ଚର୍ଚ୍ଚାରେ ବିଜୟ ମହାପାତ୍ରଙ୍କ ଦିଲ୍ଲୀ ଗସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ଚର୍ଚ୍ଚାରେ ବିଜୟ ମହାପାତ୍ରଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ରଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଶ୍ରୀ ମହାପାତ୍ର ଆଜି ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ସେ ଗୁରୁବାର ଦିଲ୍ଲୀରୁ ଫେରିବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ରହଣି ସମୟରେ ସେ ବିଜେପିର କିଛି ବରିଷ୍ଠ ନେତାଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡ଼ିଛି ।

ସୂତ୍ର ଅନୁସାରେ, କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିବା ପାଇଁ ସେ ସମୟ ମାଗିଥିଲେ ।

ତେବେ ଶନିବାର କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଡକରା ଆସିବାପରେ ଆଜି ସେ ଦିଲ୍ଲୀ ଗସ୍ତ କରିଛନ୍ତି । ସେ ସୋମବାର ରାଜନାଥଙ୍କୁ ତାଙ୍କ ବାସଭବନରେ ଭେଟିବାର ସମ୍ଭାବନା ରହିଛି ।

ଅନ୍ୟ ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ, ଶ୍ରୀ ମହାପାତ୍ର ଦିଲ୍ଲୀରେ ବିଜେପିର କିଛି ବରିଷ୍ଠ ନେତାଙ୍କୁ ଭେଟି ରାଜ୍ୟ ସଂଗଠନର ହାଲଚାଲ ସମ୍ପର୍କରେ ଅବଗତ କରାଇବା ସହ ଦଳ ଛାଡ଼ିବା ପ୍ରସଙ୍ଗରେ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ।

ଏବେ ଗ୍ୟାଙ୍ଗଟକ୍ ଗସ୍ତରେ ଥିବା ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ରାୟ ମଧ୍ୟ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଉଭୟ ନେତା ନିଜର ଭବିଷ୍ୟତ ରାଜନୀତିକ ରଣନୀତି ପ୍ରସ୍ତୁତ କରିବେ ବୋଲି ସୂଚନା ମିଳିଛି ।

ବିଜେପିର ବରିଷ୍ଠ ନେତାଙ୍କ ସମେତ ଅନ୍ୟ କିଛି ଦଳର ଶୀର୍ଷ ନେତୃତ୍ୱଙ୍କୁ ମଧ୍ୟ ଏହି ଦୁଇ ନେତା ଭେଟିବାର ସମ୍ଭାବନା ରହିଛି ।

ସାଧାରଣ ନିର୍ବାଚନ ନିକଟତର ହେଉଥିବାରୁ ବିଜୟ ଓ ଦିଲ୍ଲୀପ ସେମାନଙ୍କର ରାଜନୀତିକ ଗୋଟିଚାଳନା ଆରମ୍ଭ କରିଥିବା କୁହାଯାଉଛି।



from OdishaReporter https://ift.tt/2uZtIvw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages