ଦିନିକିଆରୁ ଧୋନୀ ନେଇପାରନ୍ତି ସନ୍ନ୍ୟାସ: ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ଦିନିକିଆରୁ ଧୋନୀ ନେଇପାରନ୍ତି ସନ୍ନ୍ୟାସ: ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ମଙ୍ଗଳବାର ଦିନ ଖେଳଯାଇଥିବା ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ପରାସ୍ତ ହେବା ପରେ ଭାରତର ଦିନିକିଆ ସିରିଜ୍‌ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି। ଜୋ-ରୁଟ୍‌ଙ୍କ ଅପରାଜିତ ଶତକ ଓ ମୋର୍ଗାନଙ୍କ ଅର୍ଦ୍ଧଶତକୀୟ ଇଂନିସ ବଳରେ ଇଂଲଣ୍ଡ ସହଜରେ ଏହି ମ୍ୟାଚ୍‌ ଜିତି ସିରିଜ୍‌ ହାତେଇଛି। ହେଲେ ମ୍ୟାଚ୍‌ ଶେଷ ହେବା ପରେ ଏଭଳି କିଛି ଘଟିଥିଲା ଯାହା କ୍ରିକେଟ୍‌ ଫ୍ୟାନ୍‌ଙ୍କୁ ଚକିତ କରିଥିଲା।

ମ୍ୟାଚ୍ ହାରିବା ପରେ ଯେତେବେଳେ ଭାରତୀୟ ଖେଳାଳି ଡ୍ରେସିଂ ରୁମ୍‌ ଆଡ଼କୁ ଯାଉଥିଲେ, ଧୋନୀ ହଠାତ୍‌ ଅମ୍ପୟାର୍‌ଙ୍କ ନିକଟକୁ ଯାଇ ଖେଳାଯାଇଥିବା ବଲ୍‌ଟିକୁ ଦେବାକୁ ତାଙ୍କୁ ଅନୁରୋଧ କରିଥିଲେ। ଏଭଳି ଦୃଶ୍ୟ ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଥିଲେ। ଅନେକ କହିବାକୁ ଲାଗିଲେ ଇଂଲଣ୍ଡ ବିପକ୍ଷରେ ଏହା ଧୋନୀଙ୍କର ଶେଷ ଦିନିକିଆ ହୋଇପାରେ।

ଏହି ଘଟଣା ପରେ ସୋସିଆଲ୍‌ ମିଡିଆରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଧୋନୀ ଏହି ମ୍ୟାଚ୍‌ ପରେ ସନ୍ନ୍ୟାସ ନେଇପାରନ୍ତି ବୋଲି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଲା। ଦୀର୍ଘଦିନ ଧରି ଧୋନୀ ଖରାପ ଫର୍ମରେ ଥିବାବେଳେ ଏଥିପାଇଁ ସେ ସମାଲୋଚନାର ଶିକାର ମଧ୍ୟ ହୋଇଆସୁଥିଲେ। ଫଳରେ ଏଭଳି ପରିସ୍ଥିତିରେ ଧୋନୀ ଦିନିକିଆରୁ ଅବସର ନେଇ ପାରନ୍ତି ବୋଲି ଲୋକେ ଆଲୋଚନା କରିବାକୁ ପଛାଇନଥିଲେ।



from OdishaReporter https://ift.tt/2zYSNvB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages