
ଆଜିର ଯୁବପୀଢ଼ି ଆଧୁନିକ ଜୀବନଶୈଳୀକୁ ନେଇ ଏତେ ବ୍ୟସ୍ତ ଯେ, ସେମାନେ ନିଜ ଶରୀରର ଯତ୍ନ ନେବାକୁ ଭୁଲି ଯାଉଛନ୍ତି। ସବୁବେଳେ ଲ୍ୟାପ୍ଟପ୍ ସହିତ ଜଡ଼ିତ ହୋଇ ରହିବା, ଦିନସାରା ଏ.ସି.ରେ ବସିବା ଏବଂ ଗରମ ପାଣିରେ ଗାଧୋଇବା ଭଳି ଅନେକ ଅଭ୍ୟାସ ଶରୀରରେ କୁପ୍ରଭାବ ପକାଉଛି। ଏହାଛଡ଼ା ନିଜକୁ ଯୁଗୋପଯୋଗୀ ଦର୍ଶାଇ ଟାଇଟ୍ ଜିନ୍ ପ୍ୟାଣ୍ଟ ପିନ୍ଧିବା, ଟାଇଟ୍ ଅଣ୍ଡରଓୟାର୍ ପିନ୍ଧିବା ଭଳି ଅଭ୍ୟାସ ଆପଣଙ୍କ ଜୀବନକୁ ବିପଦ ଆଡ଼କୁ ଟାଣି ନେଉଛି। ବିଶେଷ କରି ପୁରୁଷଙ୍କ କ୍ଷେତ୍ରରେ ଏହି ଅଭ୍ୟାସ ଘୋର ବିପଦ ସୃଷ୍ଟି କରୁଛି। ଫଳରେ ପୁରୁଷମାନଙ୍କଠାରେ ଶୁକ୍ର କୀଟର ଦୁର୍ବଳତା ଦେଖାଦେବା ସହିତ ପ୍ରଜନନ ଶକ୍ତି ହ୍ରାସ ପାଉଛି। ଯାହାକୁ ନେଇ ବୈବାହିକ ଜୀବନରେ ଅଶାନ୍ତି ଲାଗି ରହିବା ସହିତ ଦମ୍ପତିମାନେ ସନ୍ତାନ ସୁଖରୁ ବଞ୍ଚିତ ହେଉଛନ୍ତି।
ଛାଡ଼ନ୍ତୁ ଏସବୁ ଅଭ୍ୟାସ
ଗରମ ପାଣିରେ ଗାଧୋଇବା: ଗରମ ପାଣିରେ ଗାଧୋଇବା ବେଳେବେଳେ ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ସବୁବେଳେ ଗରମ ପାଣିରେ ଗାଧୋଇବା ଶରୀର ପକ୍ଷେ ହାନିକାରକ। ଏହାଦ୍ୱାରା ‘ପ୍ରଜନନ ଗ୍ରନ୍ଥି’ ବା ‘ଟେଷ୍ଟିକଲ୍ସ’ର ତାପମାତ୍ରା ବଢ଼ି ଯାଇଥାଏ। ଫଳରେ ଶୁକ୍ରାଣୁ ଦୁର୍ବଳ ହେବା ସହିତ ଏହାର ସଂଖ୍ୟା କମିଯାଏ।
ଟାଇଟ୍ ଅଣ୍ଡରୱେୟାର୍: କିଛି ଲୋକ ଟାଇଟ୍ ଫିଟିଂ ଅଣ୍ଡରଓୟାର ପିନ୍ଧିବାକୁ ପସନ୍ଦ କରନ୍ତି। ଏହାଦ୍ୱାରା ମଧ୍ୟ ‘ଟେଷ୍ଟିକଲ୍ସ’ର ତାପମାତ୍ରା ବଢ଼ି ଯାଇଥାଏ। ତେଣୁ ଟାଇଟ୍ ଅଣ୍ଡରଓୟାର୍ ପିନ୍ଧିବା ବର୍ଜନ କରିବା ଉଚିତ।
ସୋୟା ଜାତୀୟ ଖାଦ୍ୟ ଅଧିକ ଖାଇବା: କିଛି ଲୋକ ସୁନ୍ଦର ସ୍ୱାସ୍ଥ୍ୟ ହାସଲ ପାଇଁ ନିୟମିତ ସୋୟା ଜାତୀୟ ଖାଦ୍ୟ ଖାଇଥାନ୍ତି। ଆବଶ୍ୟକତାଠାରୁ ଅଧିକ ଏଭଳି ଖାଦ୍ୟ ଖାଇଲେ ଏହା ଶୁକ୍ରକୀଟର ଗୁଣବତ୍ତା କମାଇଦିଏ। ଫଳରେ ପୁରୁଷଙ୍କଠାରେ ପ୍ରଜନନ କ୍ଷମତା ହ୍ରାସ ପାଏ।
ଶୋଇକି ଟିଭି ଦେଖିବା: ଯୁବକ ଯୁବତୀମାନେ ଘରେ ସାଧାରଣତଃ ବିଛଣାରେ ବା ଖଟରେ ଶୋଇ ରହି ଟିଭି ଦେଖିବାକୁ ପସନ୍ଦ କରନ୍ତି। ଅଧିକ ସମୟ ଶୋଇ ରହି ଟିଭି ଦେଖିବା ଦ୍ୱାରା ପେଟର ଚର୍ବି ବଢ଼ି ଯାଇଥାଏ। ସେହିପରି ଅଧିକ ସମୟ ପେଟେଇ ରହି ଟିଭି ଦେଖିଲେ ଟେଷ୍ଟିକଲ୍ସର ତାପମାତ୍ରା ବୃଦ୍ଧି ହେବା ସହିତ ସ୍ପର୍ମାଟିକ୍ କର୍ଡ୍ରେ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ।
from OdishaReporter https://ift.tt/2un8d6w
No comments:
Post a Comment