୭୩୪ ଯୁବ ଖେଳ ପ୍ରତିଭାଙ୍କୁ ମିଳିବ ବର୍ଷକୁ ୧.୨ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

୭୩୪ ଯୁବ ଖେଳ ପ୍ରତିଭାଙ୍କୁ ମିଳିବ ବର୍ଷକୁ ୧.୨ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ‘ଖେଲୋ ଇଣ୍ଡିଆ’ ସ୍କୁଲ୍ ଗେମ୍ସର ସଫଳ ସଞ୍ଚାଳନ ପରେ ଭାରତୀୟ ଖେଳ ପ୍ରାଧିକରଣ ଖେଳର ବିକାଶ ଦିଗରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଖେଲୋ ଇଣ୍ଡିଆ ପ୍ରତିଭା ଚିହ୍ନଟ ବିକାଶ ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ପାଇଁ ୭୩୪ ଖେଳାଳିଙ୍କୁ ଚୟନ କରାଯାଇଛି। ପ୍ରତି ଖେଳାଳିଙ୍କୁ ବାର୍ଷିକ ୧.୨ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ। ଏହି ଅର୍ଥକୁ ଖେଳାଳିମାନେ ଖେଳ ପାଇଁ ଆବଶ୍ୟକ ଆନୁଷଙ୍ଗିକ ଖର୍ଚ୍ଚ, ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଖର୍ଚ୍ଚ କରିପାରିବେ।

କେନ୍ଦ୍ର ଯୁବବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ କର୍ଣ୍ଣେଲ୍‌ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି, ପ୍ରତିଭା ଚିହ୍ନଟ ଏବେ ଆଉ ଏକ ସ୍ଳୋଗା‌ନ୍‌ ହୋଇ ରହିନାହିଁ ବରଂ ଏହା ଏବେ ଆମର କାର୍ଯ୍ୟଧାରାରେ ମଧ୍ୟ ପ୍ରତିଫଳିତ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆମେ ଏକ ଏପରି ଖେଳ ପ୍ରଣାଳୀର ବିକାଶ କରୁଛୁ, ଯାହାକି ସ୍ଥାନୀୟ ସମ୍ଭାବନାକୁ ବିଶ୍ୱସ୍ତରୀୟ ମଞ୍ଚ ସହିତ ଯୋଡ଼ିବ।

ଅର୍ଜୁନ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତାମାନଙ୍କୁ ନେଇ ଗଠିତ ଏକ ପ୍ରତିଭା ଚିହ୍ନଟ ସମିତି ଜରିଆରେ ଏହି ୭୩୪ ଯୁବ ପ୍ରତିଭାଙ୍କ ଚୟନ କରାଯାଇଥିଲା।



from OdishaReporter https://ift.tt/2uXnc7r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages