ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ଛୁଇଁବ ୯୨ ହଜାର କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ଛୁଇଁବ ୯୨ ହଜାର କୋଟି

Loan

ଭୁବନେଶ୍ୱର(ପ୍ରକାଶ ସେଠୀ) :  ରାଜ୍ୟ ଅର୍ଥ ବ୍ୟବସ୍ଥାର ଗୋଲାପୀ ଚିତ୍ର ଏବେ ଧୀରେ ଧୀରେ ଫିକା ପଡ଼ିବାରେ ଲାଗିଛି। ଦେଉଳକୁ ମୁଖଶାଳା ବଳିଯିବା ଭଳି ରାଜ୍ୟ ସରକାର ଭୋଟ୍‌ ବ୍ୟାଙ୍କ ହାତେଇବା ନିଶାରେ ଏବେ ବ୍ୟୟ ବହୁଳ ନିଜସ୍ୱ କାର୍ଯ୍ୟକ୍ରମ ଓ ଯୋଜନା ଘୋଷଣା କରିବାରେ ଲାଗିଛନ୍ତି। ଯେଉଁଥି ପାଇଁ ୨୦୧୮-୧୯ ଆର୍ଥିକ ବର୍ଷ ଆରମ୍ଭରୁ ପ୍ରତିମାସରେ ରାଜ୍ୟ ସରକାର ୧ ହଜାର କୋଟି ଟଙ୍କା ଲେଖାଏ ଋଣ କରୁଛନ୍ତି।

ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,  ରାଜ୍ୟ ସରକାର ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ମୋଟ୍‌ ୭ଥର ଖୋଲା ବଜାରରୁ ଋଣ ଉଠାଇ ସାରିଥିବା ବେଳେ ଆସନ୍ତାକାଲି ପୁଣି ଥରେ ନିଜର ଶେୟାର ବିକ୍ରି କରି ୫୦୦କୋଟି ଟଙ୍କାର ଋଣ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୯ ଓ ୨୦, ମେ’ ୪ ଓ ୧୮, ଜୁନ୍‌ ୧ ଓ ୨୨ ତାରିଖ ଏବଂ ଜୁଲାଇ ୬  ତାରିଖରେ ଋଣ ଆଣିଛନ୍ତି। ରାଜ୍ୟ ସରକାର ଏସବୁ ଋଣ ଆଣି ନିଜର କ୍ୟାପିଟାଲ୍‌ ଆସେଟ୍‌ ବାବଦରେ ଖର୍ଚ୍ଚ କରୁଛନ୍ତି ବୋଲି ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଗତ ୨୦୧୭-୧୮ ଆର୍ଥିକ ବର୍ଷ ଶେଷରେ ରାଜ୍ୟର ଋଣ ବୋଝ ୭୬,୪୮୩.୬୮ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ଋଣ ପରିମାଣ ୯୧,୯୪୩ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। କେବଳ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖୋଲା ବଜାରରୁ ୧୨,୦୩୨ କୋଟି ଟଙ୍କା ଋଣ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶାର ଋଣ ବୋଝ ରାଜ୍ୟ ମୋଟ ଘରୋଇ ଉତ୍ପାଦକ (ଜିଏସ୍‌ଡିପି)ର ୧୮.୩୯% ଥିବା ବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୨୦.୭୩%କୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖୋଲା ବଜାରରୁ ୯୮୩୨.୮୬ କୋଟି ଟଙ୍କା ଋଣ କରିଥିଲେ।

ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋଙ୍କ କହିବା ଅନୁସାରେ, ପୂର୍ବ ତୁଳନାରେ ରାଜ୍ୟର ଟିକସ ସଂଗ୍ରହ ପରିମାଣ ବୃଦ୍ଧି ପାଇଛି। ରାଜ୍ୟର ଅର୍ଥନୀତି ଏବେ ବେଶ୍‌ ଭଲ ସ୍ଥିତିରେ ରହିଛି। ଯେହେତୁ ରାଜ୍ୟ ସରକାର ଦୁଇ ଡଜନରୁ ଊର୍ଦ୍ଧ୍ୱ ନିଜସ୍ୱ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେଥିପାଇଁ ରାଜକୋଷ ଉପରେ ଚାପ ପଡ଼ିବା ସ୍ୱାଭାବିକ। କିନ୍ତୁ ଏବେ ସରକାର କରୁଥିବା ଋଣର ତତ୍କାଳ ପ୍ରତିକୂଳ ପ୍ରଭାବ ପଡ଼ୁନଥିଲେ ମଧ୍ୟ ଆଗାମୀ ଦିନରେ ଏହା ଚିନ୍ତାର କାରଣ ହେବ ବୋଲି ସେ କହିଛନ୍ତି।



from OdishaReporter https://ift.tt/2LqaIQj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages