ଶେଷରେ ସମସ୍ତେ ଫେରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

ଶେଷରେ ସମସ୍ତେ ଫେରିଲେ

ବ୍ୟାଙ୍କକ୍‌ : ମୃତ୍ୟୁକୁ ପାଖରେ ଦେଖୁଥିଲେ ସେମାନେ। ପ୍ରତି ମୁହୂର୍ତ୍ତରେ ଡ଼ର, ଆତଙ୍କ । ଏକାଠି ଥିଲେ ବି ମୁତ୍ୟୁ ସେମାନଙ୍କୁ ପରାସ୍ତ କରିଦେବ ଏହି ଭୟ ଆତଙ୍କିତ କରି ରଖିଥିଲା। ଦିନେ କି ଦୁଇଦିନ ନୁହେଁ ଦୀର୍ଘ ୧୮ ଦିନ କାଳ ଅନ୍ଧାରୀ ଗୁମ୍ପାରେ କଟିଗଲା ସେମାନଙ୍କ ସମୟ। ହେଲେ କଥାରେ ଅଛି ନା- “ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ”। କଥାଟା ସତ୍ୟ ପ୍ରମାଣିତ ହେଲା ଲଗାଣ ବର୍ଷା, ଅନ୍ଧାରୀ ଗୁମ୍ପରା, ଅକ୍ସିଜେନ୍‌ର ଅଭାବ ସତ୍ୱେ ସମାନେ ମୃତ୍ୟୁକୁ ଜୟ କରିଛନ୍ତି। ଆମେ ଥାଇଲାଣ୍ଡ ଲୁଆଙ୍ଗ୍‌ ଗୁମ୍ଫାରୁ ସଫଳତାର ସହ ଉଦ୍ଧାର ପାଇଥିବା ୧୨ କିଶୋର ଫୁଟବଲ ଖେଳାଳୀ ଓ ସେମାନଙ୍କ କୋଚ୍‌ଙ୍କ କଥା।

ଗତ ୨୩ ତାରିଖରେ ଉତ୍ତର ଥାଇଲାଣ୍ଡର ୧୧ ଜଣ ଫୁଟବଲ ଖେଳାଳି ମ୍ୟାଚ୍‌ ସାରିବା ପରେ ସେମାନଙ୍କ କୋଚ୍‌ଙ୍କ ସହ ଉତ୍ସୁକତାର ସହ ଏହି ଗୁମ୍ଫାରେ ପ୍ରବେଶ କରିଥିଲେ। ତେବେ ପ୍ରବଳ ବର୍ଷାରେ ଗୁମ୍ଫାରେ ପାଣି ପଶିଯିବାରୁ ଏହି ଖେଳାଳିମାନେ ବାଟ ଭୁଲି ତା ଭିତରେ ଫସି ରହିଥିଲେ।  ଗୁମ୍ଫା ମୁହଁଠାରୁ ପ୍ରାୟ ୪ କିଲୋମିଟରେ ଦୂରରେ ଏମାନେ ଫସି ରହିଥିଲେ । ଏମାନଙ୍କ ଭିଡିଓ ଭାଇରାଲ ହେବା ପରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା ।

ଯାହାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସମେନଙ୍କୁ ମୁକ୍ତି କରିବା ପାଇଁ ଅନେକ ରାଷ୍ଟ୍ର ସହଯୋଗର ହାତ ବଢାଇଥିଲେ। ଥାଇଲାଣ୍ଡ ସହ ଅଷ୍ଟ୍ରେଲିଆ, ଚୀନ୍, ଇସ୍ରାଏଲ୍, ମିଆଁମାର, ଫ୍ରାନ୍ସ ଓ ଅନ୍ୟ ଦେଶର ବିଶେଷଜ୍ଞ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଦୁଇ ଦିନ ତଳେ ଗୁମ୍ଫା ଭିତରୁ ୪ଜଣଙ୍କୁ ଉଦ୍ଧାର କରାଯିବା ପରେ ଗତକାଲି ଆଉ ଚାରିଜଣଙ୍କୁ ବାହାରକୁ ଅଣାଯାଇଥିଲା । ଆଜି ସକାଳେ ଆଉ ୪ ଜଣ ଉଦ୍ଧାର ହୋଇଥିଲେ। ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।



from OdishaReporter https://ift.tt/2KXoFVz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages