ଶୌଚ ପାଇଁ ଯାଇଥିଲେ, ବାର୍‌ହା ହାବୁଡ଼ରେ ପଡ଼ିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଶୌଚ ପାଇଁ ଯାଇଥିଲେ, ବାର୍‌ହା ହାବୁଡ଼ରେ ପଡ଼ିଗଲେ

ଆସିକା (ମନୋଜ ମୁନି): ଆସିକା ବନଖଣ୍ଡ ଭେଟ୍ଟନଈ ଗାଁରେ ଘର ବାହାରକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳାଙ୍କୁ ବାର୍‌ହା ଆକ୍ରମଣ କରିଛି। ତାଙ୍କ ନାଁ ପ୍ରମିଳା ନାଇକ(୪୦)। ତାଙ୍କ ଘର ପନ୍ଦରାସାହିରେ। ପ୍ରମିଳାଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ  ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ସେହିପରି  ଆଜି ସକାଳେ  ଭାସି ନାଇକ ନାମକ ଜଣେ ମହିଳା ବିଲରେ କାମ କରୁଥିବା ବେଳେ ତାଙ୍କୁ ବାର୍‌ହା କାମୁଡ଼ି ଦେଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି। ଗାଁରେ ବାର୍‌ହା ଉପଦ୍ରବ ବଢ଼ୁଥିବାରୁ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି।

 

 



from OdishaReporter https://ift.tt/2Lfl7Pw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages