ଭଦ୍ରକରେ ଭିଜିଲାନ୍ସ ବିଭାଗ ତନାଘନା: ରାସ୍ତା ଖୋଳିଲେ, ବିଲ୍‌ଡିଂ ଯାଞ୍ଚ କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଭଦ୍ରକରେ ଭିଜିଲାନ୍ସ ବିଭାଗ ତନାଘନା: ରାସ୍ତା ଖୋଳିଲେ, ବିଲ୍‌ଡିଂ ଯାଞ୍ଚ କଲେ

ଭଦ୍ରକ (ତପନ ସ୍ୱାଇଁ): ଭୁବନେଶ୍ୱର ବମିଖାଲ୍ ଓଭରବ୍ରିଜ୍‌ ଭୁଶୁଡ଼ିବା ଘଟଣାରେ ପୂର୍ତ୍ତ ବିଭାଗର ଅନ୍ଧାରୀ ଲୀଳା ପଦାରେ ପଡ଼ିଥିଲା। ସମଗ୍ର ରାଜ୍ୟରେ ଏହି ଘଟଣା ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଥିଲା। ଏଥିପାଇଁ ପୂର୍ତ୍ତ ବିଭାଗ ବଦନାମ ହୋଇଥିଲା। ଏହି ଘଟଣା ପରେ ପୂର୍ତ୍ତ ବିଭାଗର ବାବୁମାନେ ସୁଧୁରିଯିବେ ବୋଲି ଆଶା କରାଯାଉଥିଲା। ମାତ୍ର ସେମିତି କିଛି ହେଲା ପରି ମନେ ହେଉନାହିଁ। ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇପଡ଼ିଛି ଭଦ୍ରକ ପୂର୍ତ୍ତ (ରାସ୍ତା ଓ ଗୃହ) ବିଭାଗ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ନୂଆ ତିଆରି ହୋଇଥିବା ରାସ୍ତା ଓ କୋଠା ନିର୍ମାଣରେ ବ୍ୟାପକ ଅନିୟମିତତା ଆସିଥିବା ଅଭିଯୋଗ ହୋଇଛି।

ପୂରା ଘଟଣା ଏମିତି। ୨୦୧୬-୧୭ ବର୍ଷରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ରାସ୍ତା ଓ କୋଠା ନିର୍ମାଣ ପାଇଁ ଦୁଇ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ସେହି ଅର୍ଥରେ ମହାବିଦ୍ୟାଳୟର ଲାଇବ୍ରେରୀ, ବିଭିନ୍ନ ହଷ୍ଟେଲ୍‌, ଶ୍ରେଣୀଗୃହ ଓ ପିଚୁ ରାସ୍ତା ନିର୍ମାଣ କରାଯାଇଥିଲା। ଏହି କାମ ଭଦ୍ରକ ପୂର୍ତ୍ତ ବିଭାଗ କରିଥିଲା। କିନ୍ତୁ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ବାଲେଶ୍ୱର ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତିଙ୍କ ନିର୍ଦ୍ଦେଶରେ ଇନ୍ସପେକ୍ଟର ମାନସୀ ଜେନାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌ ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚି ଥିଲେ। ପରେ ରାସ୍ତାର ବିଭିନ୍ନ ସ୍ଥାନ ଖୋଳି ଯାଞ୍ଚ କରିଥିଲେ। ପରେ ବିଭିନ୍ନ ବିଭାଗରେ ନିର୍ମାଣ କରାଯାଇଥିବା କୋଠା ଗୁଡ଼ିକୁ ମଧ୍ୟ ଯଞ୍ଚ କରିଥିଲେ। ଏହାପରେ ଭଦ୍ରକ ପୂର୍ତ୍ତ (ରାସ୍ତା ଓ ଗୃହ) ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସକୁ ଯାଇ କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି।



from OdishaReporter https://ift.tt/2LtDArA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages