ତେବେ ରିପୋର୍ଟ ନେଗେଟିଭ୍ ଆସିଥିଲା। ଆଜି ସଂଗ୍ରହ ହୋଇଥିବା ନମୂନା ପରୀକ୍ଷା ପରେ କଟକ ମାଛରେ ଫର୍ମାଲିନ୍ ମିଶା ଯାଇଛି କି ନାହିଁ ତାହା ସ୍ପଷ୍ଟ ହେବା ବୋଲି ଅନୁମାନ କରାଯଉଛି।
ରାଉରକେଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ମାଛ ନମୂନା ସଂଗ୍ରହ କରାଯାଇଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ଚଢ଼ଉ ହୋଇଛି। ଡେଲି ମାର୍କେଟ, ଡିଏଭି ସ୍କୁଲ ପାଖ, ସରକାରୀ କଲୋନୀ ଅଞ୍ଚଳରେ ଚଢ଼ଉ କରାଯାଇ ନମୂନା ସଂଗ୍ରହ କରାଯାଇଛି।
ସେହିପରି ବ୍ରହ୍ମପୁର ସହରର ବିଭିନ୍ନ ମାଛ ମାର୍କେଟ୍ ଉପରେ ଚଢ଼ଉ କରି ନମୂନା ସଂଗ୍ରହ କରିଛି ମହାନଗର ନିଗମ। ମହାନଗର ନିଗମର ଖାଦ୍ୟ ନୀରିକ୍ଷକ ଓ ସ୍ୱାସ୍ଥ୍ୟ ଅଧିକାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ।
from OdishaReporter https://ift.tt/2NZTI1N
No comments:
Post a Comment