ଲୋକପାଳ ଚୟନ କମିଟି ବୈଠକ ୧୯ରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ଲୋକପାଳ ଚୟନ କମିଟି ବୈଠକ ୧୯ରେ

ନୂଆଦିଲ୍ଲୀ:  ଆସନ୍ତା ୧୯ ତାରିଖରେ ଲୋକପାଳ ଚୟନ କମିଟି ବସିବ। ସର୍ଚ୍ଚ ପ୍ୟାନେଲ୍‌ ଗଠନ ପାଇଁ ଏହି ବୈଠକ ବସିବ ବୋଲି କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଛନ୍ତି। ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ନିକଟରେ କେନ୍ଦ୍ର ସରକାର ଲୋକପାଳ ନିଯୁକ୍ତି ସମ୍ପର୍କରେ ନିଜର ପକ୍ଷ ରଖିଛନ୍ତି।

କେନ୍ଦ୍ର ସରକାର କହିଛନ୍ତି, ୧୯ ତାରିଖରେ ବସୁଥିବା ବୈଠକରେ ଏକ ସର୍ଚ୍ଚ କମିଟି ଗଠନ ହେବ। ଏହି କମିଟି ଲୋକପାଳ ନିଯୁକ୍ତି ପାଇଁ ଏକ ନାମ ତାଲିକା ସୁପାରିସ୍‌ କରିବ। କେନ୍ଦ୍ରସରକାରଙ୍କ ଏଭଳି ସତ୍ୟପାଠ ପରେ ଖଣ୍ଡପୀଠ କୌଣସି ରୁଲିଂ ଦେବାକୁ ମନା କରିବା ସହ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ବୈଠକରେ କ’ଣ ହେଉଛି, ତାକୁ ଅପେକ୍ଷା କରିବାକୁ କହିଛନ୍ତି।

ଜୁଲାଇ୨ ତାରିଖରେ ଲୋକପାଳ ନିଯୁକ୍ତି ସମ୍ପର୍କରେ ସୁପ୍ରିମ୍‌କୋର୍ଟ କେନ୍ଦ୍ରସରକାରଙ୍କୁ ୧୦ ଦିନ ମଧ୍ୟରେ ସତ୍ୟପାଠ ଜରିଆରେ ଲୋକପାଳ ନିଯୁକ୍ତି କେବେ ହେବ ଏବଂ ଏନେଇ କି କି ପଦକ୍ଷେପ ନିଆଯାଇଛି, ତା’ର ରିପୋର୍ଟ ଦେବାକୁ କହିଥିଲେ। ଚୟନ କମିଟିରେ ପ୍ରଧାନମନ୍ତ୍ରୀ, ପ୍ରଧାନବିଚାରପତି, ଲୋକସଭା ବାଚସ୍ପତି, ବିରୋଧୀ ଦଳ ନେତା ଓ ବିଶିଷ୍ଟ ଆଇନ୍‌ଜ୍ଞ ରହିଛନ୍ତି। ସୁପ୍ରିମ୍‌କୋର୍ଟ ଲୋକପାଳ ନିଯୁକ୍ତି ପାଇଁ ଗତବର୍ଷ ଏପ୍ରିଲ୍‌ ମାସରେ ନିଦ୍ଦେର୍ଶ ଦେଇଥିଲେ ହେଁ ଏହାକୁ କେନ୍ଦ୍ରସରକାର ମାନୁ ନାହାନ୍ତି। ଏହା ଅଦାଲତ ଅବମାନନା ବୋଲି ଅଭିଯୋଗ କରି କମନ୍‌କଜ୍‌ ନାମକ ଏନ୍‌ଜିଓ ବରିଷ୍ଠ ଆଇନ୍‌ଜୀବୀ ପ୍ରଶାନ୍ତ ଭୂଷଣଙ୍କ ଜରିଆରେ ଏକ ଆବେଦନ କରିଥିଲେ। ମେ’ ୧୫ ତାରିଖ ଶୁଣାଣି ବେଳେ କେନ୍ଦ୍ରସରକାର ଲୋକପାଳ ଚୟନ କମିଟିରେ ବିଶିଷ୍ଟ ଆଇନ୍‌ ଭାବେ ମୁକୁଲ ରୋହତଗୀଙ୍କୁ ନିଯୁକ୍ତି ମିଳିଥିଲା ବୋଲି କହିଥିଲେ।



from OdishaReporter https://ift.tt/2NjdQL1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages