ଭୋଟ୍‌ ଆମଦାନୀ ପାଇଁ ବିଜେଡି ହାତରେ ପ୍ରସଙ୍ଗ ନାହିଁ, ‘ଏମ୍‌ଏସ୍‌ପି’କୁ ଅସ୍ତ୍ର କରିବାକୁ ଯୋଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

ଭୋଟ୍‌ ଆମଦାନୀ ପାଇଁ ବିଜେଡି ହାତରେ ପ୍ରସଙ୍ଗ ନାହିଁ, ‘ଏମ୍‌ଏସ୍‌ପି’କୁ ଅସ୍ତ୍ର କରିବାକୁ ଯୋଜନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ପୁଣିଥରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରସଙ୍ଗକୁ ନିଜର ନିର୍ବାଚନୀ ଅସ୍ତ୍ର କରିବାକୁ ରଣନୀତି ପ୍ରସ୍ତୁତ କରିଛି। ମହାନଦୀ ଓ ତୈଳଦର ବୃଦ୍ଧି ଆଦି ପ୍ରସଙ୍ଗରେ ସାଙ୍ଗଠନିକ କାର୍ଯ୍ୟକ୍ରମ କରି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ସମ୍ଭବପର ନ ଥିବାରୁ, ବିଜେଡି ଏବେ ନିଜର ଆତ୍ମରକ୍ଷା ପାଇଁ ‘ଏମ୍‌ଏସ୍‌ପି’କୁ ଚୟନ କରିଛି।

ଲୋକଙ୍କ ପାଖକୁ ଯିବା ପାଇଁ ଦଳ ପାଖରେ ଏବେ ସେଭଳି କୌଣସି ବଳିଷ୍ଠ ପ୍ରସଙ୍ଗ ନ ଥିବାରୁ ବିଜେଡି ସରକାର ସୁଚିନ୍ତିତ ରଣନୀତି ଆଧାରରେ, ବିଧାନସଭା ଗୃହ କମିଟି ବୈଠକ ଜୁଲାଇ ୧୩ ତାରିଖରେ ଡାକିଛି। ଏହି ବୈଠକକୁ ସବୁ ଦଳର ବିଧାୟକଙ୍କୁ ଆମନ୍ତ୍ରଣ କରାଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ୨୦୧୭ରେ ବର୍ଷ ତମାମ ଏମ୍‌ଏସ୍‌ପି ପ୍ରସଙ୍ଗରେ ହୋ-ହାଲ୍ଲା କରି ଚୁପ୍‌ ବସିଥିବା ଶାସକ ବିଜେଡି, ଏବେ ପ୍ରାୟ ଦେଢ଼ବର୍ଷ ପରେ ପୁଣିଥରେ ଏହି ପ୍ରସଙ୍ଗକୁ ଫେରିଲା କାହିଁକି ?

ଭୋଟବ୍ୟାଙ୍କ ସୃଷ୍ଟି ପାଇଁ ପ୍ରସଙ୍ଗ ନାହିଁ: ରାଜନୈତିକ ବିଶ୍ଲେଷକଙ୍କ ମତରେ, ମହାନଦୀ ପ୍ରସଙ୍ଗ ଏବେ ଟ୍ରିବ୍ୟୁନାଲଙ୍କ ବିଚାର ପାଇଁ ରହିଛି। ସେହିପରି ତୈଳଦର ବୃଦ୍ଧି ପ୍ରସଙ୍ଗ ହେଉଛି ଏକ ଜାତୀୟ ସମସ୍ୟା। ତେଣୁ ଏ ଦୁଇ ପ୍ରସଙ୍ଗ ସାଧାରଣ ଲୋକଙ୍କୁ ସ୍ପର୍ଶ କରିପାରୁନି। କିମ୍ୱା ଏଥିରେ ଆଖିଦୃଶିଆ ଭୋଟ୍‌ ବ୍ୟାଙ୍କ ବୃଦ୍ଧିର ସମ୍ଭାବନା ମଧ୍ୟ ଦେଖାଯାଉନି। ଏବେ ବିଜେଡି ସରକାର ବିରୋଧରେ ବିଭିନ୍ନ ପ୍ରସଙ୍ଗରେ ଜନ-ଆକ୍ରୋଶ ବୃଦ୍ଧି ପାଇବାରେ ଲାଗିଛି। ‘ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା’ ଓ ‘ରତ୍ନଭଣ୍ଡାର ଚାବି ପ୍ରସଙ୍ଗ’, ‘ଲୋକାୟୁକ୍ତ ନିଯୁକ୍ତି’, ‘ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା’, ‘କୃଷିଋଣ ଛାଡ଼’ ଓ ‘ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି’ ପ୍ରଭୃତି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ବ୍ୟାକ୍‌ ଫୁଟ୍‌ରେ ଅଛନ୍ତି।

