‘ମହାନଦୀ ସବୁଜ ମିଶନ୍’ ନା ‘ମହାନଦୀ ଭୋଟ୍‌ ମିଶନ୍’: ବୃକ୍ଷରୋପଣ ବାହାନାରେ ଭୁଆଁ ବୁଲେଇବା ଯୋଜନା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

‘ମହାନଦୀ ସବୁଜ ମିଶନ୍’ ନା ‘ମହାନଦୀ ଭୋଟ୍‌ ମିଶନ୍’: ବୃକ୍ଷରୋପଣ ବାହାନାରେ ଭୁଆଁ ବୁଲେଇବା ଯୋଜନା !

ଭୁବନେଶ୍ୱର (ରମେଶ ରଥ): ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମହାନଦୀକୁ ଇସ୍ୟୁ କରିଥିଲା ଶାସକ ବିଜେଡି। ଦଳ ଭାବିଥିଲା ଏହି ପ୍ରସଙ୍ଗରେ ଭୋଟର୍ ଆକୃଷ୍ଟ ହେବେ, କିନ୍ତୁ ତାହା ହେଲାନାହିଁ। ଏପରିକି ବିଜେପୁର ନିର୍ବାଚନ ପୂର୍ବରୁ ବି ମହାନଦୀ ପ୍ରସଙ୍ଗ ଉଠା ଯାଇଥିଲା। କିନ୍ତୁ ତାହା ଧରିଲା ନାହିଁ। ଏପରିକି ମହାନଦୀ କୂଳେ କୂଳେ ଏକ ମାନବ-ଶୃଙ୍ଖଳ କରି ପ୍ରତିବାଦ କରିବା ପାଇଁ ଆନ୍ଦୋଳନ ଡାକରା ଦିଆଯାଇଥିଲା। କିନ୍ତୁ ଏହି ଅନ୍ଦୋଳନକୁ ବିଜେଡି ବନ୍ଦ କରିଦେଇଥିଲା। କଥା ହେଉଛି, ମହାନଦୀ ଇସ୍ୟୁ ମହାନଦୀ ଅବବାହିକାରେ ରହୁଥିବା ଲୋକଙ୍କ ଉପରେ କିଛି ପ୍ରଭାବ ପକାଇ ପାରିନଥିଲା। କେଉଁଠି ନା କେଉଁଠି ମହାନଦୀ ବିବାଦରେ ରାଜ୍ୟ ସରକାରଙ୍କର ଭୂମିକାରେ ଖଇଚା ଥିବା, ଲୋକମାନେ ଅନୁଭବ କରୁଥିଲେ। କାରଣ ଛତିଶଗଡ଼ ବ୍ୟାରେଜ୍ ନିର୍ମାଣକୁ ନେଇ ରାଜ୍ୟ ସରକାରଙ୍କର ମନ୍ତବ୍ୟ ବିଜେଡ଼ି ଦଳକୁ ଅଡ଼ୁଆରେ ପକାଇଥିଲା। ଠିକ୍ ସମୟରେ ବ୍ୟାରେଜ ନିର୍ମାଣକୁ ବିରୋଧ ନକରି ଛତିଶଗଡ଼ ବ୍ୟାରେଜ ନିର୍ମାଣ କଲେ ଓଡ଼ିଶାର କିଛି କ୍ଷତି ହେବ ନାହିଁ ବୋଲି ସରକାର ଦେଇଥିବା ମନ୍ତବ୍ୟ, ଲୋକଙ୍କୁ ପରବର୍ତ୍ତୀ କାଳରେ ଭ୍ରମିତ କରିଥିଲା। ଏଥିପାଇଁ ସରକାରୀ ଦଳ ଚିନ୍ତାରେ ଥିଲା ଯେ ମହାନଦୀ ଅବବାହିକାରେ ରହୁଥିବା ଅଞ୍ଚଳରେ ବିଜେଡ଼ିର ଭୋଟ୍ ହାର କମିବ।

ସୁତରାଂ ଏହି ଭୋଟ୍‌କୁ ନିଜ ସପକ୍ଷରେ ରଖିବା ନେବା ପାଇଁ ମହାନଦୀ କୂଳରେ ‘ସବୁଜ ମହାନଦୀ ମିଶନ୍’ ଯୋଜନା କରି ୫ଶହ କୋଟି ଟଙ୍କାର ବ୍ୟୟ ଅଟକଳ କରାଗଲା। ଏହାର ଶୁଭ ଉଦ୍‌ଘାଟନ ବି ନିକଟରେ କରାଯାଇଛି। ଉଦ୍ଦେଶ୍ୟ ହେଲା ମହାନଦୀ ତଟବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବୃକ୍ଷ ରୋପଣ କରାଯିବା। ୧୫ଟି ଜିଲ୍ଲାର ୧୩୦୩ଟି ଗାଁରେ ୨ କୋଟି ଗଛ ଲଗାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରକୃତରେ ଏ ଯୋଜନାର କାର୍ଯ୍ୟକାରିତା ଓ ଲକ୍ଷ୍ୟକୁ ନେଇ ପ୍ରତିବାଦର ସ୍ୱର ପ୍ରଥମରୁ ଉଠିଲାଣି। କାରଣ ୨ କୋଟି ଚାରା କେବେ ରୋପଣ ହେବ? ଏତେ ଚାରା ଆସିବ କୋଉଠୁ? ଚାରା ପାଇଁ ଗାତ ଖୋଳିବାକୁ କେତେ ସମୟ ଲାଗିବ? ବିହାରର ଚାରା ଦୁର୍ନୀତି ପରେ ‘ସବୁଜ ମହାନଦୀ ମିଶନ୍’ ଚାରା ରୋପଣ ଦୁର୍ନୀତି ଓଡ଼ଶାରେ ହେବାକୁ ଯାଉଛି ବୋଲି କେତେକ କୁହାକୁହି ହେଲେଣି। ଏହା ନିଶ୍ଚିତ ଭାବେ କୁହାଯାଇ ପାରିବ ଯେ ଠିକ୍ ନିର୍ବାଚନ ପୂର୍ବରୁ ଏପରି ଯୋଜନା ହାତକୁ ନେବାର ଉଦ୍ଦେଶ୍ୟ କ’ଣ? ଏହି ଯୋଜନା କରି ଦଳ ଲୋକମାନଙ୍କୁ ଜଣାଇଦେବାକୁ ଚାହେଁ ଯେ, ଟଙ୍କା ଆସିଗଲା, ମିଳିମିଶି ଗଛଚାରା ଲଗାଇବା। ଆଉ ଭୋଟ୍ ଯେତେ ନିକଟତର ହେବ, ସେତେ ଚାରା ରୋପଣ ହେବ। କଥା ହେଉଛି ୫୦୦ କୋଟି ଟଙ୍କାକୁ ଖର୍ଚ୍ଚ କରିବା ପାଇଁ ସରକାର କେଉଁ ପ୍ରକାରରର ମୋଡାଲିଟି ପ୍ରସ୍ତୁତ କରିଛନ୍ତି? ନା ମନଇଛା ଯେଉଁଠି ପାରିବେ ସେଠି ଚାରା ରୋପଣ କରିବେ। ତା ପରେ ଗଛ ହେଉକି ନହେଉ, ବଞ୍ଚୁକି ମରୁ, ଏସବୁର ରକ୍ଷଣାବେକ୍ଷଣ ପାଇଁ ଯୋଜନା କ’ଣ? ଏତେ ଗଛ ଲାଗିବ, ଏହାର ହିସାବ  କିଏ ରଖିବ? ଗଛ ନାଁରେ ଟଙ୍କା ଚଳୁ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଗଛ ମରିଗଲା ବୋଲି କହି ନିର୍ବାଚନ ବୈତରଣୀ ପାକ୍ ହୋଇଗଲେ ଗଲା। ତା ପରେ କ୍ଷମତା ଆସିଲେ ସବୁ ଠିକ୍ ହୋଇଯିବ। ଏମିତି ଚାରା ଲଗାଣ ଯୋଜନା ଆଗରୁ ବି ସରକାର କରିଛନ୍ତି। ଜଗନ୍ନାଥ ବନ ପ୍ରକଳ୍ପ ନାଁ’ରେ ବି କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ଗଛଟିଏ ଦେଖାନାହିଁ। ଠିକ୍ ସେହିପରି ଏହି ଯୋଜନା ହେବ। ଗଛ ନାଁ’ରେ ଭୋଟ୍ ଗୋଟାଇବା ଲକ୍ଷ୍ୟ ଏଥିରେ ସନ୍ଦେହ ନାହିଁ। ସୁତରାଂ ମହାନଦୀ ଅବବାହିକାରେ ଭୋଟର୍‌ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହୋଇଛି ଏହି ‘ସବୁଜ ମହାନଦୀ ମିଶନ୍’। ପ୍ରକୃତରେ କହିବାକୁ ଗଲେ, ସରକାରଙ୍କର  ମିଶନ୍ ଅଲଗା। ମହାନଦୀ ଅବବାହିକାର ୧୫ଟି ଜିଲ୍ଲାରେ ଭୋଟ୍ ବେପାର ପାଇଁ ଏ ଯୋଜନାକୁ ଠିକ୍ ନିର୍ବାଚନର କିଛିଦିନ ପୂର୍ବରୁ କରାଯାଇଛି ବୋଲି ବିରୋଧୀ ଅଭିଯୋଗ କଲେଣି। ତେବେ ଅପେକ୍ଷା କରିବା, ଏହି ମିଶନ୍ କେତେଦୂର ସାର୍ଥକ ହେଉଛି?



from OdishaReporter https://ift.tt/2NRHfML

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages