
ଆସିକା (ମନୋଜ ମୁନି): ନାହିଁ ରାଜତନ୍ତ୍ର, ତଥାପି ବଞ୍ଚି ରହିଛି ପରମ୍ପରା। ଗଣତନ୍ତ୍ର ଶାସନ ଚାଲିଥିଲେ ମଧ୍ୟ ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ଲାଗି ରାଜାଙ୍କୁ ସମ୍ମାନ ଦେଇ ଆସୁଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ବାସିନ୍ଦା। ସେଥିପାଇଁ ରଥ ଓ ବାହୁଡ଼ା ଯାତ୍ରାରେ ବାଜା ଓ ମହୁରୀ ବଜାଇା ରାଜ ପାଲିଙ୍କିରେ ରାଜକୁମାରୀଙ୍କୁ ନେଉଛନ୍ତି ଲୋକେ। ପରମ୍ପରାକୁ ବଜାୟ ରଖି ବାପା କିଶୋର ଚନ୍ଦ୍ର ସିଂହଦେଓଙ୍କ ମୃତ୍ୟୁ ପରେ ପ୍ରଭୁ ଜଗନ୍ନାଥଙ୍କ ସେବା ଲାଗି ବାହାରିଛନ୍ତି ତାଙ୍କ ଝିଅ ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ଦେବ ନୀତି ସଂପନ୍ନ ଲାଗି ପୁରୀ ମୁକ୍ତି ମଣ୍ଡପ ପକ୍ଷରୁ ତାଙ୍କୁ ସ୍ୱୀକୃତି ମିଳିଛି।

ସୁଲକ୍ଷଣା ଗୀତାଞ୍ଜଳି ଦେବୀ କହିଛନ୍ତି-“ଭଗବାନଙ୍କ ଏହି ସେବା ଆମ ପୂର୍ବଜମାନେ କରିଆସୁଥିଲେ। ଏବେ ମୁଁ ସେହି ପରମ୍ପରାକୁ ପାଳୁଛି।”
from OdishaReporter https://ift.tt/2uN0cJd
No comments:
Post a Comment