ହଠାତ୍ ଏମ୍‌ଏସ୍‌ପି କାହିଁକି: ପ୍ରାଇସ୍‌-ପେନ୍‌ସନ୍‌ ଓ ପ୍ରେଷ୍ଟିଜ୍‌ ପାଇଁ ଲଢ଼ୁଥିବା ଚାଷୀ ସଂଗଠନର ଆନ୍ଦୋଳନ ମଧ୍ୟ ଆଗାମୀ ଦିନରେ ଉଗ୍ରରୂପ ନେବାର ଆଶଙ୍କା ରହିଛି। ଅପରପକ୍ଷରେ, କ୍ଷମତାକୁ ଫେରିଲେ ବିଜେପି ରାଜ୍ୟରେ କୃଷିଋଣ ଛାଡ଼ କରିବ ବୋଲି ଘୋଷଣା କରି ସାରିଥିବାରୁ, ଶାସକ ବିଜେଡି ପାଇଁ ‘ଏମ୍‌ଏସ୍‌ପି’ ବୃଦ୍ଧିକୁ ପ୍ରସଙ୍ଗ କରିବା ଏକରକମ ବାଧ୍ୟବାଧକତା ପାଲଟିଛି। କୃଷି ଉତ୍ପାଦନ କମିଶନର(ସିଏସିପି)ଙ୍କ ରିପୋର୍ଟ ଆଧାରରେ ସର୍ବଭାରତୀୟ ସ୍ତରରେ ଧାନର ଏମ୍‌ଏସ୍‌ପି (ଉତ୍ପାଦନ ତୁଳନା)ରେ ଦେଢ଼ଗୁଣା ବୃଦ୍ଧି ହୋଇଛି ଓ ଏହା ମାଧ୍ୟମରେ ନିର୍ବାଚନୀ ପ୍ରତିଶ୍ରୁତିକୁ ବିଜେପି ପାଳନ କରୁଥିବା ଦାବି କରୁଛି। ନିଜର ଭୋଟ୍‌ ହାର ହ୍ରାସ ପାଉଥିବା ପଶ୍ଚିମ ଓଡ଼ିଶାରେ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ଏବଂ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ପାଇଁ ମୁଣ୍ଡ ଟେକୁଥିବା ଜନଆନ୍ଦୋଳନର ପ୍ରଭାବ, ଆଗାମୀ ନିର୍ବାଚନରେ ପଡ଼ିବାର ଆଶଙ୍କା କରି, ବିଜେଡି ଏବେଠୁ ଚାଷୀ ଓ ଏମ୍‌ଏସ୍‌ପି ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦିବାର ରଣନୀତି ପ୍ରସ୍ତୁତ କରିଛି। ଏହାକୁ ଆଧାର କରି, ସାଂଗଠନିକ କାର୍ଯ୍ୟକ୍ରମ ହାତକୁ ନେବାକୁ ରୂପରେଖ ମଧ୍ୟ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ନିର୍ବାଚନୀ ବର୍ଷରେ ବିଜେଡିର ଏହି ରଣନୀତିକୁ ମାତ୍‌ ଦେବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟ ଚାଷୀ ଆନ୍ଦୋଳନକୁ ବ୍ୟାପକ କରିବା ମୁଡ୍‌ରେ ରହିଥିବା ସୂଚନା ମିଳିଛି। ଯେଉଁଥିପାଇଁ ଏମ୍‌ଏସ୍‌ପି ସର୍ବଦଳୀୟ ବୈଠକରୁ ବିଜେପି ଦୂରେଇ ରହିବ ବୋଲି ଆଭାସ ଦେଇଛି।



from OdishaReporter https://ift.tt/2L2JueN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages