
ଏଣିକି ସ୍କୁଲରେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ହିନ୍ଦି ଓ ଇଂରାଜୀ ସହ ଏବେ ପଢ଼ାଯିବ ‘ମୃତ୍ୟୁର ପାଠ’। ଏହାର ଆରମ୍ଭ ହେବ ଅଷ୍ଟ୍ରେଲିଆରୁ। ଏହି ପ୍ରସ୍ତାବଟି ଅଷ୍ଟ୍ରେଲିଆର ‘କ୍ୱିନ୍ସଲ୍ୟାଣ୍ଡ ମେଡିକାଲ୍ ଆସୋସିଏସନ୍’ ଦେଇଛି। ଡାକ୍ତରୀ ଟିମ୍ ମଧ୍ୟ, ଏହି ପ୍ରସ୍ତାବ ଗ୍ରହଣଯୋଗ୍ୟ ବୋଲି ଘୋଷଣା କରିଦେଛି। ନିୟମଟି ଲାଗୁ ହେବାପରେ ଅଷ୍ଟ୍ରେଲିଆରେ ଥିବା ସ୍କୁଲ ଗୁଡ଼ିକରେ ପିଲାମାନେ ଅନ୍ୟ ବିଷୟ ସହ ‘ମୃତ୍ୟୁର ପାଠ’ ବା ମୃତ୍ୟୁ ସଂପର୍କିତ କିଛି ଅଧ୍ୟାୟ ମଧ୍ୟ ପଢ଼ିବେ।
ମୃତ୍ୟ ରହସ୍ୟ: ମୃତ୍ୟୁ ସବୁବେଳେ ଏକ ରହସ୍ୟମୟ ପ୍ରସଙ୍ଗ। ଏହା ଉପରେ କେତେକେତେ ଗବେଷଣା ହୋଇଛି। ଉଭୟ ବିଜ୍ଞାନ ଓ ଧାର୍ମିକ ସ୍ତରରେ ଏହା ଉପରେ ବର୍ଷ ବର୍ଷ ଧରି ଗବେଷଣା ହୋଇଛି। ସ୍ୱଭାବିକ ଭାବରେ ମୃତ୍ୟୁକୁ ମସସ୍ତେ ଭୟ କରନ୍ତି। ଆମ ପରିବାର ଗୁଡ଼ିକରେ ଏ ବିଷୟରେ କେବେ କେହି କଥା ହେଲେ ତାକୁ ବାରଣ କରାଯାଏ। ଭାରତରେ ମୃତ୍ୟୁକୁ ନେଇ ଅନେକ ଧାର୍ମିକ ଭାବନା ସବୁ ରହିଛି। ଯେପରିକି ମୃତ୍ୟ ପରେ ସ୍ୱର୍ଗ ବା ନର୍କ ପ୍ରାପ୍ତି ହୋଇଥାଏ। ମୃତ୍ୟୁ ହେଲେ ମୁକ୍ତି ମିଳେ ଓ ପୁନର୍ଜନ୍ମ ବି ହୁଏ। ପାଶ୍ଚାତ୍ୟ ସଭ୍ୟତାରେ ବି ମୃତ୍ୟ ସବୁବେଳେ ରହସ୍ୟମୟ ହୋଇ ରହିଛି। ଏବେବି ବଡ଼ବଡ଼ ବୈଜ୍ଞାନିକ ଏ ସଂପର୍କରେ ଗବେଷଣା ଜାରି ରଖିଛନ୍ତି।
କ’ଣ ପଢ଼ାଯିବ? ଅଷ୍ଟ୍ରେଲିଆର ସ୍କୁଲ ଗୁଡ଼ିକରେ ପିଲାମାନଙ୍କୁ ମୃତ୍ୟ ସହ ଜଡ଼ିତ ନିୟମ କାନୁନ ଓ ନୈତିକ କର୍ତ୍ତବ୍ୟ ବିଷୟରେ ପଢ଼ାଯିବ। ଏଥିସହ ‘ଇଚ୍ଛାମୃତ୍ୟ’ ବିଷୟରେ ମଧ୍ୟ ପିଲାଙ୍କୁ ଶିକ୍ଷା ଦିଆଯିବ। ଇଚ୍ଛାମୃତ୍ୟୁ କ’ଣ, କିପରି ଓ କେଉଁ ପରିସ୍ଥିତିରେ ଏଥିପାଇଁ ଆବେଦନ କରିହେବ ଏ ସମସ୍ତ ସୂଚନା ପିଲାମାନଙ୍କୁ ଦିଆଯିବ। ଅଷ୍ଟ୍ରେଲିଆର ଡାକ୍ତରମାନଙ୍କ ଅନୁଯାୟୀ, ଏଭଳି ହେଲେ ପିଲାମାନଙ୍କ ମନରୁ ମୃତ୍ୟୁ ଭୟ କମିଯିବ। ତା ସହ ସେମାନେ ମୃତ୍ୟୁ ବିଷୟରେ ଖୋଲାଖୋଲି କଥା ହୋଇପାରିବେ ଓ ମୃତ୍ୟୁକୁ ନେଇ ମନରେ ଥିବା ପ୍ରଶ୍ନର ଉତ୍ତର ମଧ୍ୟ ସେମାନେ ପାଇପାରିବେ। ମିଳିଥିବା ସୂଚନା ଅନୁଯାୟୀ, ମୃତ୍ୟୁର ବିଷୟକୁ ବାୟୋଲୋଜି, ମେଡିସିନ୍, ଲ-ଆଣ୍ଡ-ଇଥିକ୍ସ ଭାବେ ପଢ଼ାଯିବ।
ଆଉଏକ ରୋଚକ ତଥ୍ୟ ହେଲା, ମେକ୍ସିକୋ ଓ ଆୟର୍ଲ୍ୟାଣ୍ଡରେ ମୃତ୍ୟୁର ଉତ୍ସବ ପାଳନ କରାଯାଏ। ଯାହାକୁ ‘ଡେଥ୍ ଫେଷ୍ଟିଭାଲ’ ବୋଲି କୁହାଯାଏ।
from OdishaReporter https://ift.tt/2KLUgdC
No comments:
Post a Comment