ମହିଳାଙ୍କ ପାଇଁ କଂଗ୍ରେସର ଦରଦ ଏମିତି: ଦୁଇ କ୍ଷମତାସୀନ ରାଜ୍ୟରୁ କେହି ନାହାନ୍ତି, ହରିଆଣାର ୪ ସଦସ୍ୟଙ୍କୁ ନେଇ ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ମହିଳାଙ୍କ ପାଇଁ କଂଗ୍ରେସର ଦରଦ ଏମିତି: ଦୁଇ କ୍ଷମତାସୀନ ରାଜ୍ୟରୁ କେହି ନାହାନ୍ତି, ହରିଆଣାର ୪ ସଦସ୍ୟଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ: ଦେଶର ସର୍ବପୂରାତନ ରାଜନୀତିକ ଦଳ କଂଗ୍ରେସ, ମହିଳାଙ୍କୁ ନେଇ କି ଭଳି ଦୋମୁହାଁ ନୀତି ଆପଣାଉଛି, ତାହା ଧରାପଡ଼ିଛି। ଗୋଟିଏ ପଟେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ସଂସଦ ଓ ବିଧାନସଭାର ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ଦାବି କରି ‘ମହିଳା ସଂରକ୍ଷଣ ବିଲ୍‌’ ପାସ୍ କରିବାକୁ କେନ୍ଦ୍ର ଉପରେ ଚାପ ପକାଉଛନ୍ତି। କିନ୍ତୁ ଅନ୍ୟପଟେ କଂଗ୍ରସର ନବଗଠିତ ସିଡବ୍ଲୁସିରେ ମାତ୍ର ୩ ଜଣ ମହିଳାଙ୍କୁ ସାମିଲ କରଯାଇଛି। ଯାହାକୁ ନେଇ କଂଗ୍ରେସ ମହିଳାଙ୍କ କ୍ଷେତ୍ରରେ କିଭଳି ଟାଳୁଟୁଳ ନୀତି ଅବଲମ୍ବନ କରୁଛି, ତାହା ଜଳଜଳ ହୋଇ ପଦାରେ ପଡ଼ିଛି।

୨୩ ଜଣିଆ ସିଡବ୍ଲୁ୍ସିରେ କେବଳ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଅମ୍ବିକା ସାନି ଓ କୁମାରୀ ଶୈଲଜା ରହିଛନ୍ତି। ସେହିପରି ୧୮ ଜଣିଆ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ମଧ୍ୟରେ ଶିଲା ଦୀକ୍ଷିତ, ରଜନୀ ପାଟିଲ ଓ ଆଶା କୁମାରୀ ରହିଛନ୍ତି। ଆସାମର ସିଚାରା ସାଂସଦଙ୍କୁ ବିଶେଷ ନିମନ୍ତ୍ରିତ ଭାବେ ସିଡବ୍ଲୁସିରେ ସାମିଲ କରାଯାଇ ମହିଳା କଂଗ୍ରେସର ମୁଖ୍ୟ କରାଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ୫୧ ଜଣିଆ ସିଡବ୍ଲୁସିରେ ମାତ୍ର ୧୫% ସ୍ଥାନ ମହିଳାଙ୍କୁ ମିଳିଛି। ଉଲ୍ଲେଖେଯାଗ୍ୟ ସିଡବ୍ଲୁସିର ୨୩ ଜଣ ସଦସ୍ୟ ରହିଥ‍ବା ବେଳେ ୧୮ ଜଣ ସ୍ଥାୟୀ ନିମନ୍ତ୍ରିତ ଅତିଥି ଓ ୧୦ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ରହିଛନ୍ତି। ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହେବା ପରେ ପ୍ରଥମଥର ପାଇଁ ସିଡବ୍ଲୁସି ଗଠନ କରିଛନ୍ତି। କିନ୍ତୁ ଏଥିର ମହିଳାଙ୍କ ସ୍ଥାନ କମ୍‌ ଥିବାରୁ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ବିରୋଧୀ ଏହାକୁ କଂଗ୍ରେସର ଦୋମୁହାଁ ନୀତି ବୋଲି କହିଛନ୍ତି। ପୂର୍ବରୁ ସୋନିଆ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷା ଥିବାବେଳେ ବହୁ ବରିଷ୍ଠ ନେତାଙ୍କୁ ଏଥିରେ ସାମିଲ କରାଯାଇଥିଲା। କିନ୍ତୁ ଫେବୃଆରୀ ମାସରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଏହାକୁ ଭାଙ୍ଗି ଦିଆଯାଇଥିଲା। ଏବେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହେବାର ପାଖାପାଖି ୬ ମାସ ପରେ ପୁଣି ସିଡବ୍ଲୁସି ଗଠନ ହୋଇଛି। ଏହି କମିଟିରୁ ବହୁ ହେଭିୱେଟ୍‌ଙ୍କୁ ବାଦ୍‌ ଦିଆଯାଇଛି। ଏମାନଙ୍କ ମଧ୍ୟରେ ଦିଗ୍‌ବିଜୟ ସିଂହ ଓ କମଲ୍‌ନାଥଙ୍କ ଭଳି ନେତା ଅଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କଂଗ୍ରେସ ଦୀର୍ଘବର୍ଷ ପରେ କ୍ଷମତା ଦଖଲ କରିଥିବା ପଞ୍ଜାବରୁ ଜଣେ ହେଲେ ବି ନେତା ସିଡବ୍ଲୁସିର ସ୍ଥାନ ପାଇନାହାନ୍ତି। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣ ସାମୀଙ୍କୁ ମଧ୍ୟ ସିଡବ୍ଲୁସିର ସ୍ଥାନ ମିଳିନାହିଁ। ଅନ୍ୟପକ୍ଷରେ ହରିଆଣାର ୪ ଜଣଙ୍କୁ ସିଡବ୍ଲୁସିରେ ସାମିଲ କରାଯିବାକୁ ନେଇ ଦଳ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି।



from OdishaReporter https://ift.tt/2Lic1k5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages